ପ୍ରକାଶ ପାଇଲା ଆଇପିଏଲରେ ଆଂଶିକ ଖେଳସୂଚୀ
ନୂଆଦିଲ୍ଲୀ: ଆଇପିଏଲ୍ର ସପ୍ତଦଶ ସଂସ୍କରଣ ମାର୍ଚ୍ଚ ୨୨ତାରିଖରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚରେ ଗତ ଥରର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ମୁହାଁମୁହିଁ ହେବେ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ସିଏସ୍କେ ନିଜର ପ୍ରଥମ ମ୍ୟାଚ୍ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଚେନ୍ନାଇସ୍ଥିତ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମ୍ରେ ଖେଳିବ। ଲୋକସଭା ନିର୍ବାଚନକୁ ନଜରରେ ରଖି ବିସିସିଆଇ ଆଇପିଏଲ୍ର ଆଂଶିକ ସୂଚୀ ପ୍ରକାଶ କରିଛି। ନିର୍ବାଚନ ତାରିଖ ଘୋଷଣା ପରେ ପୂରା […]
ନୂଆଦିଲ୍ଲୀ: ଆଇପିଏଲ୍ର ସପ୍ତଦଶ ସଂସ୍କରଣ ମାର୍ଚ୍ଚ ୨୨ତାରିଖରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚରେ ଗତ ଥରର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ମୁହାଁମୁହିଁ ହେବେ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ସିଏସ୍କେ ନିଜର ପ୍ରଥମ ମ୍ୟାଚ୍ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଚେନ୍ନାଇସ୍ଥିତ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମ୍ରେ ଖେଳିବ।
ଲୋକସଭା ନିର୍ବାଚନକୁ ନଜରରେ ରଖି ବିସିସିଆଇ ଆଇପିଏଲ୍ର ଆଂଶିକ ସୂଚୀ ପ୍ରକାଶ କରିଛି। ନିର୍ବାଚନ ତାରିଖ ଘୋଷଣା ପରେ ପୂରା ସୂଚୀ ପ୍ରକାଶ କରିବ ବୋଲି ବିସିସିଆଇ କହିଛି। ଏବେ ୧୭ ଦିନ ଲାଗି ଘୋଷିତ ସୂଚୀରେ ୨୧ ମ୍ୟାଚ୍ ରହିଛି। ୧୦ ସହରରେ ଏହି ମ୍ୟାଚ୍ଗୁଡ଼ିକ ଖେଳାଯିବ। ଏହା ମଧ୍ୟରେ ପ୍ରତ୍ୟେକ ଦଳ ଅତିକମ୍ରେ ୩ ଓ ବେଶୀରେ ୫ ମ୍ୟାଚ୍ ଖେଳିବେ। ପ୍ରଥମ ସପ୍ତାହାନ୍ତରେ ଡବଲ୍ ହେଡର୍ ମୁକାବିଲା ରହିଛି। ଶନିବାର ଅପରାହ୍ଣରେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାତିରେ କୋଲ୍କାତା ନାଇଟ୍ ରାଇଡର୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମୁକାବିଲା କରିବେ। ମାର୍ଚ୍ଚ ୨୫ ରବିବାର ଅପରାହ୍ଣରେ ରାଜସ୍ଥାନ ରୟାଲ୍ସ-ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ରାତିରେ ଉପବିଜେତା ଗୁଜରାଟ ଟାଇଟାନ୍ସ ଓ ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ।




