ପଞ୍ଚମ ଆସେସ୍ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩୮୪ ରନ୍ ବିଜୟ ଲକ୍ଷ୍ୟ
ଲଣ୍ଡନ୍: ଚଳିତ ଆସେସ୍ ଶୃଙ୍ଖଳାରେ କ୍ରମାଗତ ଟେଷ୍ଟରେ ବର୍ଷା ଫଳାଫଳକୁ ପ୍ରଭାବିତ କରିବାର ଆଶଙ୍କା ଜାତ କରିଛି। ତଥାପି ଅଷ୍ଟ୍ରେଲିଆ ସମ୍ମୁଖରେ ୩୮୪ ରନ୍ର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ଦେଇଛି ଇଂଲଣ୍ଡ। ଉସମାନ ଖୱାଜା (୧୩୦ ବଲ୍ରୁ ୬୯* ରନ୍) ଏବଂ ଡେଭିଡ୍ ୱାର୍ଣ୍ଣର (୯୯ ବଲ୍ରୁ ୫୮* ରନ୍) ପ୍ରଥମ ୱିକେଟ୍ ପାଇଁ ସୁନ୍ଦର ଭାବେ ୧୩୫* ରନ୍ ସଂଗ୍ରହ କରିଥିବା ବେଳେ ବର୍ଷା ଆଉ ଖେଳ କରାଇଦେଇନି। ସୋମବାର ପଞ୍ଚମ ତଥା ଅନ୍ତିମ ଦିବସରେ […]
ଲଣ୍ଡନ୍: ଚଳିତ ଆସେସ୍ ଶୃଙ୍ଖଳାରେ କ୍ରମାଗତ ଟେଷ୍ଟରେ ବର୍ଷା ଫଳାଫଳକୁ ପ୍ରଭାବିତ କରିବାର ଆଶଙ୍କା ଜାତ କରିଛି। ତଥାପି ଅଷ୍ଟ୍ରେଲିଆ ସମ୍ମୁଖରେ ୩୮୪ ରନ୍ର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ଦେଇଛି ଇଂଲଣ୍ଡ। ଉସମାନ ଖୱାଜା (୧୩୦ ବଲ୍ରୁ ୬୯* ରନ୍) ଏବଂ ଡେଭିଡ୍ ୱାର୍ଣ୍ଣର (୯୯ ବଲ୍ରୁ ୫୮* ରନ୍) ପ୍ରଥମ ୱିକେଟ୍ ପାଇଁ ସୁନ୍ଦର ଭାବେ ୧୩୫* ରନ୍ ସଂଗ୍ରହ କରିଥିବା ବେଳେ ବର୍ଷା ଆଉ ଖେଳ କରାଇଦେଇନି। ସୋମବାର ପଞ୍ଚମ ତଥା ଅନ୍ତିମ ଦିବସରେ ଅଷ୍ଟ୍ରେଲିଆକୁ ଆଉ ୨୪୯ ରନ୍ ଆବଶ୍ୟକତା ରହିଛି। ୫ ମ୍ୟାଚ୍ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ଏବେ ୨-୧ରେ ଆଗୁଆ ଥିବାରୁ ପ୍ୟାଟ୍ କମିନ୍ସଙ୍କ ଦଳ ସୁବିଧାଜନକ ସ୍ଥିତିରେ ରହିଛି।




