ପରାଜୟ ଧାରା ଭାଙ୍ଗି ପଏଣ୍ଟ ଖାତା ଖୋଲିଲା ଦିଲ୍ଲୀ
ନୂଆଦିଲ୍ଲୀ: ଲଗାତାର ପଞ୍ଚମ ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଖାତା ଖୋଲିଛି। ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) କୁ ୪ ୱିକେଟ୍ରେ ଦିଲ୍ଲୀ ପରାସ୍ତ କରିଛି। ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍ ଖେଳିଥିବା ଇଶାନ୍ତ ଶର୍ମା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। କେକେଆର୍ ପ୍ରଥମେ ବ୍ୟାଟିଂ କରି ୧୨୭ ରନ୍ କରିଥିଲା। ଜାସନ୍ ରଏ (୪୩), ମନ୍ଦୀପ ସିଂହ (୧୨) ଓ ଆନ୍ଦ୍ରେ ରସେଲ୍ (୩୮) ଦୁଇ […]
ନୂଆଦିଲ୍ଲୀ: ଲଗାତାର ପଞ୍ଚମ ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଖାତା ଖୋଲିଛି। ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) କୁ ୪ ୱିକେଟ୍ରେ ଦିଲ୍ଲୀ ପରାସ୍ତ କରିଛି। ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍ ଖେଳିଥିବା ଇଶାନ୍ତ ଶର୍ମା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। କେକେଆର୍ ପ୍ରଥମେ ବ୍ୟାଟିଂ କରି ୧୨୭ ରନ୍ କରିଥିଲା। ଜାସନ୍ ରଏ (୪୩), ମନ୍ଦୀପ ସିଂହ (୧୨) ଓ ଆନ୍ଦ୍ରେ ରସେଲ୍ (୩୮) ଦୁଇ ଅଙ୍କ ଛୁଇଁଥିବା ବେଳେ ଅନ୍ୟମାନେ ନିରାଶ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦିଲ୍ଲୀ ପାଇଁ ଡେଭିଡ୍ ୱାର୍ଣ୍ଣର (୫୭) ଅର୍ଦ୍ଧଶତକୀୟ ପାଳି ଖେଳି ଗୋଟିଏ ପଟ ସମ୍ଭାଳିଥିଲେ ବି ଇମ୍ପାକ୍ଟ ପ୍ଲେୟାର ଭାବେ ଆସିଥିବା ପୃଥ୍ବୀ ସ’ଙ୍କ ଖରାପ ପ୍ରଦର୍ଶନ ଜାରି ରହିଥିଲା। ପାୱାର ପ୍ଲେ ମଧ୍ୟରେ ଦିଲ୍ଲୀ ୬୧/୧ ସ୍କୋର କରିଥିଲା ବେଳେ ଅଷ୍ଟମ ଓଭର ପରଠୁ ୱିକେଟ୍ ଖସିବା ଧାରା ଆରମ୍ଭ ହୋଇଥିଲା। ଦଳକୁ ଶତକର ନିକଟତର କରାଇ ୱାର୍ଣ୍ଣର ମଧ୍ୟ ନିଜ ୱିକେଟ୍ ହରାଇଥିଲେ। ମନୀଷ ପାଣ୍ଡେ ଦଳର ଦ୍ବିତୀୟ ସର୍ବାଧିକ ୨୧ ରନ୍ କରିଥିଲେ। ଅକ୍ଷର ପଟେଲ୍ ଶେଷ ପର୍ଯ୍ୟନ୍ତ ରକ୍ଷଣାତ୍ମକ ଖେଳି ୪ ବଲ୍ ପୂର୍ବରୁ ଦଳକୁ ଜିତାଇଥିଲେ।




