ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଶେଷ ଆଇପିଏଲ୍ ମ୍ୟାଚ୍ ଖେଳିବାକୁ ଚାହୁଛନ୍ତି ହରଭଜନ
ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଫ୍ ସ୍ପିନର ହରଭଜନ ସିଂହ ଆଇପିଏଲ୍ ଜୀବନରୁ ଯଦିଓ ଅବସର ନେଇନାହାନ୍ତି, କିନ୍ତୁ ଏବେ ତାଙ୍କୁ ଆଉ ପଡ଼ିଆରେ ଦେଖାଯିବା ପରିବର୍ତ୍ତେ ଅଧିକ ସମୟ ଷ୍ଟୁଡିଓ ଭିତରେ ଦେଖିବାକୁ ମିଳୁଛି। ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳିସାରିଥିବା ହରଭଜନ ତାଙ୍କର ଶେଷ ଆଇପିଏଲ୍ ପଞ୍ଜାବ ପକ୍ଷରୁ ଖେଳିବାକୁ ଆଗ୍ରହ ଦେଖାଇଛନ୍ତି। ଏକ ଟେଲିଭିଜନ୍ କାର୍ଯ୍ୟକ୍ରମରେ ଜଣେ ପ୍ରଶଂସକ ତାଙ୍କୁ ମୁମ୍ବାଇ […]
ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଫ୍ ସ୍ପିନର ହରଭଜନ ସିଂହ ଆଇପିଏଲ୍ ଜୀବନରୁ ଯଦିଓ ଅବସର ନେଇନାହାନ୍ତି, କିନ୍ତୁ ଏବେ ତାଙ୍କୁ ଆଉ ପଡ଼ିଆରେ ଦେଖାଯିବା ପରିବର୍ତ୍ତେ ଅଧିକ ସମୟ ଷ୍ଟୁଡିଓ ଭିତରେ ଦେଖିବାକୁ ମିଳୁଛି। ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳିସାରିଥିବା ହରଭଜନ ତାଙ୍କର ଶେଷ ଆଇପିଏଲ୍ ପଞ୍ଜାବ ପକ୍ଷରୁ ଖେଳିବାକୁ ଆଗ୍ରହ ଦେଖାଇଛନ୍ତି। ଏକ ଟେଲିଭିଜନ୍ କାର୍ଯ୍ୟକ୍ରମରେ ଜଣେ ପ୍ରଶଂସକ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲା ବେଳେ ଭଲ ଲାଗୁଥିଲା ନା ପଞ୍ଜାବ କିଙ୍ଗ୍ସ ପାଇଁ ଖେଳିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ କେବେ ବି ଖେଳିବାକୁ ସୁଯୋଗ ପାଇନଥିବା କହିଥିଲେ। ତଥାପି ଗତ ଦୁଇ ତିନି ବର୍ଷ ଧରି ସେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳିବାକୁ ଚାହୁଁଥିଲେ। ତାଙ୍କ ପାଖରେ ଯାହା ଦକ୍ଷତା ଅଛି ତାହାକୁ ପଞ୍ଜାବ ପାଇଁ ବ୍ୟବହାର କରିବାକୁ ସେ ଚାହୁଁଥିଲେ। ଆଇପିଏଲ୍ରେ ହରଭଜନ ୧୬୩ ମ୍ୟାଚ୍ ଖେଳିଥିଲା ବେଳେ ୧୫୦ ୱିକେଟ୍ ନେଇଛନ୍ତି। ଏହାବାଦ୍ ୧୩୭ ଷ୍ଟ୍ରାଇକ୍ ରେଟ୍ରେ ୮୩୩ ରନ୍ ସଂଗ୍ରହ କରିଛନ୍ତି।




