ପାକିସ୍ତାନକୁ ୨୨୮ ରନରେ ହରାଇଲା ଭାରତ

କଲମ୍ବୋ: ଚଳିତ ଏସିଆ କପରେ ଭାରତ ନିଜ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଛି। ବର୍ଷା ପାଇଁ ପୂର୍ବ ଦିନଠାରୁ ଲମ୍ବିଥିବା ଏହି ମ୍ୟାଚ୍ରେ ବିରାଟ କୋହଲି (୧୨୨*) ଓ କେଏଲ୍ ରାହୁଲ (୧୧୧*)ଙ୍କ ବ୍ୟକ୍ତିଗତ ଶତକ ଏବଂ ଦ୍ବିଶତକ ଭାଗୀଦାରି (୨୩୩*) ବଳରେ ଭାରତ ୩୫୬ ରନ୍ର ବଡ଼ ସ୍କୋର୍ ଛିଡ଼ା କରିଥିଲା। ଜବାବରେ ପାକିସ୍ତାନକୁ ଭାରତୀୟ ବୋଲର କୌଣସି ଭାବେ ଆଗକୁ ବଢ଼ିବାକୁ ଦେଇନଥିଲେ। କୁଲଦୀପ ଯାଦବଙ୍କ ୫ ୱିକେଟ୍ […]

Samaya Live Picture
Published On

କଲମ୍ବୋ: ଚଳିତ ଏସିଆ କପରେ ଭାରତ ନିଜ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଛି। ବର୍ଷା ପାଇଁ ପୂର୍ବ ଦିନଠାରୁ ଲମ୍ବିଥିବା ଏହି ମ୍ୟାଚ୍ରେ ବିରାଟ କୋହଲି (୧୨୨*) ଓ କେଏଲ୍ ରାହୁଲ (୧୧୧*)ଙ୍କ ବ୍ୟକ୍ତିଗତ ଶତକ ଏବଂ ଦ୍ବିଶତକ ଭାଗୀଦାରି (୨୩୩*) ବଳରେ ଭାରତ ୩୫୬ ରନ୍ର ବଡ଼ ସ୍କୋର୍ ଛିଡ଼ା କରିଥିଲା। ଜବାବରେ ପାକିସ୍ତାନକୁ ଭାରତୀୟ ବୋଲର କୌଣସି ଭାବେ ଆଗକୁ ବଢ଼ିବାକୁ ଦେଇନଥିଲେ। କୁଲଦୀପ ଯାଦବଙ୍କ ୫ ୱିକେଟ୍ ସଫଳତା ଭାରତକୁ ସହଜ ବିଜୟ ଦେଇଥିଲା। ୨୨୮ ରନ୍ ବ୍ୟବଧାନ ବିଜୟ ମଧ୍ୟ ପାକିସ୍ତାନ ବିପକ୍ଷରେ ଭାରତର ସର୍ବବୃହତ ବିଜୟ ହୋଇଛି। ଏହି ମ୍ୟାଚ୍ରେ କୋହଲିଙ୍କ ଦ୍ରୁତତମ ୧୩,୦୦୦ ରନ ଓ ୭୭ତମ ଅନ୍ତର୍ଜାତୀୟ ଶତକ ସାଙ୍ଗକୁ ରାହୁଲଙ୍କ ଶତକୀୟ ପ୍ରତ୍ୟାବର୍ତନ ଓ ଶେଷରେ କୁଲଦୀପଙ୍କ ୫ ୱିକେଟ୍ ସଫଳତା ପ୍ରମୁଖ ଘଟଣା ଥିଲା।
ରବିବାର ଅଧା ଥିବା ପାଳିରେ ଭାରତ ସୋମବାର ୧୪୭/୨ରୁ ଖେଳିଥିଲା। ବର୍ଷା ପାଇଁ ମଧ୍ୟ ସୋମବାର ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ମ୍ୟାଚ୍ ଖେଳାଯାଇଥିଲା। ବିରାଟ କୋହଲି ଏବଂ ପ୍ରାୟ ୬ ମାସ ପରେ କ୍ରିକେଟ୍ ପଡ଼ିଆକୁ ଫେରିଥିବା କେଏଲ୍ ରାହୁଲ ଧମାକାଦାର ବ୍ୟାଟିଂ କରି ବଡ଼ ସ୍କୋର ଛିଡ଼ା କରି ଦେଇଥିଲେ। ରାହୁଲ ୧୦୦ ବଲରୁ ଏବଂ କୋହଲି ୮୪ ବଲ୍ରୁ ବ୍ୟକ୍ତିଗତ ଶତକ ପୂର୍ଣ୍ଣ କରି ଦେଇଥିଲେ। ରାହୁଲଙ୍କର ଏହା ଷଷ୍ଠ ଦିନିକିଆ ଶତକ ହୋଇଥିବାବେଳେ କୋହଲିଙ୍କର ୪୭ତମ ଶତକ ଥିଲା। ବ୍ୟାଟିଂ ପରେ ଭାରତକୁ ଯଶପ୍ରୀତ୍ ବୁମରା, ହାର୍ଦିକ ପାଣ୍ଡ୍ୟା ଓ ଶାର୍ଦୁଳ ଠାକୁର ପ୍ରଥମ ୩ ସଫଳତା ଦେଇଥିଲେ। ବର୍ଷା ପାଇଁ ପାକିସ୍ତାନ ପାଳି ଅଟକିଥିଲେ ମଧ୍ୟ ଓଭର କଟିନଥିଲା। କୁଲଦୀପ କିନ୍ତୁ ସବୁଠାରୁ ପ୍ରଭାବୀ ବୋଲିଂ କରି ଆହତ ସମସ୍ୟା ଭିତରେ ପଡ଼ିଥିବା ପାକିସ୍ତାନ ପାଳିକୁ ୧୨୮/୮ରେ (୩୨ ଓଭର) ସୀମିତ ରଖିଦେଇଥିଲେ। ଆହତ କାରଣରୁ ହାରିସ ରୌଫ ଏବଂ ନସିମ୍ ସାହା ବ୍ୟାଟିଂ କରିବାକୁ ଆସିନଥିଲେ। ଫକର ଜମାନଙ୍କ ୱିକେଟ୍ରୁ ଅଭିଯାନ ଆରମ୍ଭ କରିଥିବା କୁଲଦୀପ କ୍ରମାନ୍ବୟରେ ଆଘା ସଲମାନ, ସଦାବ ଖାନ୍, ଇଫତିକାର ଅହମ୍ମଦ, ଫହିମ ଅସ୍ରଫଙ୍କୁ ଆଉଟ୍ କରିଥିଲେ।

Tags: