ପଞ୍ଜାବ କିଙ୍ଗ୍ସକୁ ହରାଇଲା କୋଲକାତା ନାଇଟ୍ ରାଇଡର୍ସ

କୋଲକାତା: ରିଙ୍କୁ ସିଂହଙ୍କ ଶେଷ ବଲ୍ ଚୌକା ବଳରେ କୋଲକାତା ନାଇଟ୍ ରାଇଡର୍ସ ୫ ୱିକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ସମ୍ମୁଖରେ ୧୮୦ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। ଏହାକୁ ପିଛା କରି ଜାସନ୍ ରୟ ଭଲ ଆରମ୍ଭ ଦେବା ପରେ ଅଧିନାୟକ ନୀତୀଶ ରାଣା ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ମାରିଥିଲେ। ୧୯ତମ ଓଭରରେ ସାମ କରନ୍ଙ୍କୁ ୩ ଛକା ମାରି ଆନ୍ଦ୍ରେ ରସେଲ କୋଲକତା […]

Samaya Live Picture
Published On

କୋଲକାତା: ରିଙ୍କୁ ସିଂହଙ୍କ ଶେଷ ବଲ୍ ଚୌକା ବଳରେ କୋଲକାତା ନାଇଟ୍ ରାଇଡର୍ସ ୫ ୱିକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ସମ୍ମୁଖରେ ୧୮୦ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। ଏହାକୁ ପିଛା କରି ଜାସନ୍ ରୟ ଭଲ ଆରମ୍ଭ ଦେବା ପରେ ଅଧିନାୟକ ନୀତୀଶ ରାଣା ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ମାରିଥିଲେ। ୧୯ତମ ଓଭରରେ ସାମ କରନ୍ଙ୍କୁ ୩ ଛକା ମାରି ଆନ୍ଦ୍ରେ ରସେଲ କୋଲକତା ବିଜୟକୁ ନିଶ୍ଚିତ କରିଥିଲେ। ଶେଷ ଓଭରରୁ ୬ ରନ୍ ଆବଶ୍ୟକ ପଡ଼ିଥିଲେ ମଧ୍ୟ ଢେର ରୋମାଞ୍ଚ ଭରି ଦେଇଥିଲେ ବାମହାତୀ ବୋଲର ଅର୍ଶଦୀପ ସିଂହ। ପଞ୍ଚମ ବଲ୍ରେ ରସେଲଙ୍କୁ ସେ ରନ୍ ଆଉଟ୍ କରିଥିଲେ। ଶେଷ ବଲରୁ ୨ ରନ୍ ଆବଶ୍ୟକ ଥିବାବେଳେ ଅର୍ଶଦୀପଙ୍କ ଫୁଲ୍ ଟସ୍କୁ ରିଙ୍କୁ ଡିପ୍ ଫାଇନ୍ ଲେଗ୍ ଏବଂ ଡିପ୍ ବ୍ୟାକୱାର୍ଡ ସ୍କୋୟାର୍ ଲେଗ୍ ମଝିରେ ଚୌକା ମାରି ପୁଣି ଥରେ ଦଳକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଦେଇଥିଲେ। ଏଥିପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପାଇଁ ଶିଖର ଧାୱନଙ୍କ ଆଉ ଏକ ଅର୍ଦ୍ଧଶତକ ବଳରେ ଦଳ ୧୭୯/୭ ରନ୍ ସ୍କୋର କରିଥିଲା। ଆରମ୍ଭରୁ ବିପର୍ଯ୍ୟୟରେ ପଡ଼ିଥିଲେ ବି ଧାୱନ୍ ଦଳକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ପାୱାର ପ୍ଲେ ମଧ୍ୟରେ ପ୍ରଭସିମ୍ରନ ସିଂହ (୧୨), ଭାନୁକା ରାଜପକ୍ଷ (୦) ଓ ଲିଆମ୍ ଲିଭିଙ୍ଗଷ୍ଟୋନ୍ (୧୫)ଙ୍କୁ ପଞ୍ଜାବ ହରାଇଥିଲା। ପରେ ଜିତେଶ ଶର୍ମାଙ୍କ ସହ ମିଶି ଧାୱନ ଚତୁର୍ଥ ୱିକେଟ୍ରେ ୫୩ ରନ୍ ଯୋଡ଼ି ପାଳିକୁ ସମ୍ଭାଳି ନେଇଥିଲେ। ୧୩ତମ ଓଭରରେ ଜିତେଶ (୨୧)ଙ୍କୁ ୱିକେଟ୍ ପଛରେ ଆଉଟ୍ କରାଇ ବରୁଣ ଚକ୍ରବର୍ତ୍ତୀ ଏହି ଯୋଡ଼ି ଭାଙ୍ଗିବା ପରେ ଧାୱନ (୫୭ ରନ୍, ୪୭ ବଲ୍, ୯ ଚୌକା, ୧ ଛକା) ମଧ୍ୟ ଦୁଇ ଓଭର ପରେ ନିଜ ୱିକେଟ୍ ହରାଇଥିଲେ। ତଳକ୍ରମରେ ଋଷି ଧାୱନ (୧୯), ଏମ୍ ଶାହରୁଖ ଖାନ୍ (୨୧*) ଓ ହରପ୍ରୀତ୍ ବ୍ରାର୍ (୧୭*) ଭଲ ଖେଳି ଦଳକୁ ୧୫୦ ପାର୍ କରାଇଥିଲେ। ଡେଥ୍ ଓଭରରେ ଆକ୍ରମଣାତ୍ମକ ଖେଳୁଥିବା ଶାହରୁଖ-ବ୍ରାର୍ଙ୍କ ଯୋଡ଼ି ଶେଷ ଓଭରରେ ହର୍ଷିତ ରାଣାଙ୍କଠୁ ୨୧ ରନ୍ ଉଠାଇ କେକେଆର୍ ସମ୍ମୁଖରେ ୧୮୦ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବରୁଣ ସବୁଠୁ ସଫଳ ବୋଲର ଭାବେ ୨୬ ରନ୍ ବ୍ୟୟ କରି ୩ ୱିକେଟ୍ ଅକ୍ତିଆର କରିଥିଲେ।

Tags: