ପାକିସ୍ତାନ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ରୋମାଞ୍ଚକର ବିଜୟ

ଚେନ୍ନାଇ: ଲଗାତାର ଚତୁର୍ଥ ପରାଜୟ ସହ ପାକିସ୍ତାନର ସେମିଫାଇନାଲ୍ ଖେଳିବା ଆଶା ମଉଳି ଯାଇଛି। ଶୁକ୍ରବାର ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୧ ୱିକେଟ୍ରେ ପାକିସ୍ତାନକୁ ପରାସ୍ତ କରିଛି। ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୨୭୧ ରନ୍ର ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୬ ବଲ୍ ପୂର୍ବରୁ ହାସଲ କରିନେଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ର ନିକଟତର ହୋଇଥିଲା ବେଳେ ପାକିସ୍ତାନକୁ ଆଗକୁ ବଢିବାକୁ ହେଲେ ପରବର୍ତ୍ତୀ ୩ ମ୍ୟାଚ୍ ଜିତିବା ଜରୁରି ହୋଇପଡ଼ିଛି। ଏଥିସହ ଅନ୍ୟ ଦଳଗୁଡ଼ିକ […]

Samaya Live Picture
Published On

ଚେନ୍ନାଇ: ଲଗାତାର ଚତୁର୍ଥ ପରାଜୟ ସହ ପାକିସ୍ତାନର ସେମିଫାଇନାଲ୍ ଖେଳିବା ଆଶା ମଉଳି ଯାଇଛି। ଶୁକ୍ରବାର ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୧ ୱିକେଟ୍ରେ ପାକିସ୍ତାନକୁ ପରାସ୍ତ କରିଛି। ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୨୭୧ ରନ୍ର ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୬ ବଲ୍ ପୂର୍ବରୁ ହାସଲ କରିନେଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ର ନିକଟତର ହୋଇଥିଲା ବେଳେ ପାକିସ୍ତାନକୁ ଆଗକୁ ବଢିବାକୁ ହେଲେ ପରବର୍ତ୍ତୀ ୩ ମ୍ୟାଚ୍ ଜିତିବା ଜରୁରି ହୋଇପଡ଼ିଛି। ଏଥିସହ ଅନ୍ୟ ଦଳଗୁଡ଼ିକ ନେଟ୍ ରନ୍ ରେଟ୍ ଉପରେ ନିର୍ଭର କରିବାକୁ ପଡ଼ିବ।
ମ୍ୟାଚ୍ରେ ବାବର ଆଜମ ଟସ୍ ଜିତି ବ୍ୟାଟିଂ କରିଥିଲେ ମଧ୍ୟ ପାୱାରପ୍ଲେ ମଧ୍ୟରେ ଦୁଇ ପ୍ରାରମ୍ଭିକ ବ୍ୟାଟର୍ ଅବଦୁଲ୍ଲା ସଫିକ୍ (୯) ଓ ଇମାମ ଉଲ୍ ହକ୍ (୧୨)ଙ୍କୁ ହରାଇଥିଲା। ଚାପରେ ଥିବା ବାବର ଗୋଟିଏ ପଟରୁ ରକ୍ଷଣାତ୍ମକ ଖେଳିଥିଲେ। ମହମ୍ମଦ ରିଜୱାନ (୩୧) ଓ ଇଫତିକାର ଅହମଦ (୨୧)ଙ୍କ ସହ ଛୋଟ ଛୋଟ ଭାଗୀଦାରି କରି ବାବର ଦଳକୁ ୧୫୦ ପାଖରେ ପହଞ୍ଚାଇଥିଲେ। କିନ୍ତୁ ଅର୍ଦ୍ଧଶତକ ଅର୍ଜନ କରିବାର ପରବର୍ତ୍ତୀ ବଲ୍ରେ ବାବର ଆଉଟ୍ ହେବାରୁ ଦଳ ପୁଣି ଥରେ ବିପର୍ଯ୍ୟୟ ଆଡ଼କୁ ଗତି କରିଥିଲା। ସୌଦ ସକିଲ୍ (୫୨) ଓ ସଦାବ ଖାନ୍ (୪୩) ଷଷ୍ଠ ୱିକେଟ୍ରେ ୮୪ ରନ୍ର ଭାଗୀଦାରି ଗଢ଼ି ଦଳକୁ ସମ୍ଭାଳିଥିଲେ। ହେଲେ ଏହି ଯୋଡ଼ି ଆଉଟ୍ ହେବା ପରେ ପାକିସ୍ତାନ ୪୬.୪ ଓଭରରେ ଅଲଆଉଟ୍ ହୋଇଯାଇଥିଲା। ମାର୍କୋ ୟାନସେନ୍ (୩/୪୩) ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇବା ପରେ ୪ ମ୍ୟାଚ୍ ବ୍ୟବଧାନରେ ଦଳକୁ ଫେରିଥିବା ତାବ୍ରେଜ ସାମ୍ସି ଏହି ମ୍ୟାଚ୍ରେ ସବୁଠୁ ସଫଳ ବୋଲର (୪/୬୦) ହୋଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକାର ବ୍ୟାଟର୍ ଆବଶ୍ୟକ ରନ୍ ହାରରେ ସମନ୍ବୟ ରକ୍ଷା କରି ଧିରେ ଧିରେ ବିଜୟ ଆଡ଼କୁ ଅଗ୍ରସର ହୋଇଥିଲେ। ମଧ୍ୟକ୍ରମରେ ଐଦେନ ମାରକ୍ରମ ଶତକ ଆଡ଼କୁ ଅଗ୍ରସର ହେବା ସହ ଦଳକୁ ବିଜୟ ନିକଟତର କରାଇଥିଲେ। କିନ୍ତୁ ବିଜୟଠୁ ୨୧ ରନ୍ ଦୂରରେ ଥିବା ବେଳେ ମାରକ୍ରମ (୯୧ ରନ୍, ୯୩ ବଲ୍, ୭ ଚୌକା, ୩ ଛକା) ଓ ଗେରାଲ୍ଡ କୋଏଜି ଆଉଟ୍ ହେବାରୁ ଦଳ ପୁଣି ସଙ୍କଟକୁ ଚାଲିଯାଇଥିଲା। ଲୁଙ୍ଗି ଏନ୍ଗିଡି ଆଉଟ୍ ହେବା ପରେ ପାକିସ୍ତାନ ତାହାର ସମସ୍ତ ଦ୍ରୁତ ବୋଲରଙ୍କ କୋଟା ଶେଷ କରିଦେଇଥିଲା। ୧୮ ବଲ୍ରୁ ୫ ରନ୍ ଆବଶ୍ୟକ ହେଉଥିଲା ବେଳେ ସ୍ପିନର ମହମ୍ମଦ ନୱାଜଙ୍କୁ ବାବର ବଲ୍ ଧରାଇଥିଲେ। ପ୍ରଥମ ବଲ୍ରୁ ୧ ରନ୍ ଆସିବା ପରେ କେଶବ ମହାରାଜ ଦ୍ବିତୀୟ ବଲ୍ରୁ ସ୍କୋୟାର ଲେଗ୍କୁ ଚୌକା ମାରି ଦଳକୁ ଜିତାଇଥିଲେ।

Tags: