ନ୍ୟୁଜିଲାଣ୍ଡକୁ ସୁପର ଓଭରରେ ହରାଇଲା ଶ୍ରୀଲଙ୍କା
ଅକ୍ଲ୍ୟାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ୍ ଓ ଦିନିକିଆ ଶୃଙ୍ଖଳା ହାରିଯାଇଥିବା ଶ୍ରୀଲଙ୍କା ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଅକ୍ଲ୍ୟାଣ୍ଡରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ଟାଇ ହେବା ପରେ ସୁପର ଓଭରରେ ଶ୍ରୀଲଙ୍କା ବିଜୟୀ ହୋଇଛି। ନିର୍ଦ୍ଧାରିତ ଓଭରର ପରେ ଉଭୟ ଦଳର ସ୍କୋର୍ ୧୯୬ ହୋଇଥିଲା। ମ୍ୟାଚ୍ ଟାଇ ହେବାରୁ ଫଳାଫଳ ପାଇଁ ସୁପର ଓଭର କରାଯାଇଥିଲା। ଏଥିରେ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୮ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଜବାବରେ ୯ […]
ଅକ୍ଲ୍ୟାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ୍ ଓ ଦିନିକିଆ ଶୃଙ୍ଖଳା ହାରିଯାଇଥିବା ଶ୍ରୀଲଙ୍କା ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଅକ୍ଲ୍ୟାଣ୍ଡରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ଟାଇ ହେବା ପରେ ସୁପର ଓଭରରେ ଶ୍ରୀଲଙ୍କା ବିଜୟୀ ହୋଇଛି। ନିର୍ଦ୍ଧାରିତ ଓଭରର ପରେ ଉଭୟ ଦଳର ସ୍କୋର୍ ୧୯୬ ହୋଇଥିଲା। ମ୍ୟାଚ୍ ଟାଇ ହେବାରୁ ଫଳାଫଳ ପାଇଁ ସୁପର ଓଭର କରାଯାଇଥିଲା। ଏଥିରେ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୮ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଜବାବରେ ୯ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଆଡ଼ାମ୍ ମିଲ୍ନେଙ୍କ ଓଭରରେ ଚରିଥ ଆଶାଲଙ୍କା ଗୋଟିଏ ଲେଖାଏଁ ଛକା ଓ ଚୌକା ମାରି ଶ୍ରୀଲଙ୍କାକୁ ଜିତାଇଥିଲେ। ଆଶାଲଙ୍କା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏଥିପୂର୍ବରୁ ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରିଥିଲା। ଶ୍ରୀଲଙ୍କା ପାଇଁ କୁସାଲ ପେରେରା (୫୩* ରନ୍) ଏବଂ ଚରିଥ ଆଶାଲଙ୍କା (୬୭ ରନ୍)ଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କା ୫ ୱିକେଟ୍ ବିନିମୟରେ ୧୯୬ ରନ୍ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଜେମ୍ସ ନୀସାମ ୨, ଆଡ଼ାମ ମିଲ୍ନେ, ବେଞ୍ଜାମିନ ଲିଷ୍ଟର ଓ ହେନ୍ରି ସିପ୍ଲେ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ। ଏହା ଜବାବରେ ଡାରିଲ ମିଚେଲ (୬୬ ରନ୍) ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ମାର୍କ ଚାପ୍ମାନ୍ (୩୩ ରନ୍), ଅଧିନାୟକ ଟମ୍ ଲାଥାମ (୨୭ ରନ୍) ଙ୍କ ଦ୍ରୁତ ରନ୍ ବଳରେ ଓଭର ଶେଷ ହେବା ବେଳକୁ ନ୍ୟୁଜିଲାଣ୍ଡ ୮ ୱିକେଟ୍ ବିନିମୟରେ ସମାନ ୧୯୬ ରନ୍ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ଶଣକା, ହସରଙ୍ଗା ଓ ପ୍ରମୋଦ ମଦୁସାନ ୨ ଲେଖାଏଁ ୱିକେଟ୍ ନେଇଥିଲେ।




