ପଡ଼ିଆରେ ପଶି କୋହଲିଙ୍କୁ କୁଣ୍ଢେଇ ଧରିଲେ ଦର୍ଶକ
ଅହମଦାବାଦ: ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍ ମ୍ୟାଚ୍ ପାଇଁ ଅନେକ ଭିଭିଆଇପି ଷ୍ଟାଡିୟମ୍ ଆସିଥିଲେ। ତେଣୁ ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଥିଲା। ଏପରିକି ପଡ଼ିଆ ଚାରିପଟେ ମଧ୍ୟ ସୁରକ୍ଷାକର୍ମୀମାନେ ନିୟୋଜିତ ଥିଲେ। ଏସବୁ ସତ୍ତ୍ବେ ଭାରତ ପାଳିରେ ଏକ ଅଜବ ଦୃଶ୍ୟ ନଜରକୁ ଆସିଥିଲା। ଯେଉଁଠି ଭାରତ ଆର୍ମିର ବ୍ୟାନର୍ ଝୁଲୁଥିଲା ସେହିଠାରେ ବାଉଣ୍ଡରି ଭିତରକୁ ପଶି ଆସିଥିଲେ ଜଣେ ବିଶୃଙ୍ଖଳିତ ଦର୍ଶକ। ୧୪ତମ ଓଭର ଚାଲିଥିଲା ବେଳେ ସିଧା ସଳଖ ବିରାଟ କୋହଲିଙ୍କ ପାଖକୁ ଯାଇ ତାଙ୍କୁ […]
ଅହମଦାବାଦ: ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍ ମ୍ୟାଚ୍ ପାଇଁ ଅନେକ ଭିଭିଆଇପି ଷ୍ଟାଡିୟମ୍ ଆସିଥିଲେ। ତେଣୁ ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଥିଲା। ଏପରିକି ପଡ଼ିଆ ଚାରିପଟେ ମଧ୍ୟ ସୁରକ୍ଷାକର୍ମୀମାନେ ନିୟୋଜିତ ଥିଲେ। ଏସବୁ ସତ୍ତ୍ବେ ଭାରତ ପାଳିରେ ଏକ ଅଜବ ଦୃଶ୍ୟ ନଜରକୁ ଆସିଥିଲା। ଯେଉଁଠି ଭାରତ ଆର୍ମିର ବ୍ୟାନର୍ ଝୁଲୁଥିଲା ସେହିଠାରେ ବାଉଣ୍ଡରି ଭିତରକୁ ପଶି ଆସିଥିଲେ ଜଣେ ବିଶୃଙ୍ଖଳିତ ଦର୍ଶକ। ୧୪ତମ ଓଭର ଚାଲିଥିଲା ବେଳେ ସିଧା ସଳଖ ବିରାଟ କୋହଲିଙ୍କ ପାଖକୁ ଯାଇ ତାଙ୍କୁ କୁଣ୍ଢାଇ ପକାଇଥିଲେ। ପରେ ସୁରକ୍ଷାକର୍ମୀ ତାଙ୍କୁ ମାଡ଼ି ବସିଥିଲେ। କିଛି ସମୟ ମ୍ୟାଚ୍ ବାଧାପ୍ରାପ୍ତ ହେବା ପରେ ପୁଣି ଆରମ୍ଭ ହୋଇଥିଲା। ଏହା ପରେ ତାଙ୍କୁ ଅମହଦାବାଦ ପୁଲିସ ଖେଳ ଶେଷ ପର୍ଯ୍ୟନ୍ତ ଅଟକ ରଖିଥିଲା। ୱେନ୍ ଜନସନ୍ ନାମକ ଏହି ଅଷ୍ଟ୍ରେଲୀୟ ନାଗରିକ ଜଣକ କିନ୍ତୁ ଚାଇନିଜ୍-ଫିଲିପାଇନ୍ସ ବଂଶୋଦ୍ଭବ ବୋଲି ଜଣାପଡ଼ିଛି। ଲାଲ ସର୍ଟ ଏବଂ ଧଳା ଟି-ସାର୍ଟରେ ପିଚ୍ ଭିତରକୁ ପଶିଥିବା ଜନସନ୍ ମଧ୍ୟ ତାଙ୍କ ଟି-ସାର୍ଟରେ ପାଲେଷ୍ଟାଇନ୍ ମୁକ୍ତ ବାର୍ତ୍ତା ଲେଖିଥିବାରୁ ଏହା ଉଦ୍ଦେଶ୍ୟମୂଳକ ଥିଲା ବୋଲି ଜଣାପଡ଼ିଛି। ଦେଢ଼ ଲକ୍ଷ ଭରା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ର ଏହି ମ୍ୟାଚ୍ ପାଇଁ ଗୁଜରାଟ ପୁଲିସ ୬୦୦୦ ସୁରକ୍ଷାକର୍ମୀ ନିୟୋଜିତ କରିଥିଲେ ମଧ୍ୟ ଏଭଳି ଢିଲାପଣକୁ ଏବେ ସମାଲୋଚନା ଆରମ୍ଭ ହୋଇଛି। ଏପରିକି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାଲ୍ସଙ୍କୁ ନିମନ୍ତ୍ରଣ କରାଯିବା ବେଳେ ସୁରକ୍ଷା ଢିଲାକୁ ନେଇ ନାନା ପ୍ରଶ୍ନ ଉଠିଛି।




