ପରିବେଶ ନିୟମ ଉଲଙ୍ଘନ ପାଇଁ ନେମାରଙ୍କୁ ୨୯ କୋଟି ଟଙ୍କା ଜରିମାନା
ବ୍ରାସିଲିଆ: ପରିବେଶ ନିୟମ ଉଲ୍ଲଂଘନ ମାମଲାରେ ବ୍ରାଜିଲର ତାରକା ଫୁଟ୍ବଲର୍ ନେମାର ଜୁନିଅରଙ୍କୁ ଜରିମାନା ଲାଗିଛି। ଦକ୍ଷିଣପୂର୍ବ ବ୍ରାଜିଲର ରିଓ ଡି’ ଜାନେରିଓସ୍ଥିତ ମାଙ୍ଗାରାତିବା ସହର ସମୁଦ୍ର କୂଳରେ ନେମାର ବିଳାସପୂର୍ଣ୍ଣ ଘର ତିଆରି କରୁଛନ୍ତି। ଏହି ଘର ତିଆରି ବେଳେ ସେ ଅନେକ ପରିବେଶ ନିୟମ ଉଲ୍ଲଂଘନ କରିଥିବା ନଜରକୁ ଆସିଥିଲା। ସମୁଦ୍ର କୂଳରେ ଥିବା ତାଙ୍କ ଘର ନିକଟରେ ଏକ କୃତ୍ରିମ ହ୍ରଦ ନିର୍ମାଣ କରିଥିଲେ। ଯାହା ପରିବେଶ ନିୟମ ଉଲ୍ଲଂଘନ କରୁଛି ବୋଲି […]
ବ୍ରାସିଲିଆ: ପରିବେଶ ନିୟମ ଉଲ୍ଲଂଘନ ମାମଲାରେ ବ୍ରାଜିଲର ତାରକା ଫୁଟ୍ବଲର୍ ନେମାର ଜୁନିଅରଙ୍କୁ ଜରିମାନା ଲାଗିଛି। ଦକ୍ଷିଣପୂର୍ବ ବ୍ରାଜିଲର ରିଓ ଡି’ ଜାନେରିଓସ୍ଥିତ ମାଙ୍ଗାରାତିବା ସହର ସମୁଦ୍ର କୂଳରେ ନେମାର ବିଳାସପୂର୍ଣ୍ଣ ଘର ତିଆରି କରୁଛନ୍ତି। ଏହି ଘର ତିଆରି ବେଳେ ସେ ଅନେକ ପରିବେଶ ନିୟମ ଉଲ୍ଲଂଘନ କରିଥିବା ନଜରକୁ ଆସିଥିଲା। ସମୁଦ୍ର କୂଳରେ ଥିବା ତାଙ୍କ ଘର ନିକଟରେ ଏକ କୃତ୍ରିମ ହ୍ରଦ ନିର୍ମାଣ କରିଥିଲେ। ଯାହା ପରିବେଶ ନିୟମ ଉଲ୍ଲଂଘନ କରୁଛି ବୋଲି ମାଙ୍ଗାରାତିବା ପରିବେଶ କାର୍ଯ୍ୟାଳୟ କହିବା ସହ ତାଙ୍କ ଉପରେ ୧୬ ନିୟୁତ ରିଲ୍ସ ଅଥବା ଭାରତୀୟ ମୂଦ୍ରାରେ ୨୮.୬୦ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି।




