ପରବର୍ତ୍ତୀ ୩ ମ୍ୟାଚରେ ଖେଳିବେନି ନ୍ୟୁଜିଲାଣ୍ଡ ଅଧିନାୟକ ୱିଲିୟମସନ୍

ନୂଆଦିଲ୍ଲୀ: ବିଶ୍ବକପ୍ ଅଭିଯାନରେ ନ୍ୟୁଜିଲାଣ୍ଡକୁ ଶନିବାର ବଡ଼ ଝଟ୍କା ଲାଗିଛି। ଏହାର ଅଧିନାୟକ ଆହତ ଯୋଗୁଁ ଆଗାମୀ ୩ ମ୍ୟାଚ୍ରେ ଖେଳିପାରିବେନି। ୬ ମାସ ପରେ ଶୁକ୍ରବାର ବାଂଲାଦେଶ ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଚେପକରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସେ ୭୮ ରନ୍ କରିଥଲେ। ହେଲେ ରନ୍ ଲାଗି କ୍ରିଜ୍ରେ ଦୌଡ଼ୁଥିଲା ବେଳେ ତାଙ୍କ ବୁଢ଼ା ଆଙ୍ଗୁଠିରେ ବଲ୍ ବାଜିଥିଲା। ଏହାପରେ ୱିଲିୟମସନ୍ ରିଟାୟର୍ଡ ହର୍ଟ ହୋଇ ପାଭିଲିୟନ ଫେରିଥିଲେ। ସ୍କାନ୍ ପରେ ତାଙ୍କର […]

Samaya Live Picture
Published On

ନୂଆଦିଲ୍ଲୀ: ବିଶ୍ବକପ୍ ଅଭିଯାନରେ ନ୍ୟୁଜିଲାଣ୍ଡକୁ ଶନିବାର ବଡ଼ ଝଟ୍କା ଲାଗିଛି। ଏହାର ଅଧିନାୟକ ଆହତ ଯୋଗୁଁ ଆଗାମୀ ୩ ମ୍ୟାଚ୍ରେ ଖେଳିପାରିବେନି। ୬ ମାସ ପରେ ଶୁକ୍ରବାର ବାଂଲାଦେଶ ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଚେପକରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସେ ୭୮ ରନ୍ କରିଥଲେ। ହେଲେ ରନ୍ ଲାଗି କ୍ରିଜ୍ରେ ଦୌଡ଼ୁଥିଲା ବେଳେ ତାଙ୍କ ବୁଢ଼ା ଆଙ୍ଗୁଠିରେ ବଲ୍ ବାଜିଥିଲା। ଏହାପରେ ୱିଲିୟମସନ୍ ରିଟାୟର୍ଡ ହର୍ଟ ହୋଇ ପାଭିଲିୟନ ଫେରିଥିଲେ। ସ୍କାନ୍ ପରେ ତାଙ୍କର ଆଙ୍ଗୁଠିରେ ଫାଟ ଥିବା ଜଣାପଡ଼ିଛି। ଫଳରେ ସେ ଆଗାମୀ ୩ ମ୍ୟାଚ୍ ଆଫ୍ଗାନିସ୍ତାନ (ଅକ୍ଟୋବର ୧୮,ଚେନ୍ନାଇ), ଭାରତ (ଅକ୍ଟୋବର ୨୨, ଧର୍ମଶାଳା) ଏବଂ ଦକ୍ଷିଣ ଆଫ୍ରିକା (ଅକ୍ଟୋବର ୨୮, ପୁଣେ) ବିପକ୍ଷରେ ଖେଳିପାରିବେନି। ନଭେମ୍ବରରେ ଫେରିବା ତାଙ୍କ ସୁସ୍ଥତା ଉପରେ ନିର୍ଭର କରୁଛି ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ପକ୍ଷରୁ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

Tags: