ପଦାର୍ପଣ କଲେ ଅର୍ଜୁନ ତେନ୍ଦୁଲକର; ଟୋପି ପିନ୍ଧାଇଲେ ରୋହିତ
ମୁମ୍ବାଇ: କିଂବଦନ୍ତି କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କ ଆଇପିଏଲ୍ ପଦାର୍ପଣ କରିଛନ୍ତି। ରବିବାର ୱାଙ୍ଖଡେ ଷ୍ଟାଡିୟମ୍ରେ କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ଅର୍ଜୁନ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଆଇପିଏଲ୍ ପଦାର୍ପଣ ସୁଯୋଗ ପାଇଥିଲେ। ଏଥିସହ ଆଇପିଏଲ୍ ଇତିହାସରେ ପ୍ରଥମ ବାପା-ପୁଅ ଯୋଡ଼ି ଭାବେ ସଚିନ-ଅର୍ଜୁନ ଖେଳିବାର ଗୌରବ ପାଇଥିଲେ। ଉଭୟ ହିଁ ମୁମ୍ବାଇ ଇଣ୍ଡିଆନ୍ସରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଛନ୍ତି। ୨୦୨୧ ନିଲାମ ବେଳେ ଅର୍ଜୁନଙ୍କୁ ବେସ୍ ପ୍ରାଇସ୍ ୨୦ ଲକ୍ଷରେ ମୁମ୍ବାଇ କିଣିଥିଲା। […]
ମୁମ୍ବାଇ: କିଂବଦନ୍ତି କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କ ଆଇପିଏଲ୍ ପଦାର୍ପଣ କରିଛନ୍ତି। ରବିବାର ୱାଙ୍ଖଡେ ଷ୍ଟାଡିୟମ୍ରେ କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ଅର୍ଜୁନ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଆଇପିଏଲ୍ ପଦାର୍ପଣ ସୁଯୋଗ ପାଇଥିଲେ। ଏଥିସହ ଆଇପିଏଲ୍ ଇତିହାସରେ ପ୍ରଥମ ବାପା-ପୁଅ ଯୋଡ଼ି ଭାବେ ସଚିନ-ଅର୍ଜୁନ ଖେଳିବାର ଗୌରବ ପାଇଥିଲେ। ଉଭୟ ହିଁ ମୁମ୍ବାଇ ଇଣ୍ଡିଆନ୍ସରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଛନ୍ତି। ୨୦୨୧ ନିଲାମ ବେଳେ ଅର୍ଜୁନଙ୍କୁ ବେସ୍ ପ୍ରାଇସ୍ ୨୦ ଲକ୍ଷରେ ମୁମ୍ବାଇ କିଣିଥିଲା। ହେଲେ ୨୦୨୨ ନିଲାମରେ ଅର୍ଜୁନଙ୍କୁ ନେବା ପାଇଁ ଗୁଜରାଟ ଟାଇଟାନ୍ସ ଓ ମୁମ୍ବାଇ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। କିନ୍ତୁ ମୁମ୍ବାଇ ଆଗରେ ରହି ୩୦ ଲକ୍ଷ ଟଙ୍କାରେ ଅର୍ଜୁନଙ୍କୁ ନିଜ ଦଳରେ ରଖିବାକୁ ସମର୍ଥ ହୋଇଥିଲା। ଅର୍ଜୁନ ଏପର୍ଯ୍ୟନ୍ତ ଘରୋଇ କ୍ରିକେଟ୍ରେ ୭ ଲେଖାଏଁ ପ୍ରଥମ ଶ୍ରେଣୀ ଓ ଲିଷ୍ଟ-ଏ ଏବଂ ୯ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ମ୍ୟାଚ୍ ପୂର୍ବରୁ ଅର୍ଜୁନ ଦଳର ପରାମର୍ଶଦାତା ଥିବା ପିତା ସଚିନଙ୍କ ସହ ଆଲୋଚନା କରିଥିଲେ। ପରେ ରୋହିତ ମ୍ୟାଚ୍ ଆରୀମ୍ଭ ହେବା ଆଗରୁ ଅର୍ଜୁନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍ ପ୍ରଦାନ କରିଥିଲେ। ଅର୍ଜୁନଙ୍କ ପଦାର୍ପଣ ମ୍ୟାଚ୍କୁ ଦେଖିବାକୁ ତାଙ୍କ ଭଉଣୀ ସାରା ଷ୍ଟାଡିୟମରେ ଉପସ୍ଥିତ ଥିଲେ।




