ପଞ୍ଜାବ କିଙ୍ଗ୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ
ମୋହାଲି: ଚଳିତ ଆଇପିଏଲର ୪୬ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ୬ ୱିକେଟ୍ରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ପଞ୍ଜାବ ଦେଇଥିବା ୨୧୫ ରନ୍ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୭ ବଲ୍ ପୂର୍ବରୁ ମାତ୍ର ୪ ୱିକେଟ୍ ବିନିମୟରେ ହାସଲ କରିନେଇଥିଲା। ମ୍ୟାଚ୍ର ପ୍ରଥମ ଓଭର ତୃତୀୟ ବଲ୍ରେ ଅଧିନାୟକ ରୋହିତ ଶର୍ମାଙ୍କୁ ରିଶି ଧାୱନ ଖାତା ଖୋଲିବାକୁ ଦେଇନଥିଲେ। ତେବେ କାମେରୁନ ଗ୍ରିନ୍ଙ୍କ ସହ ମିଶି ଈଶାନ କିଶନ ଦ୍ବିତୀୟ ୱିକେଟ୍ରେ ୫୪ ରନ୍ର ଭାଗୀଦାରି […]
ମୋହାଲି: ଚଳିତ ଆଇପିଏଲର ୪୬ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ୬ ୱିକେଟ୍ରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ପଞ୍ଜାବ ଦେଇଥିବା ୨୧୫ ରନ୍ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୭ ବଲ୍ ପୂର୍ବରୁ ମାତ୍ର ୪ ୱିକେଟ୍ ବିନିମୟରେ ହାସଲ କରିନେଇଥିଲା। ମ୍ୟାଚ୍ର ପ୍ରଥମ ଓଭର ତୃତୀୟ ବଲ୍ରେ ଅଧିନାୟକ ରୋହିତ ଶର୍ମାଙ୍କୁ ରିଶି ଧାୱନ ଖାତା ଖୋଲିବାକୁ ଦେଇନଥିଲେ। ତେବେ କାମେରୁନ ଗ୍ରିନ୍ଙ୍କ ସହ ମିଶି ଈଶାନ କିଶନ ଦ୍ବିତୀୟ ୱିକେଟ୍ରେ ୫୪ ରନ୍ର ଭାଗୀଦାରି ଗଢ଼ି ପାଳି ସମ୍ଭାଳି ନେଇଥିଲେ। ଗ୍ରିନଙ୍କୁ ନାଥନ ଏଲିସ୍ ଆଉଟ୍ କରିବା ପରେ ଈଶାନ ଓ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁହେଁ ଚତୁର୍ଥ ୱିକେଟ୍ରେ ୧୧୬ (୫୫ ବଲ୍) ରନ୍ ଯୋଡ଼ି ମୁମ୍ବାଇକୁ ବିଜୟର ନିକଟତର କରିଥିଲେ। ହେଲେ ସୂର୍ଯକୁମାର ଓ ଈଶାନ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ପରେ ଗୋଟିଏ ଓଭର ମଧ୍ୟରେ ପାଭିଲିୟନ ଫେରିଯାଇଥିଲେ। ମାତ୍ର ଟିମ ଡେଭିଡ ଓ ତିଳକ ବର୍ମା ଅପରାଜିତ ରହି ଦଳକୁ ବିଜୟ ଭେଟି ଦେଇଥିଲେ। ଦୁହେଁ ଅତୁଟ ପଞ୍ଚମ ୱିକେଟ୍ରେ ୧୬ ବଲ୍ରୁ ୩୮ ରନ୍ ଯୋଡ଼ି ଦଳକୁ ଚିକାକର୍ଷକ ବିଜୟ ଭେଟି ଦେଇଥିଲେ। ଏଥିପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ପଞ୍ଜାବ ମ୍ୟାଚ୍ର ଦ୍ବିତୀୟ ଓଭରରେ ପ୍ରଭସିମ୍ରନ ସିଂହଙ୍କୁ ହରାଇଥିଲା। ଅଧିନାୟକ ଶିଖର ଧାୱନ ଓ ମାଥ୍ୟୁ ସର୍ଟ ଦ୍ବିତୀୟ ୱିକେଟ୍ରେ ୪୯ ରନ୍ ଯୋଡ଼ି ପାଳି ସମ୍ଭାଳି ନେଇଥିଲେ। ହେଲେ ଧାୱନ ଜମି ଆସୁଥିବା ବେଳେ ତାଙ୍କୁ ପୀୟୂଷ ଚାୱଲାଙ୍କ ବଲ୍ରେ ଈଶାନ କିଶନ ଷ୍ଟମ୍ପ୍ ଆଉଟ୍ କରି ପାଭିଲିୟନ ପଠାଇ ଦେଇଥିଲେ। ଏହାପରେ ଦଳୀୟ ସ୍କୋର୍ ୯୫ ବେଳେ ସର୍ଟଙ୍କୁ ଚାୱଲା ନିଜର ଦ୍ବିତୀୟ ଶିକାର କରିଥିଲେ। ହେଲେ ଲିଅମ ଲିଭିଂଷ୍ଟୋନ୍ ଓ ଜିତେଶ ଶର୍ମା ଚତୁର୍ଥ ୱିକେଟ୍ରେ ଅବିଭାଜିତ ୧୧୯ ରନ୍ (୫୩ ବଲ୍)ର ଭାଗୀଦାରି ଗଢ଼ି ଦଳୀୟ ସ୍କୋର୍କୁ ୨୧୪/୪ରେ ପହଞ୍ଚାଇଥିଲେ।




