ନ୍ୟାୟ ପାଇଁ ମନ୍ଦିର ଓ ଗୁରୁଦ୍ବାରରେ ପ୍ରାର୍ଥନା କଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା
ନୂଆଦିଲ୍ଲୀ: ଡବ୍ଲୁଏଫ୍ଆଇ ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ଗିରଫ ଦାବିରେ ଆନ୍ଦୋଳନ ଚଲାଇଥିବା କୁସ୍ତିଯୋଦ୍ଧାମାନେ ସମର୍ଥକମାନଙ୍କ ଗହଣରେ ନୂଆଦିଲ୍ଲୀସ୍ଥିତ ହନୁମାନ ମନ୍ଦିର ଓ ବଙ୍ଗଲା ସାହେବ ଗୁରୁଦ୍ବାରରେ ପ୍ରାର୍ଥନା କରିଛନ୍ତି। ହନୁମାନ ମନ୍ଦିର ଯିବା ସମୟରେ ସାଙ୍ଗରେ ଭିମ ଆର୍ମି ସଭାପତି ଚନ୍ଦ୍ରଶେଖର ଆଜାଦ ଓ ତାଙ୍କର ଅନୁଗାମୀମାନେ ମଧ୍ୟ ସାଥିରେ ଯାଇଥିଲେ। ମନ୍ଦିରରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହ ଉକ୍ତ ମାମଲାରେ ହସନ୍ତକ୍ଷେପ କରି ତୁରନ୍ତ ନ୍ୟାୟ ପ୍ରଦାନ […]
ନୂଆଦିଲ୍ଲୀ: ଡବ୍ଲୁଏଫ୍ଆଇ ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ଗିରଫ ଦାବିରେ ଆନ୍ଦୋଳନ ଚଲାଇଥିବା କୁସ୍ତିଯୋଦ୍ଧାମାନେ ସମର୍ଥକମାନଙ୍କ ଗହଣରେ ନୂଆଦିଲ୍ଲୀସ୍ଥିତ ହନୁମାନ ମନ୍ଦିର ଓ ବଙ୍ଗଲା ସାହେବ ଗୁରୁଦ୍ବାରରେ ପ୍ରାର୍ଥନା କରିଛନ୍ତି। ହନୁମାନ ମନ୍ଦିର ଯିବା ସମୟରେ ସାଙ୍ଗରେ ଭିମ ଆର୍ମି ସଭାପତି ଚନ୍ଦ୍ରଶେଖର ଆଜାଦ ଓ ତାଙ୍କର ଅନୁଗାମୀମାନେ ମଧ୍ୟ ସାଥିରେ ଯାଇଥିଲେ। ମନ୍ଦିରରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହ ଉକ୍ତ ମାମଲାରେ ହସନ୍ତକ୍ଷେପ କରି ତୁରନ୍ତ ନ୍ୟାୟ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ବଜରଙ୍ଗ ପୁନିଆ ଆହ୍ବାନ କରିଛନ୍ତି। ତାଙ୍କ ମତରେ, ବୋଧହୁଏ ଆନ୍ଦୋଳନକାରୀଙ୍କ ସ୍ବର ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚୁନାହିଁ। ପ୍ରଧାନମନ୍ତ୍ରୀ ବେଟି ବଚାଓ ବେଟି ପଢାଓ ସ୍ଲୋଗାନ ଦେଉଛନ୍ତି। ତେଣୁ ଏବେ ଦେଶର ଝିଅମାନେ ରାସ୍ତାରେ ବସିଛନ୍ତି। ତେଣୁ ସେମାନଙ୍କୁ ନ୍ୟାୟ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆଗକୁ ଆସନ୍ତୁ ବୋଲି ବଜରଙ୍ଗ ଅନୁରୋଧ କରିଛନ୍ତି। ବଜରଙ୍ଗବାଲୀଙ୍କ ପାଖରେ ଆମେ ତ୍ବରିତ ନ୍ୟାୟ ପାଇଁ ପ୍ରାର୍ଥନା କରିଛୁ ବୋଲି ସେ କହିଥିଲେ। ସେହିପରି ଭିନେଶ ଫୋଗତଙ୍କ ଅନୁସାରେ, ଏହା ଆମ ଦେଶର ଦୁର୍ଭାଗ୍ୟ ଯେ, ନ୍ୟାୟ ପାଇଁ ଦେଶର ଝିଅମାନଙ୍କୁ ଧାରଣାରେ ବସିବାକୁ ପଡୁଛି। ଦୋଷୀଙ୍କୁ ଆମେ ଦଣ୍ଡ ଦେଇପାରୁନେ। ଆମେ ଦେଶ ଏତେ ଦୁର୍ବଳ ହେବା କଥା ନୁହେଁ ବୋଲି ଭିନେଶ କହିଛନ୍ତି।




