ପାକିସ୍ତାନ-ନ୍ୟୁଜିଲାଣ୍ଡ୍ ଶୃଙ୍ଖଳା ୨-୨ରେ ଡ୍ର’
ରାୱଲପିଣ୍ଡି: ମାର୍କ ଚାପ୍ମ୍ୟାନଙ୍କ ୫୪ ବଲ୍ ଶତକ ବଳରେ ନ୍ୟୁଜିଲାଣ୍ଡ୍ ସୋମବାର ରାତିରେ ପଞ୍ଚମ ତଥା ଶେଷ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ରେ ୬ ୱିକେଟ୍ରେ ପାକିସ୍ତାନକୁ ପରାସ୍ତ କରିଛି। ୧୯୪ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭ୍ରମଣକାରୀ ଦଳ ୪ ଓଭର ଭିତରେ ୩ ୱିକେଟ୍ ହରାଇବା ସହ ଦଶମ ଓଭର ବେଳକୁ ୭୩/୪ରେ ସଂଘର୍ଷ କରିଥିଲା। ମାର୍କ ଚାପ୍ମ୍ୟାନ୍ (୧୦୪* ରନ୍, ୫୭ ବଲ୍, ୧୧ ଚୌକା, ୪ ଛକା) ଏବଂ ଜେମ୍ସ ନିସାମ […]
ରାୱଲପିଣ୍ଡି: ମାର୍କ ଚାପ୍ମ୍ୟାନଙ୍କ ୫୪ ବଲ୍ ଶତକ ବଳରେ ନ୍ୟୁଜିଲାଣ୍ଡ୍ ସୋମବାର ରାତିରେ ପଞ୍ଚମ ତଥା ଶେଷ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ରେ ୬ ୱିକେଟ୍ରେ ପାକିସ୍ତାନକୁ ପରାସ୍ତ କରିଛି। ୧୯୪ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭ୍ରମଣକାରୀ ଦଳ ୪ ଓଭର ଭିତରେ ୩ ୱିକେଟ୍ ହରାଇବା ସହ ଦଶମ ଓଭର ବେଳକୁ ୭୩/୪ରେ ସଂଘର୍ଷ କରିଥିଲା। ମାର୍କ ଚାପ୍ମ୍ୟାନ୍ (୧୦୪* ରନ୍, ୫୭ ବଲ୍, ୧୧ ଚୌକା, ୪ ଛକା) ଏବଂ ଜେମ୍ସ ନିସାମ (୪୫*, ୨୫ ବଲ୍, ୪ ଚୌକା, ୨ ଛକା) ପଞ୍ଚମ ୱିକେଟ୍ ପାଇଁ ୯.୩ ଓଭରରେ ୧୨୧ ରନ୍ ଯୋଡ଼ି ୪ ବଲ୍ ପୂର୍ବରୁ ଦଳକୁ ବିଜୟୀ କରିଥିଲେ। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ୍ ମଧ୍ୟ ୫ ମ୍ୟାଚ୍ ଶୃଙ୍ଖଳାକୁ ୨-୨ରେ ଅମୀମାଂସିତ ରଖିବାରେ ସକ୍ଷମ ହୋଇଛି।




