ପୁଣି କ୍ରିକେଟ୍ ବିଶ୍ବକପରେ ରେକର୍ଡ; ଦେଖିଲେ ୧.୨୫ ମିଲିୟନ୍ ଦର୍ଶକ

ଅହମଦାବାଦ: ଭାରତରେ ଦେଢ ମାସ ଧରି ଅନୁଷ୍ଠିତ ଆଇସିସି ଦିନିକିଆ ପୁରୁଷ ବିଶ୍ବକପ୍କୁ ଏଥର ରେକର୍ଡ ସଂଖ୍ୟକ ଦର୍ଶକ ଦେଖିଥିବାରୁ ନୂଆ ଇତିହାସ ସୃଷ୍ଟି ହୋଇଛି। ଏହି ସର୍ବବୃହତ ବିଶ୍ବକପ୍ ସଂସ୍କରଣକୁ ୧୨ କୋଟି ୫୦ ଲକ୍ଷ ଲୋକ ଦେଖିଛନ୍ତି। ୨୦୧୫ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍ରେ ବିଶ୍ବକପ୍ ଆୟୋଜିତ ହୋଇଥିବାବେଳେ ମୋଟ ୧ କୋଟି ୧୬ ଲକ୍ଷ ଲୋକ ଏହାକୁ ଦେଖିଥିଲେ। ୨୦୧୯ରେ କିନ୍ତୁ ୭ ଲକ୍ଷ ୫୨ ହଜାର ପ୍ରଶଂସକ ଦେଖିଥିଲେ। ୨୦୨୩ ସଂସ୍କରଣରେ ଭାରତ-ପାକିସ୍ତାନ […]

Samaya Live Picture
Published On

ଅହମଦାବାଦ: ଭାରତରେ ଦେଢ ମାସ ଧରି ଅନୁଷ୍ଠିତ ଆଇସିସି ଦିନିକିଆ ପୁରୁଷ ବିଶ୍ବକପ୍କୁ ଏଥର ରେକର୍ଡ ସଂଖ୍ୟକ ଦର୍ଶକ ଦେଖିଥିବାରୁ ନୂଆ ଇତିହାସ ସୃଷ୍ଟି ହୋଇଛି। ଏହି ସର୍ବବୃହତ ବିଶ୍ବକପ୍ ସଂସ୍କରଣକୁ ୧୨ କୋଟି ୫୦ ଲକ୍ଷ ଲୋକ ଦେଖିଛନ୍ତି। ୨୦୧୫ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍ରେ ବିଶ୍ବକପ୍ ଆୟୋଜିତ ହୋଇଥିବାବେଳେ ମୋଟ ୧ କୋଟି ୧୬ ଲକ୍ଷ ଲୋକ ଏହାକୁ ଦେଖିଥିଲେ। ୨୦୧୯ରେ କିନ୍ତୁ ୭ ଲକ୍ଷ ୫୨ ହଜାର ପ୍ରଶଂସକ ଦେଖିଥିଲେ। ୨୦୨୩ ସଂସ୍କରଣରେ ଭାରତ-ପାକିସ୍ତାନ ମ୍ୟାଚ୍ ଏକ ନିର୍ଦ୍ଧିଷ୍ଟ ମୁକାବିଲା ଭାବେ ସର୍ବାଧିକ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ତ୍ରୟୋଦଶ ସଂସ୍କରଣ ଏବେ ସବୁ ରେକର୍ଡକୁ ପଛରେ ପକାଇ ଦେଇଛି। ସଫଳ ଆୟୋଜନ ପାଇଁ ବିସିସିଆଇକୁ ମଧ୍ୟ ଆଇସିସି କୃତଜ୍ଞତା ଜଣାଇଛି। ସମସ୍ତ ଦୃଷ୍ଟିକୋଣରୁ ଏହା ସଫଳ ହେବା ଏବଂ କୋଟି କୋଟି ଦର୍ଶକଙ୍କୁ ଆକୃଷ୍ଟ କରିପାରିଥିବାରୁ ଆଇସିସି ହେଡ୍ ଅଫ୍ ଇଭେଣ୍ଟ୍ସ କ୍ରିସ୍ ଟେଟ୍ଲେ କହିଛନ୍ତି ଏହା ଦିନିକିଆ କ୍ରିକେଟ୍ର ଭବିଷ୍ୟତ ପାଇଁ ଭଲ। ଏହି ଫର୍ମାଟର ବିକାଶ ଏବଂ ପରବର୍ତୀ ପିଢ଼ି ପାଇଁ ଏହା ପ୍ରେରଣା ଯୋଗାଇବ। ସମସ୍ତ ପ୍ରଶଂସକଙ୍କୁ ମଧ୍ୟ ଆଇସିସି ଧନ୍ୟବାଦ ଜଣାଇଛି।

Tags: