ପୁଣି ଆରମ୍ଭ ହେବ ଏଚ୍ଆଇଏଲ୍: ବିଗ୍ ବ୍ୟାଙ୍ଗ୍ ମିଡିଆ ସହ ଚୁକ୍ତି କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ଗତ ଟୋକିଓ ଅଲିମ୍ପିକ୍ସରେ ଜାତୀୟ ପୁରୁଷ ଓ ମହିଳା ହକି ଦଳର ଚମତ୍କାର ପ୍ରଦର୍ଶନ ପରେ ଭାରତରେ ହକି ପ୍ରତି ଭଲ ପାଇବା ପୁନଃ ଜାଗ୍ରତ ହୋଇଥିଲା। ଏହାକୁ ନଜରରେ ରଖି ପୁଣି ଥରେ ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍) ଆରମ୍ଭ କରିବାକୁ ଯୋଜନା କରାଯାଇଛି। ଏଥିଲାଗି ହକି ଇଣ୍ଡିଆ ବାଣିଜ୍ୟିକ ଓ ବ୍ୟବସାୟ ସହଯୋଗୀ ଏଜେନ୍ସି ଭାବେ ବିଗ୍ ବ୍ୟାଙ୍ଗ୍ ମିଡିଆ ଭେଞ୍ଚର ପ୍ରାଇଭେଟ୍ ଲିମିଟେଡ୍ (ବିବିଏମ୍ଭିପିଏଲ୍) ସହ ଚୁକ୍ତି କରିଛି। ହକି ଇଣ୍ଡିଆ […]

Samaya Live Picture
Published On

ନୂଆଦିଲ୍ଲୀ: ଗତ ଟୋକିଓ ଅଲିମ୍ପିକ୍ସରେ ଜାତୀୟ ପୁରୁଷ ଓ ମହିଳା ହକି ଦଳର ଚମତ୍କାର ପ୍ରଦର୍ଶନ ପରେ ଭାରତରେ ହକି ପ୍ରତି ଭଲ ପାଇବା ପୁନଃ ଜାଗ୍ରତ ହୋଇଥିଲା। ଏହାକୁ ନଜରରେ ରଖି ପୁଣି ଥରେ ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍) ଆରମ୍ଭ କରିବାକୁ ଯୋଜନା କରାଯାଇଛି। ଏଥିଲାଗି ହକି ଇଣ୍ଡିଆ ବାଣିଜ୍ୟିକ ଓ ବ୍ୟବସାୟ ସହଯୋଗୀ ଏଜେନ୍ସି ଭାବେ ବିଗ୍ ବ୍ୟାଙ୍ଗ୍ ମିଡିଆ ଭେଞ୍ଚର ପ୍ରାଇଭେଟ୍ ଲିମିଟେଡ୍ (ବିବିଏମ୍ଭିପିଏଲ୍) ସହ ଚୁକ୍ତି କରିଛି। ହକି ଇଣ୍ଡିଆ ଅଗାମୀ ଦିନରେ ଏଚ୍ଆଇଏଲ୍ର ସୂଚୀ, ଫର୍ମାଟ ଓ ଆୟୋଜକ ସହର ନାମ ଘୋଷଣା କରିବ। ପୂର୍ବରୁ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ୫ ବର୍ଷ ଧରି ଏଚ୍ଆଇଏଲ୍ ବିଶ୍ବର ତାରକା ଖେଳାଳିଙ୍କୁ ଏକାଠି କରିଥିଲା। ଏମିତିକି ଅନେକ ଯୁବ ପ୍ରତିଭା ଏହି ଲିଗ୍ରେ ନିଜର ପ୍ରଦର୍ଶନ ଦେଇ ଚୟନକର୍ତ୍ତାଙ୍କୁ ଆକୃଷ୍ଟ କରିଥିଲେ।

Tags: