ପଞ୍ଜାବକୁ ହରାଇ ଆଇପିଏଲରେ ଦ୍ବିତୀୟ ସ୍ଥାନରେ ରହିଲା ସନରାଇଜର୍ସ ହାଇଦ୍ରାବାଦ

ହାଇଦ୍ରାବାଦ: ପଞ୍ଜାବ କିଙ୍ଗ୍ସକୁ ୪ ୱିକେଟରେ ପରାସ୍ତ କରି ସନ୍ରାଇଜର୍ସ ହାଇଦ୍ରାବାଦ ଦ୍ବିତୀୟ ସ୍ଥାନରେ ପହଞ୍ଚିବା ସହ ଲିଗ୍ ପର୍ଯ୍ୟାୟ ଶେଷ କରିଛି। ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ୨୧୪ ରନ୍ର ସଂଗ୍ରହ କରିଥିଲା। ପ୍ରାରମ୍ଭିକ ଯୋଡ଼ି ଅଥର୍ବ ଟାଇଡେ (୨୭ ବଲ୍ରୁ ୪୬ ରନ୍, ୫ ଚୌକା, ୨ ଛକା) ଏବଂ ପ୍ରଭସିମ୍ରନ ସିଂହ (୪୫ ବଲ୍ରୁ ୭୧ ରନ୍, ୭ ଚୌକା, ୪ ଛକା) ପ୍ରଥମ ୯ ଓଭରରେ ୯୭ […]

Samaya Live Picture
Published On

ହାଇଦ୍ରାବାଦ: ପଞ୍ଜାବ କିଙ୍ଗ୍ସକୁ ୪ ୱିକେଟରେ ପରାସ୍ତ କରି ସନ୍ରାଇଜର୍ସ ହାଇଦ୍ରାବାଦ ଦ୍ବିତୀୟ ସ୍ଥାନରେ ପହଞ୍ଚିବା ସହ ଲିଗ୍ ପର୍ଯ୍ୟାୟ ଶେଷ କରିଛି। ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ୨୧୪ ରନ୍ର ସଂଗ୍ରହ କରିଥିଲା। ପ୍ରାରମ୍ଭିକ ଯୋଡ଼ି ଅଥର୍ବ ଟାଇଡେ (୨୭ ବଲ୍ରୁ ୪୬ ରନ୍, ୫ ଚୌକା, ୨ ଛକା) ଏବଂ ପ୍ରଭସିମ୍ରନ ସିଂହ (୪୫ ବଲ୍ରୁ ୭୧ ରନ୍, ୭ ଚୌକା, ୪ ଛକା) ପ୍ରଥମ ୯ ଓଭରରେ ୯୭ ରନ୍ ଉଠାଇଥିଲେ। ଶୀର୍ଷକ୍ରମରେ ରାଇଲି ରୁସୋ (୨୪ ବଲ୍ରୁ ୪୯ ରନ୍, ୩ ଚୌକା, ୪ ଛକା) ମଧ୍ୟ ଭଲ ବ୍ୟାଟିଂ କରି ଗୋଟିଏ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ରହିଥିଲେ। ଶେଷ ଭାଗରେ ଅଧିନାୟକ ଜିଲତେଶ ଶର୍ମା ୧୫ ବଲ୍ରୁ ୩୨* ରନ୍ (୨ ଚୌକା, ୨ ଛକା) ସଂଗ୍ରହ କରିବାରୁ ଦଳ ୨୦୦ ଅତିକ୍ରମ କରିଯାଇଥିଲା। ହାଇଦ୍ରାଦାବ ପକ୍ଷରୁ ଟି ନଟରାଜନ ୨ୱିକେଟ୍ନେଇଥିଲାବେଳେ ପ୍ୟାଟ୍ କମିନ୍ସ, ବିଜୟକାନ୍ତ ଗୋଟିଏ ଲେଖାଏଁ ୱିକେଟ୍ ଦଖଲ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଆରମ୍ଭରୁ ସନ୍ରାଇଜର୍ସ ହାଇଦ୍ରାବାଦକୁ ପ୍ରଥମ ବଲ୍ରେ ଝଟ୍କା ଲାଗିଥିଲା। ଦଳର ଅଗ୍ରଣୀ ରନ୍ ସ୍କୋରର୍ ଟ୍ରାଭିସ୍ ହେଡଙ୍କୁ ଅର୍ଶଦୀପ ସିଂହ ବୋଲ୍ଡ କରି ଦେଇଥିଲେ। କିନ୍ତୁ ଅଭିଷେକ ଶର୍ମା (୨୮ ବଲ୍ରୁ ୬୬ ରନ୍, ୫ ଚୌକା, ୬ ଛକା) ଚାପରେ ନ ପଡ଼ି ପ୍ରତିଆକ୍ରମଣଭରା ଅର୍ଦ୍ଧଶତକ ହାସଲ କରିବା ପରେ ଆଉଟ୍ ହୋଇଥିଲେ। ପାୱାରପ୍ଲେ ଭିତରେ ହାଇଦ୍ରାବାଦ ୨ ୱିକେଟ୍ ହରାଇଥିଲେ ମଧ୍ୟ ୮୪ ରନ୍ ସଂଗ୍ରହ କରି ଅଧା କାମ ସାରି ଦେଇଥିଲା। ରାହୁଲ ତ୍ରିପାଠୀ (୧୮ ବଲ୍ରୁ ୩୩ ରନ୍, ୪ ଚୌକା, ୨ ଛକା), ନୀତୀଶ ରେଡ୍ଡୀ (୨୫ ବଲ୍ରୁ ୩୭ ରନ୍, ୧ ଚୌକା, ୩ ଛକା), ହେନରିକ୍ କ୍ଲାସେଁ (୨୬ ବଲ୍ରୁ ୪୨ ରନ୍, ୩ ଚୌକା, ୨ ଛକା)ଙ୍କ ଛୋଟ ଛୋଟ ପାଳି ହାଇଦ୍ରାବାଦକୁ ବିଜୟୀ କରାଇଥିଲା। ଅର୍ଶଦୀପ ସିଂହ ଓ ହର୍ଷଲ୍ ପଟେଲ୍ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇଥିଲେ।

Tags: