ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର ଲଗାତାର ଚତୁର୍ଥ ବିଜୟ
ଖ୍ରୀଷ୍ଟଚର୍ଚ୍ଚ: ପାକିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଘରୋଇ ନ୍ୟୁଜିଲାଣ୍ଡର ବିଜୟ ଧାରା ଜାରି ରହିଛି। ଶୁକ୍ରବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ୍ ୭ ୱିକେଟ୍ରେ ବିଜୟୀ ହେବା ସହ ଶୃଙ୍ଖଳାରେ ୪-୦ରେ ଅଗ୍ରଣୀ ନେଇଛି। ପାଳି ଆରମ୍ଭ କରିଥିବା ମହମ୍ମଦ ରିଜ୍ୱାନ (୬୩ ବଲ୍ରୁ ୯୦* ରନ୍)ଙ୍କ ଲଢ଼ୁଆ ପାଳି ସତ୍ତ୍ବେ ପାକିସ୍ତାନ ୧୫୮/୫ରେ ସୀମିତ ରହିଥିଲା। ତାଙ୍କ ଛଡ଼ା ମହମ୍ମଦ ନୱାଜ (୨୧*), ବାବର ଆଜମ (୧୯), ଇଫତିକାର ଅହମ୍ମଦ (୧୦) ଦୁଇ ଅଙ୍କ ଛୁଇଁ […]
ଖ୍ରୀଷ୍ଟଚର୍ଚ୍ଚ: ପାକିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଘରୋଇ ନ୍ୟୁଜିଲାଣ୍ଡର ବିଜୟ ଧାରା ଜାରି ରହିଛି। ଶୁକ୍ରବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ୍ ୭ ୱିକେଟ୍ରେ ବିଜୟୀ ହେବା ସହ ଶୃଙ୍ଖଳାରେ ୪-୦ରେ ଅଗ୍ରଣୀ ନେଇଛି। ପାଳି ଆରମ୍ଭ କରିଥିବା ମହମ୍ମଦ ରିଜ୍ୱାନ (୬୩ ବଲ୍ରୁ ୯୦* ରନ୍)ଙ୍କ ଲଢ଼ୁଆ ପାଳି ସତ୍ତ୍ବେ ପାକିସ୍ତାନ ୧୫୮/୫ରେ ସୀମିତ ରହିଥିଲା। ତାଙ୍କ ଛଡ଼ା ମହମ୍ମଦ ନୱାଜ (୨୧*), ବାବର ଆଜମ (୧୯), ଇଫତିକାର ଅହମ୍ମଦ (୧୦) ଦୁଇ ଅଙ୍କ ଛୁଇଁ ପାରିଥିଲେ। ମ୍ୟାଟ୍ ହେନରି (୨/୨୨), ଲୋକି ଫର୍ଗୁସନ୍ (୨/୨୭), ଆଡାମ୍ ମିଲନେ (୧/୪୯) ୱିକେଟ୍ ନେଇଥିଲେ। ଜବାବରେ ସାହିନ ଶାହ ଆଫ୍ରିଦି (୩/୩୪) ଘାତକ ବୋଲିଂ କରି ନ୍ୟୁଜିଲାଣ୍ଡ୍କୁ ୨୦/୩ରେ ସଂଘର୍ଷ କରାଇଥିଲେ। କିନ୍ତୁ ଡାରିଲ୍ ମିଚେଲ୍ (୪୪ ବଲ୍ରୁ ୭୨* ରନ୍) ଏବଂ ଗ୍ଲେନ୍ ଫିଲିପ୍ସ (୫୨ ବଲ୍ରୁ ୭୦* ରନ୍) ଅତୁଟ ଚତୁର୍ଥ ୱିକେଟ୍ ପାଇଁ ୧୩୯ ରନ୍ ଯୋଡ଼ି ନ୍ୟୁଜିଲାଣ୍ଡ୍କୁ ୧୧ ବଲ୍ ପୂର୍ବରୁ ବିଜୟୀ କରାଇଥିଲେ। ୧୩୯ ରନ୍ ମଧ୍ୟ ନ୍ୟୁଜିଲାଣ୍ଡ୍ ପାଇଁ ସର୍ବୋଚ୍ଚ ଚତୁର୍ଥ ଓ୍ବିକେଟ୍ ଭାଗୀଦାରି ହୋଇଛି। ଡାରିଲ୍ ମିଚେଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପଞ୍ଚମ ତଥା ଅନ୍ତିମ ଟ୍ବେଣ୍ଟି-୨୦ ରବିବାର ଖେଳାଯିବ।




