ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍କୁ ହରାଇଲା ଭାରତ
ରୋସେୟୁ: ୩ଦିନ ମଧ୍ୟରେ ଶେଷ ହୋଇଛି ପ୍ରଥମ ଟେଷ୍ଟ। ଭାରତୀୟ ଦଳ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ଘରୋଇ ୱେଷ୍ଟ ଇଣ୍ଡିଜକୁ ଇନିଂସ ଓ ୧୪୧ ରନ୍ରେ ପରାସ୍ତ କରିଛି। ୱେଷ୍ଟ ଇଣ୍ଡିଜ୍ର ପ୍ରଥମ ଇନିଂସ ୧୫୦ ରନ୍ ଜବାବରେ ଭାରତ ପ୍ରଥମ ଇନିଂସରେ ୫/୪୨୧ ରନ୍ରେ ପାଳି ଘୋଷଣା କରିଥିଲା । ୨୭୧ ରନ୍ରେ ପ୍ରଥମ ଇନିଂସ ପଛୁଆ ରହିଥିବା ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୩୦ ରନ୍ […]
ରୋସେୟୁ: ୩ଦିନ ମଧ୍ୟରେ ଶେଷ ହୋଇଛି ପ୍ରଥମ ଟେଷ୍ଟ। ଭାରତୀୟ ଦଳ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ଘରୋଇ ୱେଷ୍ଟ ଇଣ୍ଡିଜକୁ ଇନିଂସ ଓ ୧୪୧ ରନ୍ରେ ପରାସ୍ତ କରିଛି। ୱେଷ୍ଟ ଇଣ୍ଡିଜ୍ର ପ୍ରଥମ ଇନିଂସ ୧୫୦ ରନ୍ ଜବାବରେ ଭାରତ ପ୍ରଥମ ଇନିଂସରେ ୫/୪୨୧ ରନ୍ରେ ପାଳି ଘୋଷଣା କରିଥିଲା । ୨୭୧ ରନ୍ରେ ପ୍ରଥମ ଇନିଂସ ପଛୁଆ ରହିଥିବା ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୩୦ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ପ୍ରଥମ ଇନିଂସରେ ୫ ୱିକେଟ୍ ନେଇଥିବା ରବି ଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ଇନିଂସରେ ୭ଟି ୱିକେଟ୍ ଅକ୍ତିଆର କରି ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ। ତୃତୀୟ ଦିନରେ ଭାରତ ୩୧୨/୨ ରୁ ଖେଳ ଆରମ୍ଭ କରିଥିଲା । ଅପରାଜିତ ବ୍ୟାଟର ଯଶସ୍ବୀ ଜୈସ୍ୱାଲ ଓ ବିରାଟ କୋହଲି ପ୍ରାରମ୍ଭରୁ ଦ୍ରୁତ ବେଗରେ ରନ୍ ସଂଗ୍ରହ କରି ଦଳୀୟ ସ୍କୋରକୁ ୩୫୦ରେ ପହଞ୍ଚାଇ ଦେଇଥିଲେ । ଆଉଟ୍ ହେବା ପୂର୍ବରୁ ଜୟସ୍ବାଲ୍ ୩୮୭ଟି ବଲ୍ର ସାମ୍ନା କରି ୧୬ଚୌକା ଓ ୧ ଛକା ବଳରେ ୧୭୧ ରନ୍ କରିଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଅଜିଙ୍କ୍ୟ ରାହାଣେ (୩) ନିରାଶ କରିଥିଲେ । କୋହଲି ଗୋଟିଏ ପଟେ ଦୃଢ ବ୍ୟାଟିଂ କରି ୨୯ତମ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ପରବର୍ତ୍ତୀ ବ୍ୟାଟର ରବିନ୍ଦ୍ର ଜାଡେଜାଙ୍କୁ ସାଥୀ କରି ସେ ପଞ୍ଚମ ୱିକେଟ୍ରେ ୪୯ ରନ୍ ଯୋଗ କରିଥିଲେ । ଦଳୀୟ ସ୍କୋର ୪୦୫ ବେଳେ କୋହଲି ବ୍ୟକ୍ତିଗତ ୭୬ ରନ୍ କରି ଆଉଟ୍ ହୋଇଥିଲେ । ଜାଡ଼େଜା ୩୭ରନ୍ କରିଥିଲେ ।




