ନ୍ୟୁଜିଲାଣ୍ଡକୁ ହରାଇ ଦିନିକିଆ ଶୃଙ୍ଖଳା ଜିତିଲା ଇଂଲଣ୍ଡ
ଲର୍ଡ୍ସ: ଶେଷ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୧୦୦ ରନ୍ରେ ପରାସ୍ତ କରି ୪ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଇଂଲଣ୍ଡ ୩-୧ରେ ଜିତିନେଇଛି। ଶେଷ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିଥିଲା ବେଳେ ୯ ୱିକେଟ୍ ବିନିମୟରେ ୩୧୧ ରନ୍ ସଂଗ୍ରହ କରିଥିଲା। ଦାୱିଦ ମଲାନ୍ ୧୨୭ (୧୧୪ ବଲ୍, ୧୪ ଚୌକା, ୩ ଛକା) ରନ୍ର ଶତକୀୟ ପାଳି ଖେଳିଥିଲା ବେଳେ ନ୍ୟୁଜିଲାଣ୍ଡର ରଚିନ ରବିନ୍ଦ୍ର ୪, ମ୍ୟାଟ୍ ହେନ୍ରି ଓ ଡାରେଲ୍ ମିଚେଲ୍ ୨ ୱିକେଟ୍ ଲେଖାଏଁ […]
ଲର୍ଡ୍ସ: ଶେଷ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୧୦୦ ରନ୍ରେ ପରାସ୍ତ କରି ୪ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଇଂଲଣ୍ଡ ୩-୧ରେ ଜିତିନେଇଛି। ଶେଷ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିଥିଲା ବେଳେ ୯ ୱିକେଟ୍ ବିନିମୟରେ ୩୧୧ ରନ୍ ସଂଗ୍ରହ କରିଥିଲା। ଦାୱିଦ ମଲାନ୍ ୧୨୭ (୧୧୪ ବଲ୍, ୧୪ ଚୌକା, ୩ ଛକା) ରନ୍ର ଶତକୀୟ ପାଳି ଖେଳିଥିଲା ବେଳେ ନ୍ୟୁଜିଲାଣ୍ଡର ରଚିନ ରବିନ୍ଦ୍ର ୪, ମ୍ୟାଟ୍ ହେନ୍ରି ଓ ଡାରେଲ୍ ମିଚେଲ୍ ୨ ୱିକେଟ୍ ଲେଖାଏଁ ଅକ୍ତିଆର କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହେନ୍ରି ନିକୋଲାସ୍ (୪୧) ଓ ରଚିନ (୬୧) ଦଳକୁ ଜିତାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଶେଷରେ ନ୍ୟୁଜିଲାଣ୍ଡ ୨୧୧ ରନ୍ରେ ସୀମିତ ରହିଥିଲା।




