ପଞ୍ଚମ ଥର ସେମିରୁ ବିଦା ହେଲା ଦକ୍ଷିଣ ଆଫ୍ରିକା

କୋଲକାତା: ଫାଇନାଲ୍ ପୂର୍ବରୁ ଏକ ରୋମାଞ୍ଚକର ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକା ପୁଣି ଥରେ ବିଦାୟ ନେଇଛି। ଏପରିକି ଆରମ୍ଭରୁ ସଂଘର୍ଷ କରିଥିବା ଦକ୍ଷିଣ ଆଫ୍ରକା ପାଳିକୁ ଉଦ୍ଧାର କରିଥିବା ଡେଭିଡ୍ ମିଲରଙ୍କ ଶତକ ମଧ୍ୟ ବେକାର ଯାଇଥିଲା। ମ୍ୟାଚ୍ରେ ଟସ୍ ଜିତି ତେମ୍ବା ବଭୂମା ବ୍ୟାଟିଂ କରିଥିଲେ। କିନ୍ତୁ ମିଚେଲ ଷ୍ଟାର୍କ ଓ ଜୋସ ହାଜଲଉଡ୍ଙ୍କ ବୋଲିଂ ଆଗରେ ଶୀର୍ଷକ୍ରମ ଅଧିକ ସମୟ ତିଷ୍ଠି ପାରି ନଥିଲେ। ୬ ଓଭର ମଧ୍ୟରେ ବଭୂମା ଖାତା ଖୋଲିପାରି ନଥିଲା […]

Samaya Live Picture
Published On

କୋଲକାତା: ଫାଇନାଲ୍ ପୂର୍ବରୁ ଏକ ରୋମାଞ୍ଚକର ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକା ପୁଣି ଥରେ ବିଦାୟ ନେଇଛି। ଏପରିକି ଆରମ୍ଭରୁ ସଂଘର୍ଷ କରିଥିବା ଦକ୍ଷିଣ ଆଫ୍ରକା ପାଳିକୁ ଉଦ୍ଧାର କରିଥିବା ଡେଭିଡ୍ ମିଲରଙ୍କ ଶତକ ମଧ୍ୟ ବେକାର ଯାଇଥିଲା। ମ୍ୟାଚ୍ରେ ଟସ୍ ଜିତି ତେମ୍ବା ବଭୂମା ବ୍ୟାଟିଂ କରିଥିଲେ। କିନ୍ତୁ ମିଚେଲ ଷ୍ଟାର୍କ ଓ ଜୋସ ହାଜଲଉଡ୍ଙ୍କ ବୋଲିଂ ଆଗରେ ଶୀର୍ଷକ୍ରମ ଅଧିକ ସମୟ ତିଷ୍ଠି ପାରି ନଥିଲେ। ୬ ଓଭର ମଧ୍ୟରେ ବଭୂମା ଖାତା ଖୋଲିପାରି ନଥିଲା ବେଳେ ଶେଷ ବିଶ୍ବକପ୍ ଖେଳୁଥିବା କ୍ବିଣ୍ଟନ ଡି’କକ୍ ୩ ରନ୍ରେ ଆଉଟ୍ ହୋଇଥିଲେ। ଏମାନଙ୍କ ପଛକୁ ଐଦେନ ମାରକ୍ରମ (୧୦) ଓ ରାସି ଭାନ ଡର ଡୁସେନ (୬) ମଧ୍ୟ ନିଜ ନିଜ ୱିକେଟ ଫିଙ୍ଗିଥିଲେ। ୨୪ ରନ୍ ମଧ୍ୟରେ ୪ ୱିକେଟ୍ ଖସିଯିବା ପରେ ହେନରିକ୍ କ୍ଲାସେଁ ଓ ଡେଭିଡ୍ ମିଲର ଦଳକୁ ଉଦ୍ଧାର କରିଥିଲେ। ପଞ୍ଚମ ୱିକେଟ୍ରେ ୯୫ ରନ୍ ଭାଗୀଦାରି କରିବା ପରେ କ୍ଲାସେଁଙ୍କୁ ହେଡ୍ ବୋଲ୍ଡ କରି ଯୋଡ଼ି ଭାଙ୍ଗିଥିଲେ। କ୍ଲାସେଁ ଅର୍ଦ୍ଧଶତକଠୁ ମାତ୍ର ୩ ରନ୍ ଦୂରରେ ରହିଯାଇଥିଲେ। ହେଲେ ୧୨ ଓଭର ପରେ ବ୍ୟାଟିଂ ଆସିଥିବା ମିଲର ଦଳକୁ ୨୦୦ ଅତିକ୍ରମ କରାଇଥିଲେ। ଲଢୁଆ ପ୍ରଦର୍ଶନ କରି ମିଲର ୧୧୫ ବଲ୍ରୁ ଶତକ ମଧ୍ୟ ଅର୍ଜନ କରିଥିଲେ। କିନ୍ତୁ ପରବର୍ତ୍ତୀ ବଲ୍ରେ ସଟ୍ ବଲ୍କୁ ମିଲର ଛକା ମାରିବାକୁ ଯାଉଥିଲା ବେଳେ ତାହା ସ୍କୋୟାର ଅଫ୍ ବାଉଣ୍ଡରି ପାଖରେ ହେଡ୍ଙ୍କ ହାତରେ ଧରାପଡ଼ିଥିଲା। ମିଲର ଆଉଟ୍ ହେବା ପରେ ଦକ୍ଷିଣ ଆଫ୍ରିକା ଦଳ ୨ ବଲ୍ ପୂର୍ବରୁ ଅଲଆଉଟ୍ ହୋଇଯାଇଥିଲା।
୨୧୩ ରନର ଲକ୍ଷ୍ୟ ହାସଲ କରିବାକୁ ଅଷ୍ଟ୍ରେଲିଆକୁ ମଧ୍ୟ ବହୁତ ବାଧା ଦେଇ ଗତି କରିବାକୁ ପଡ଼ିଥିଲା। ଡେଭିଡ୍ ୱାର୍ଣ୍ଣର ଓ ଟ୍ରାଭିସ୍ ହେଡ୍ ଆରମ୍ଭରୁ ଦ୍ରୁତ ଖେଳି ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଉଭୟ ୧୦ ରନ୍ ହାରରେ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ସପ୍ତମ ଓଭରରେ ବୋଲିଂ ଆସିଥିବା ଐଦେନ ମାରକ୍ରମ ପ୍ରଥମ ବଲ୍ରେ ୱାର୍ଣ୍ଣରଙ୍କୁ ବୋଲ୍ଡ କରିବାରୁ ଯୋଡ଼ି ଭାଙ୍ଗିଥିଲା। ଆଉଟ୍ ହେବା ପୂର୍ବରୁ ୱାର୍ଣ୍ଣର ୪ ଛକା ଓ ୧ଚୌକା ସହାୟତାରେ ୧୮ ବଲ୍ରୁ ଦ୍ରୁତ ୨୯ ରନ୍ କରିଥିଲେ। ମିଚେଲ ମାର୍ସ ଖାତା ଖୋଲି ନପାରି ଆଉଟ୍ ହୋଇଥିଲେ। ହେଡ୍ଙ୍କ ସହ ଷ୍ଟିଭେନ ସ୍ମିଥ୍ ତୃତୀୟ ୱିକେଟ୍ରେ ୪୫ ରନ୍ର ଭାଗୀଦାରି କରି ଦଳକୁ ଶତକ ଅତିକ୍ରମ କରାଇଥିଲେ। ଅର୍ଦ୍ଧଶତକ କରିବା ପରେ ହେଡ୍ (୬୨) ଙ୍କ ସହ ଅନ୍ୟମାନେ ଦକ୍ଷିଣ ଆଫ୍ରିକା ସ୍ପିନ ଜାଲରେ ଫସିଯାଇଥିଲେ। ହେଡ୍ଙ୍କୁ କେଶବ ମହାରାଜ ଆଉଟ୍ କରିବା ପରେ ମାର୍ନସ ଲବୁସାନ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କୁ ତାବ୍ରେଜ ସାମ୍ସି ପ୍ୟାଭିଲିୟନ ଫେରାଇ ଦକ୍ଷିଣ ଆଫ୍ରିକା ପାଇଁ ଫାଇନାଲ୍ ଖେଳିବା ଆଶା ଦେଇଥିଲେ। ରକ୍ଷଣାତ୍ମକ ଖେଳି ଆଗକୁ ବଢୁଥିବା ସ୍ମିଥ୍ ଓ ଇଙ୍ଗଲିସ୍ଙ୍କୁ ଗେରାଲ୍ଡ କୋଏଟ୍ଜି ଆଉଟ୍ କରିବାରୁ ରୋମାଞ୍ଚ ବଢ଼ିଥିଲା। କିନ୍ତୁ ଷ୍ଟାର୍କ (୧୬*) ଓ କମିନ୍ସ (୧୪*)ଙ୍କ ଅବିଭାଜିତ ଯୋଡ଼ି ଅଷ୍ଟ୍ରେଲିଆକୁ ଆଉ କ୍ଷତିରେ ନପକାଇ ୧୬ ବଲ୍ ପୂର୍ବରୁ ଦଳକୁ ଜିତାଇଥିଲେ। ଟ୍ରାଭିସ୍ ହେଡ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Tags: