ପୂର୍ବତନ ଭାରତୀୟ କ୍ରିକେଟର୍‌ ସଲିମ୍‌ ଦୁରାନିଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଲ୍‌ରାଉଣ୍ଡର୍‌ ସଲିମ୍‌ ଦୁରାନିଙ୍କର ଆଜି ୮୮ ବର୍ଷ ବୟସରେ ପରଲୋକ ଘଟିଛି। ଗୁଜୁରାଟର ଜାମନଗରଠାରେ ସେ ତାଙ୍କ ସାନଭାଇ ଜାହାଙ୍ଗୀର ଦୁରାନିଙ୍କ ପାଖରେ ରହୁଥିଲେ। ଚଳିତ ବର୍ଷ ଜାନୁଆରି ମାସରେ ଦୁର୍ଘଟଣାର ଶିକାର ହୋଇ ଦୁରାନିଙ୍କ ଜଙ୍ଘ ହାଡ଼ ଭାଙ୍ଗିଯିବାରୁ ତାଙ୍କ ଗୋଡ଼ରେ ସର୍ଜରି କରାଯାଇଥିଲା। ତେବେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହେବାରୁ ସେ ଶର୍ଯ୍ୟାଶାୟୀ ହୋଇଥିଲେ। ଶେଷରେ ଜାମନଗରସ୍ଥିତ ସାନଭାଇଙ୍କ ଘରେ ତାଙ୍କର ପରଲୋକ ଘଟିଥିଲା। କାବୁଲ୍‌ରେ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଲ୍‌ରାଉଣ୍ଡର୍‌ ସଲିମ୍‌ ଦୁରାନିଙ୍କର ଆଜି ୮୮ ବର୍ଷ ବୟସରେ ପରଲୋକ ଘଟିଛି। ଗୁଜୁରାଟର ଜାମନଗରଠାରେ ସେ ତାଙ୍କ ସାନଭାଇ ଜାହାଙ୍ଗୀର ଦୁରାନିଙ୍କ ପାଖରେ ରହୁଥିଲେ। ଚଳିତ ବର୍ଷ ଜାନୁଆରି ମାସରେ ଦୁର୍ଘଟଣାର ଶିକାର ହୋଇ ଦୁରାନିଙ୍କ ଜଙ୍ଘ ହାଡ଼ ଭାଙ୍ଗିଯିବାରୁ ତାଙ୍କ ଗୋଡ଼ରେ ସର୍ଜରି କରାଯାଇଥିଲା। ତେବେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହେବାରୁ ସେ ଶର୍ଯ୍ୟାଶାୟୀ ହୋଇଥିଲେ। ଶେଷରେ ଜାମନଗରସ୍ଥିତ ସାନଭାଇଙ୍କ ଘରେ ତାଙ୍କର ପରଲୋକ ଘଟିଥିଲା। କାବୁଲ୍‌ରେ ଜନ୍ମିତ ଦୁରାନି ୨୯ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳିଥିଲେ। ୧୯୬୧-୬୨ରେ ଇଂଲଣ୍ଡ ବିପକ୍ଷ‌ରେ ଅନୁଷ୍ଠିତ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଭାରତର ୨-୦ ବିଜୟରେ ସେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ଭାରତ ପାଇଁ ଖେଳିଥିବା ୫୦ ପାଳିରେ ୧୨୦୨ ରନ୍‌ କରିବା ସହ ଗୋଟିଏ ଶତକ ଓ ୫୦ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ୧୯୭୩ରେ ମୁକ୍ତିଲାଭ କରିଥିବା ବଲିଉଡ୍‌ ଚଳଚ୍ଚିତ୍ର ‘ଚରିତ୍ର’ରେ ସେ ପ୍ରଖ୍ୟାତ ଅଭିନେତ୍ରୀ ପର୍‌ୱିନ୍‌ ବାବିଙ୍କ ସହିତ ଅଭିନୟ କରିଥିଲେ। ତାଙ୍କ ବିୟୋଗରେ ଭାରତର ବହୁ କ୍ରିକେଟ୍‌ ଖେଳାଳି ଶୋକବ୍ୟକ୍ତ କରିଛନ୍ତି।

Tags: