ପଞ୍ଚମ ଆସେସ୍ ଟେଷ୍ଟରେ ଇଂଲଣ୍ଡ ୨୮୩ରେ ଅଲ୍ଆଉଟ୍, ଅଷ୍ଟ୍ରେଲିଆ ୬୧/୧
ଲଣ୍ଡନ୍: ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଆସେସ୍ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ପାଳିରେ ୨୮୩ ରନ୍ କରି ସମସ୍ତ ୱିକେଟ୍ ହରାଇ ଦେଇଛି। ଜବାବରେ ପ୍ରଥମ ଦିବସ ସୁଦ୍ଧା ଅଷ୍ଟ୍ରେଲିଆ ୧ ୱିକେଟ୍ ହରାଇ ୬୧ ରନ୍ ସଂଗ୍ରହ କରି ନେଇଛି। ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲେ। ଓଭର ପିଛା ୫ ରନ୍ ହାରରେ ବ୍ୟାଟିଂ କରିଥିବା ଇଂଲଣ୍ଡ କିନ୍ତୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଇଂଲଣ୍ଡ ପାଳି […]
ଲଣ୍ଡନ୍: ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଆସେସ୍ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ପାଳିରେ ୨୮୩ ରନ୍ କରି ସମସ୍ତ ୱିକେଟ୍ ହରାଇ ଦେଇଛି। ଜବାବରେ ପ୍ରଥମ ଦିବସ ସୁଦ୍ଧା ଅଷ୍ଟ୍ରେଲିଆ ୧ ୱିକେଟ୍ ହରାଇ ୬୧ ରନ୍ ସଂଗ୍ରହ କରି ନେଇଛି।
ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲେ। ଓଭର ପିଛା ୫ ରନ୍ ହାରରେ ବ୍ୟାଟିଂ କରିଥିବା ଇଂଲଣ୍ଡ କିନ୍ତୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଇଂଲଣ୍ଡ ପାଳି ଦୁଇ ଭାଗରେ ବିଭକ୍ତ କଲେ ଜଣାପଡ଼ିଥିଲା ପ୍ରଥମାର୍ଦ୍ଧ (୧୮୪/୩) ଅତି ଉତ୍ତମ ଥିଲା, କିନ୍ତୁ ଦ୍ବିତୀୟାର୍ଦ୍ଧ (୯୯/୭) ଅତି ଖରାପ। ଶୀର୍ଷକ୍ରମରେ ଜ୍ୟାକ୍ କ୍ରଲି, ବେନ୍ ଡକେଟ୍, ମୋଇନ୍ ଅଲୀ ଭଲ ଆରମ୍ଭ କରିଥିଲେ ମଧ୍ୟ ଲମ୍ବା ଖେଳିପାରିନଥିଲେ। ହ୍ୟାରି ବ୍ରୁକ୍ (୯୧ ବଲ୍ରୁ ୮୫ ରନ୍, ୧୧ ଚୌକା, ୨ ଛକା) ଆକ୍ରମଣାତ୍ମକ ଖେଳିଥିଲେ ମଧ୍ୟ ପ୍ରଥମ ଆସେସ୍ ଶତକରୁ ବଞ୍ଚିତ ହୋଇଥିଲେ। ନିମ୍ନକ୍ରମରେ କ୍ରିସ୍ ୱକ୍ସ (୩୬ ବଲ୍ରୁ ୩୬ ରନ୍, ୪ ଚୌକା, ୧ ଛକା) ଏବଂ ମାର୍କ ଉଡ୍ (୨୯ ବଲ୍ରୁ ୨୮ ରନ୍) ଦ୍ରୁତ ଖେଳିବା ସହ ଅଷ୍ଟମ ୱିକେଟ୍ ଭାଗୀଦାରିରେ ୪୯ ରନ୍ ଯୋଡ଼ିବାରୁ ଘରୋଇ ଦଳ ଲଢ଼ୁଆ ସ୍କୋର୍ କରିପାରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ସର୍ବାଧିକ ୪ ୱିକେଟ୍ ନେଇଥିବା ବେଳେ ଜୋସ୍ ହାଜେଲଉଡ୍-ଟଡ୍ ମର୍ଫି ୨-୨ ଏବଂ କମିନ୍ସ-ମାର୍ସ ୧-୧ ୱିକେଟ୍ ଅକ୍ତିଆର କରିଥିଲେ।




