ନ୍ୟୁୟର୍କରେ ଅଭ୍ୟାସ ଆରମ୍ଭ କରିଲା ଭାରତୀୟ ବିଶ୍ବକପ୍ ଦଳ

ନ୍ୟୁୟର୍କ: ବିଶ୍ବକପ୍ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ କ୍ରିକେଟର୍ମାନେ ନ୍ୟୁୟର୍କରେ ଅଭ୍ୟାସ ଆରମ୍ଭ କରିଛନ୍ତି। କେବଳ ବିରାଟ କୋହଲିଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ନ୍ୟୁୟର୍କରେ ପହଞ୍ଚିଥିବା ବେରଳେ ମଙ୍ଗଳବାରଠାରୁ ନିଜକୁ ପ୍ରସ୍ତୁତ କରିଛନ୍ତି। ଜୁନ୍ ପହିଲାରେ ଭାରତ ଏକମାତ୍ର ଅଭ୍ୟାସ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଖେଳିବ। ଆଇପିଏଲରୁ ବିଦା ହେବା ପରେ ବିଭିନ୍ନ ଫ୍ରାଞ୍ଚାଇଜ୍ର ଭାରତୀୟ ଖେଳାଳି ଅଲଗା ଅଲଗା ପର୍ଯ୍ୟାୟରେ ନ୍ୟୁୟର୍କ ପହଞ୍ଚିଛନ୍ତି। ଖେଳାଳିଙ୍କୁ ମ୍ୟାଚ୍ ପ୍ରସ୍ତୁତ ପାଇଁ ଦଳର କଣ୍ଡିସନିଂ କୋଚ୍ ସୋହମ […]

Samaya Live Picture
Published On

ନ୍ୟୁୟର୍କ: ବିଶ୍ବକପ୍ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ କ୍ରିକେଟର୍ମାନେ ନ୍ୟୁୟର୍କରେ ଅଭ୍ୟାସ ଆରମ୍ଭ କରିଛନ୍ତି। କେବଳ ବିରାଟ କୋହଲିଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ନ୍ୟୁୟର୍କରେ ପହଞ୍ଚିଥିବା ବେରଳେ ମଙ୍ଗଳବାରଠାରୁ ନିଜକୁ ପ୍ରସ୍ତୁତ କରିଛନ୍ତି। ଜୁନ୍ ପହିଲାରେ ଭାରତ ଏକମାତ୍ର ଅଭ୍ୟାସ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଖେଳିବ। ଆଇପିଏଲରୁ ବିଦା ହେବା ପରେ ବିଭିନ୍ନ ଫ୍ରାଞ୍ଚାଇଜ୍ର ଭାରତୀୟ ଖେଳାଳି ଅଲଗା ଅଲଗା ପର୍ଯ୍ୟାୟରେ ନ୍ୟୁୟର୍କ ପହଞ୍ଚିଛନ୍ତି। ଖେଳାଳିଙ୍କୁ ମ୍ୟାଚ୍ ପ୍ରସ୍ତୁତ ପାଇଁ ଦଳର କଣ୍ଡିସନିଂ କୋଚ୍ ସୋହମ ଦେଶାଇ ସହଜ ରୁଟିନ୍ ରଖିଥିବା କହିଛନ୍ତି। ଆମେ ଏପର୍ଯ୍ୟନ୍ତ କ୍ରିକେଟ୍ ଖେଳିନାହୁଁ, ଆଜି କେବଳ କିଛି କାର୍ଯ୍ୟକଳାପ କରିଛୁ ବୋଲି ଦେଶାଇ କହିଛନ୍ତି। ପାଗ ଭଲ ଅଛି, ଆଶା ସବୁକିଛି ଭଲ ହେବ ବୋଲି ଉତ୍ସାହର ସହ କହିଛନ୍ତି ଯଶପ୍ରୀତ୍ ବୁମରା। ଆଇପିଏଲ୍ ପରେ ସାମୟିକ ବିଶ୍ରାମ ନେଇ ଦଳ ସହ ଯୋଗ ଦେଇଥିବା ଉପଅଧିନାୟକ ହାର୍ଦିକ ପାଣ୍ଡ୍ୟା ବିଶ୍ବର ଏହି ନୂଆ ଇଲାକାରେ ଖେଳିବାକୁ ନେଇ ଉତ୍ସାହିତ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି। ନ୍ୟୁୟର୍କରେ ପ୍ରଥମ ଥର କ୍ରିକେଟ୍ ଖେଳିବାର ସମୟ ଆସିଛି, ମଜା ଆସିଯିବ ବୋଲି ରବୀନ୍ଦ୍ର ଜାଡ଼େଜା କହିଛନ୍ତି। ଜୁନ୍ ୨ ତାରିଖରୁ ବିଶ୍ବକପ୍ ଆରମ୍ଭ ହେଉଥିବା ବେରଳେ ଭାରତର ଅଭିଯାନ ୫ ତାରିଖରୁ ହେବ।

Tags: