ପଞ୍ଜାବକୁ ହରାଇ ପ୍ରଥମ ବିଜୟ ପାଇଲା ସନ୍ରାଇଜର୍ସ ହାଇଦ୍ରାବାଦ
ହାଇଦ୍ରାବାଦ: ଆଇପିଏଲ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ରବିବାର ତୃତୀୟ ମ୍ୟାଚ୍ରୁ ପ୍ରଥମ ବିଜୟ ପାଇ ପଏଣ୍ଟ ଖାତା ଖୋଲିଛି। ମୟଙ୍କ ମାର୍କଣ୍ଡେଙ୍କ ସ୍ପିନ୍ ଜାଲରେ ଫସି ପଞ୍ଜାବ ପ୍ରଥମ ପାଳିରେ ମାତ୍ର ୧୪୩ ରନ୍ କରିଥିଲା। ଜବାବରେ ରାହୁଲ ତ୍ରିପାଠୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ହାଇଦ୍ରାବାଦ ତିନି ଓଭର ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ପ୍ରଥମ ଦୁଇ ମ୍ୟାଚ୍ ହାରିବା ପରେ ସନରାଇଜର୍ସ ବିଜୟ ସ୍ବାଦ ଚାଖିଥିଲା ବେଳେ ଲଗାତାର ବିଜୟରୁ ଅଭିଯାନ […]
ହାଇଦ୍ରାବାଦ: ଆଇପିଏଲ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ରବିବାର ତୃତୀୟ ମ୍ୟାଚ୍ରୁ ପ୍ରଥମ ବିଜୟ ପାଇ ପଏଣ୍ଟ ଖାତା ଖୋଲିଛି। ମୟଙ୍କ ମାର୍କଣ୍ଡେଙ୍କ ସ୍ପିନ୍ ଜାଲରେ ଫସି ପଞ୍ଜାବ ପ୍ରଥମ ପାଳିରେ ମାତ୍ର ୧୪୩ ରନ୍ କରିଥିଲା। ଜବାବରେ ରାହୁଲ ତ୍ରିପାଠୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ହାଇଦ୍ରାବାଦ ତିନି ଓଭର ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ପ୍ରଥମ ଦୁଇ ମ୍ୟାଚ୍ ହାରିବା ପରେ ସନରାଇଜର୍ସ ବିଜୟ ସ୍ବାଦ ଚାଖିଥିଲା ବେଳେ ଲଗାତାର ବିଜୟରୁ ଅଭିଯାନ ଆରମ୍ଭ କରିଥିବା ପଞ୍ଜାବ ପ୍ରଥମ ପରାଜୟ ବରଣ କରିଛି। ବ୍ୟକ୍ତିଗତ ଭାବେ ଶିଖର ଧାୱନ ୯୯* ରନ୍ କରି ଶତକରୁ ବଞ୍ଚିତ ହୋଇଥିଲେ ବି ଅରେଞ୍ଜ୍ କ୍ୟାପ୍ ଅର୍ଜନ କରିଥିଲେ। ମ୍ୟାଚ୍ରେ ଟସ୍ ଜିତି ହାଇଦ୍ରାବାଦ ବୋଲିଂ କରିଥିଲା। ଭୁବନେଶ୍ବର କୁମାର କିନ୍ତୁ ପ୍ରଥମ ବଲ୍ରେ ପ୍ରଭସିମ୍ରନ ସିଂହଙ୍କୁ ଓ ମାର୍କୋ ଜାନସେନ୍ ଲଗାତାର ଓଭରରେ ମାଥ୍ୟୁ ସର୍ଟ ଏବଂ ଜିତେଶ ଶର୍ମାଙ୍କୁ ଆଉଟ୍ କରିଦେବାରୁ ପଞ୍ଜାବ ପାୱାର ପ୍ଲେ ଭିତରେ ୩ ୱିକେଟ୍ ହରାଇ ସଂଘର୍ଷ କରିଥିଲା। ଏହା ପରେ ପଦାର୍ପଣକାରୀ ସ୍ପିନର୍ ମୟଙ୍କ ମାର୍କଣ୍ଡେ ସାମ କରନ୍ , ସାହରୁଖ୍ ଖାନ୍ଙ୍କ ୱିକେଟ୍ ସହିତ ନିମ୍ନକ୍ରମରେ ରାହୁଲ ଚହର ଓ ନାଥନ୍ ଏଲିସଙ୍କୁ ପ୍ୟାଭିଲିଅନ ରାସ୍ତା ଦେଖାଇଥିଲେ। ତଥାପି ପାଳି ଆରମ୍ଭ କରିଥିବା ଶିଖର ଧାୱନ ଶେଷ ପର୍ଯ୍ୟନ୍ତ ଲଢ଼ି ଦଳକୁ ସମ୍ମାନଜନକ ସ୍କୋର୍ ଦେଇଥିଲେ। ବିଶେଷ କରି ଶେଷ ୱିକେଟ୍ରେ ୫ ଓଭରରୁ ୫୫ ରନ୍ ଯୋଡ଼ିଥିଲେ। ତେବେ ୧୪୪ ରନ୍ ଲକ୍ଷ୍ୟ ହାଇଦ୍ରାବାଦ ପାଇଁ ବିଶେଷ କିଛି ଅସୁବିଧା ଆଣିନଥିଲା। ହାରି ବ୍ରୁକ୍ ଓ ମୟଙ୍କ ଅଗ୍ରୱାଲ୍ ସଅଳ ଆଉଟ୍ ହୋଇଯାଇଥିଲେ ମଧ୍ୟ ରାହୁଲ ତ୍ରିପାଠୀ (୭୪*) ଏବଂ ଅଧିନାୟକ ଏଡେନ ମାରକ୍ରମ (୩୭*) ଅତୁଟ ତୃତୀୟ ୱିକେଟ୍ରେ ୧୦୦ ରନ୍ ଯୋଡ଼ି ବିଜୟକୁ ଏକତରଫା କରି ଦେଇଥିଲେ।




