ପଞ୍ଜାବ କିଙ୍ଗ୍ସକୁ ହରାଇଲା ଆରସିବି
ମୋହାଲି: ବିରାଟ କୋହଲି ଏବଂ ଫାପ୍ ଡୁ ପ୍ଲେସିସ୍ଙ୍କ ଶତକୀୟ ଭାଗୀଦାରି ପରେ ମହମ୍ମଦ ସିରାଜଙ୍କ ୪ ୱିକେଟ୍ ଯୋଗୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) ୨୪ ରନ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଆର୍ସିବି ପକ୍ଷରୁ ବିରାଟ କୋହଲି ଏବଂ ଫାପ୍ ଡୁ ପ୍ଲେସିସ ପ୍ରଥମ ୱିକେଟ୍ପାଇଁ ୧୬ ଓଭରରେ ୧୩୭ ରନ୍ ଉଠାଇଥିଲେ। ଡୁ ପ୍ଲେସିସ୍ ୩୧ ବଲ୍ରୁ ଏବଂ କୋହଲି ୪୦ ବଲ୍ରୁ […]
ମୋହାଲି: ବିରାଟ କୋହଲି ଏବଂ ଫାପ୍ ଡୁ ପ୍ଲେସିସ୍ଙ୍କ ଶତକୀୟ ଭାଗୀଦାରି ପରେ ମହମ୍ମଦ ସିରାଜଙ୍କ ୪ ୱିକେଟ୍ ଯୋଗୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) ୨୪ ରନ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଆର୍ସିବି ପକ୍ଷରୁ ବିରାଟ କୋହଲି ଏବଂ ଫାପ୍ ଡୁ ପ୍ଲେସିସ ପ୍ରଥମ ୱିକେଟ୍ପାଇଁ ୧୬ ଓଭରରେ ୧୩୭ ରନ୍ ଉଠାଇଥିଲେ। ଡୁ ପ୍ଲେସିସ୍ ୩୧ ବଲ୍ରୁ ଏବଂ କୋହଲି ୪୦ ବଲ୍ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ସପ୍ତଦଶ ଓଭର ପ୍ରଥମ ଦୁଇ ବଲ୍ରେ କୋହଲି (୪୭ ବଲ୍ରୁ ୫୯) ଏବଂ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ହରପ୍ରୀତ୍ ବ୍ରାର୍ ଆଉଟ୍ କରି ଆର୍ସିବିର ରନ୍ ହାରକୁ ନିୟନ୍ତ୍ରଣକୁ ଆଣିଥିଲେ। ପରବର୍ତୀ ଓଭରରେ ଡୁ ପ୍ଲେସିସ (୫୬ ବଲ୍ରୁ ୮୪) ମଧ୍ୟ ଏଲିସଙ୍କ ଶିକାର ହୋଇ ଫେରିଯାଇଥିଲେ। ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଶେଷ ୪ ଓଭରରେ ୪ ୱିକେଟ୍ ହରାଇ ଆର୍ସିବି ମାତ୍ର ୩୭ ରନ୍ ଯୋଡ଼ି ପାରିଥିଲା। ଜବାବରେ ପଞ୍ଜାବ ପାୱାର ପ୍ଲେ ଭିତରେ ୪ ୱିକେଟ୍ ହରାଇ ଦେବାରୁ ସମସ୍ୟାରେ ପଡ଼ିଥିଲା। ଅଧିନାୟକ ସାମ କରନ୍ ମଧ୍ୟ ବିଶେଷ କିଛି କରିପାରିନଥିଲେ। ବିପର୍ଯ୍ୟୟ ସତ୍ତ୍ବେ ପ୍ରାରମ୍ଭିକ ବ୍ୟାଟର୍ ପ୍ରଭସିମ୍ରନ ସିଂହ ପ୍ରତିଆକ୍ରମଣ ଜାରି ରଖି ୩୦ ବଲ୍ରୁ ୪୬ ରନ୍ କରିଥିଲେ। ୧୦୬ ରନ୍ରେ ୭ ୱିକେଟ୍ ହରାଇ ଦେବା ପରେ ପଞ୍ଜାବ ପାଇଁ ଶେଷ ଆଶା ଥିଲେ ଜିତେଶ ଶର୍ମା। ୨୭ ବଲ୍ରୁ ୪୧ ରନ୍ ପାଳି ଖେଳିଥିଲେ ମଧ୍ୟ ଦଳକୁ ବିଜୟ ପର୍ଯ୍ୟନ୍ତ ନେଇପାରିନଥିଲେ।




