ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନର ହ୍ୟାଟ୍ରିକ ବିଜୟ
କରାଚି: ପାକିସ୍ତାନ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ନ୍ୟୁଜିଲାଣ୍ଡ ୨-୨ରେ ଅମୀମାଂସିତ ରଖିବା ପରେ ଦିନିକିଆ ଶୃଙ୍ଖଳାକୁ ଶେଷ ୨ ମ୍ୟାଚ୍ ପୂର୍ବରୁ ହାରିଯାଇଛି। ପ୍ରଥମ ଦିନିକିଆକୁ ୫ ୱିକେଟ ଏବଂ ଦ୍ବିତୀୟକୁ ୭ ୱିକେଟ୍ରେ ଜିତିଥିବା ଘରୋଇ ପାକିସ୍ତାନ ବୁଧବାର ତୃତୀୟ ମ୍ୟାଚ୍କୁ ୨୬ ରନ୍ରେ ଜିତି ୩-୦ ରେ ଆଗୁଆ ଶୃଙ୍ଖଳା କବ୍ଜା କରିନେଇଛି। ଟସ୍ ହାରି ବ୍ୟାଟିଂ ପାଇଥିବା ପାକିସ୍ତାନର ଇମାମ୍ ଉଲ୍ ହକ୍ (୯୦ ରନ୍) ଏବଂ ଅଧିନାୟକ […]
କରାଚି: ପାକିସ୍ତାନ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ନ୍ୟୁଜିଲାଣ୍ଡ ୨-୨ରେ ଅମୀମାଂସିତ ରଖିବା ପରେ ଦିନିକିଆ ଶୃଙ୍ଖଳାକୁ ଶେଷ ୨ ମ୍ୟାଚ୍ ପୂର୍ବରୁ ହାରିଯାଇଛି। ପ୍ରଥମ ଦିନିକିଆକୁ ୫ ୱିକେଟ ଏବଂ ଦ୍ବିତୀୟକୁ ୭ ୱିକେଟ୍ରେ ଜିତିଥିବା ଘରୋଇ ପାକିସ୍ତାନ ବୁଧବାର ତୃତୀୟ ମ୍ୟାଚ୍କୁ ୨୬ ରନ୍ରେ ଜିତି ୩-୦ ରେ ଆଗୁଆ ଶୃଙ୍ଖଳା କବ୍ଜା କରିନେଇଛି। ଟସ୍ ହାରି ବ୍ୟାଟିଂ ପାଇଥିବା ପାକିସ୍ତାନର ଇମାମ୍ ଉଲ୍ ହକ୍ (୯୦ ରନ୍) ଏବଂ ଅଧିନାୟକ ବାବର ଆଜମ୍ (୫୪ ରନ୍)ଙ୍କ ଅର୍ଦ୍ଧଶତକ ବଳରେ ଦଳ ୨୮୭/୬ କରିଥିଲା। ଏହି ଦୁଇ ଜଣ ଦ୍ବିତୀୟ ୱିକେଟ୍ରେ ୧୦୮ ରନ୍ ଯୋଡ଼ି ସ୍ଥିତି ମଜବୁତ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ରିଜ୍ୱାନ (୩୨), ଆଘା ସଲ୍ମାନ (୩୧) ଓ ସଦାବ ଖାନ୍ (୨୧*) ମୂଲ୍ୟବାନ ଅବଦାନ ଛାଡ଼ିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନ୍ରି (୩/୫୪) ଓ ଆଦାମ୍ ମିଲ୍ନେ (୨/୫୬) ସଫଳ ବୋଲର ରହିଥିଲେ। ଜବାବରେ ଭ୍ରମଣକାରୀ ଦଳ ୫ ବଲ୍ ପୂର୍ବରୁ ୨୬୧ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଟମ୍ ବ୍ଲଣ୍ଡେଲ (୬୫) ଓ କୋଲେ ମ୍ୟାକୋଞ୍ଚି (୬୩*)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଅଧିନାୟକ ଟମ୍ ଲାଥାମ (୪୫), ଓପ୍ନର ୱିଲି ୟଙ୍ଗ (୩୩) ଏବଂ ଡାରିଲ ମିଚେଲ (୨୧)ଙ୍କ ଲଢ଼ୁଆ ପାଳି ବ୍ୟର୍ଥ ଯାଇଥିଲା। ବିଶେଷକରି ସାହିନ ଶାହା ଆଫ୍ରିଦି (୨/୫୩), ନସିମ ଶାହା (୨/୪୨) ଏବଂ ମହମ୍ମଦ ୱାସିମ୍ (୨/୫୦) ଚମତ୍କାର ବୋଲିଂ ବଳରେ ପାକିସ୍ତାନ ୪୯.୧ ଓଭରରେ ହିଁ ମ୍ୟାଚ୍ ଜିତିନେଇଥିଲା। ଇମାମ୍ ଉଲ୍ ହକ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।




