ପାକିସ୍ତାନରେ ଖେଳାଯିବ ଏସିଆ କପ୍; ଭାରତ ନିରପେକ୍ଷ ସ୍ଥାନରେ ଖେଳିବ

ନୂଆଦିଲ୍ଲୀ, ୨୪/୩: ଏସିଆ କପ୍‌ କ୍ରିକେଟ୍ ପ୍ରତିଯୋଗିତା ଆୟୋଜନ ଅଧିକାର ପାକିସ୍ତାନକୁ ମିଳିଥିଲା ବେଳେ ଭାରତ ଏହି ଦେଶକୁ ଖେଳିବାକୁ ଯିବ ନାହିଁ ବୋଲି ଜିଦ୍ରେ ଅଟଳ ରହିଛି। ତେଣୁ ଉଭୟ ବୋ ର୍ଡର ଅଧିକାରୀଙ୍କ ମଧ୍ୟରେ ହୋଇଥିବା ସହମତି ଭିତ୍ତିରେ ଚଳିତ ବର୍ଷର ଏସିଆ କପ୍‌ ପାକିସ୍ତାନରେ ହେବ, କିନ୍ତୁ ଭାରତର ମ୍ୟାଚ୍‌ ଗୁଡ଼ିକ କୌଣସି ନିରପେକ୍ଷ ସ୍ଥାନରେ ଖେଳାଯିବ। ନିରପେକ୍ଷ ସ୍ଥାନରେ ଭାରତ ଓ ପାକିସ୍ତାନର ଦୁଇଟି ମ୍ୟାଚ୍‌ ସହିତ ମୋଟ୍‌ ୫ ମ୍ୟାଚ୍‌ […]

Samaya Live Picture
Published On

ନୂଆଦିଲ୍ଲୀ, ୨୪/୩: ଏସିଆ କପ୍‌ କ୍ରିକେଟ୍ ପ୍ରତିଯୋଗିତା ଆୟୋଜନ ଅଧିକାର ପାକିସ୍ତାନକୁ ମିଳିଥିଲା ବେଳେ ଭାରତ ଏହି ଦେଶକୁ ଖେଳିବାକୁ ଯିବ ନାହିଁ ବୋଲି ଜିଦ୍ରେ ଅଟଳ ରହିଛି। ତେଣୁ ଉଭୟ ବୋ ର୍ଡର ଅଧିକାରୀଙ୍କ ମଧ୍ୟରେ ହୋଇଥିବା ସହମତି ଭିତ୍ତିରେ ଚଳିତ ବର୍ଷର ଏସିଆ କପ୍‌ ପାକିସ୍ତାନରେ ହେବ, କିନ୍ତୁ ଭାରତର ମ୍ୟାଚ୍‌ ଗୁଡ଼ିକ କୌଣସି ନିରପେକ୍ଷ ସ୍ଥାନରେ ଖେଳାଯିବ। ନିରପେକ୍ଷ ସ୍ଥାନରେ ଭାରତ ଓ ପାକିସ୍ତାନର ଦୁଇଟି ମ୍ୟାଚ୍‌ ସହିତ ମୋଟ୍‌ ୫ ମ୍ୟାଚ୍‌ ଆୟୋଜନ ହେବ। ଏଥିପାଇଁ ଯଦିଓ ସ୍ଥାନ ଘୋଷଣା ହୋଇନାହିଁ, ତଥାପି ୟୁଏଇ, ଓମାନ, ଶ୍ରୀଲଙ୍କା ପ୍ରମୁଖ ଦାବିଦାର ଅଛନ୍ତି। ଏସିଆ କପ୍‌ରେ ଗୋଟିଏ ଯୋଗ୍ୟତା ପର୍ଯ୍ୟାୟ ଦଳ ସହିତ ଭାରତ ଓ ପାକିସ୍ତାନ ଗୋଟିଏ ‌ଗ୍ରୁପ୍‌ରେ ଏବଂ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଆଉ ଏକ ଗ୍ରୁପ୍‌ରେ ରହିଛନ୍ତି। ପ୍ରତିଯୋଗିତାରେ ମୋଟ୍ ୧୩ ମ୍ୟାଚ୍‌ ଖେଳାଯିବ। ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲ୍‌କୁ ଉନ୍ନୀତ ହେବେ। ତଥାପି ଏସିଆର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ୍‌ ଖେଳାଯିବା ନେଇ ଅଧିକ ଆକଳନ କରାଯାଉଛି। ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ଭାରତ ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ଟିପ୍ପଣୀ ଦେଇଥିଲେ। ଯଦି ଭାରତ ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ନଆସେ କିମ୍ବା ଏହି ପ୍ରତିଯୋଗିତାକୁ ପାକିସ୍ତାନ ବାହାରକୁ ନିଆଯାଏ, ତା ହେଲେ ଦିନିକିଆ ବିଶ୍ବକପ୍ ଖେଳିବାକୁ ପାକିସ୍ତାନ ମଧ୍ୟ ଭାରତ ଆସିବ ନାହିଁ ବୋଲି ପିସିବି ମୁଖ୍ୟ ନଜମ ସେଠୀ ପ୍ରତିକ୍ରିୟା ଜବାବ ରଖିଥିଲେ। କିଛିଦିନ ଧରି ଏହା ଉପରେ ବିତର୍କ ଚାଲିବା ପରେ ପାକିସ୍ତାନ ବାହାରେ ଏସିଆ କପ୍‌ର କିଛି ମ୍ୟାଚ୍‌ ଖେଳାଯିବା ନେଇ ଗତ ସପ୍ତାହରେ ଦୁବାଇରେ ହୋଇଥିବା ଏସୀୟ କ୍ରିକେଟ୍‌ ପରିଷଦ (ଏସିସି) ବୈଠକରେ ସହମତି ହୋଇଥିଲା

Tags: