ନେଦରଲାଣ୍ଡ୍ସକୁ ୯୯ ରନରେ ହରାଇ ଦ୍ବିତୀୟ ବିଜୟ ପାଇଲା ନ୍ୟୁଜିଲାଣ୍ଡ

ହାଇଦ୍ରାବାଦ: ମିଚେଲ୍ ସାଣ୍ଟନରଙ୍କ ଅଲରାଉଣ୍ଡ ପ୍ରଦର୍ଶନ (ଦ୍ରୁତ ୩୬ ରନ୍ ଓ ୫/୫୯) ସହାୟତାରେ ନ୍ୟୁଜିଲାଣ୍ଡ ଚଳିତ ବିଶ୍ବକପ୍ରେ ଲଗାତାର ବିଜୟ ପାଇଛି। ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡକୁ ୯ ୱିକେଟ୍ରେ ହରାଇଥିବା ନ୍ୟୁଜିଲାଣ୍ଡ ସୋମବାର ୯୯ ରନ୍ରେ ନେଦରଲାଣ୍ଡ୍ସକୁ ମାତ୍ ଦେଇଛି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୩୨୩ ରନ୍ର ଲକ୍ଷ୍ୟକୁ ନେଦରଲାଣ୍ଡ୍ସ ପିଛା କରି ୪୬.୩ ଓଭର ସୁଦ୍ଧା ସମସ୍ତ ୱିକେଟ୍ ହରାଇ ୨୨୩ ରନ୍ […]

Samaya Live Picture
Published On

ହାଇଦ୍ରାବାଦ: ମିଚେଲ୍ ସାଣ୍ଟନରଙ୍କ ଅଲରାଉଣ୍ଡ ପ୍ରଦର୍ଶନ (ଦ୍ରୁତ ୩୬ ରନ୍ ଓ ୫/୫୯) ସହାୟତାରେ ନ୍ୟୁଜିଲାଣ୍ଡ ଚଳିତ ବିଶ୍ବକପ୍ରେ ଲଗାତାର ବିଜୟ ପାଇଛି। ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡକୁ ୯ ୱିକେଟ୍ରେ ହରାଇଥିବା ନ୍ୟୁଜିଲାଣ୍ଡ ସୋମବାର ୯୯ ରନ୍ରେ ନେଦରଲାଣ୍ଡ୍ସକୁ ମାତ୍ ଦେଇଛି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୩୨୩ ରନ୍ର ଲକ୍ଷ୍ୟକୁ ନେଦରଲାଣ୍ଡ୍ସ ପିଛା କରି ୪୬.୩ ଓଭର ସୁଦ୍ଧା ସମସ୍ତ ୱିକେଟ୍ ହରାଇ ୨୨୩ ରନ୍ କରିପାରିଥିଲା। କଲିନ୍ ଆକରମନ୍ ଏକମାତ୍ର ବ୍ୟାଟର୍ ଭାବେ ଅର୍ଦ୍ଧଶତକ (୬୯) ଅର୍ଜନ କରିଥିଲା ବେଳେ ଅଧିନାୟକ ସ୍କଟ୍ ଏଡୱାର୍ଡ୍ସ କେବଳ ୩୦ ରନ୍ ଯୋଡ଼ିଥିଲେ। ମିଚେଲ୍ ସାଣ୍ଟନର ନେଦରଲାଣ୍ଡ୍ସ ମେରୁଦଣ୍ଡ ଭାଙ୍ଗିବା ସହ ଅଧା ୱିକେଟ୍ ଝଡ଼ାଇ ଦେଇଥିଲେ। ଏଥିସହ ଚଳିତ ବିଶ୍ବକପ୍ରେ ସେ ପ୍ରଥମ ବୋଲର ଭାବେ ୫ ୱିକେଟ୍ ସଫଳତା ପାଇଥିଲେ। ମ୍ୟାଟ ହେନରି (୩/୪୦) ଓ ରାଚିନ ରବୀନ୍ଦ୍ର (୧/୪୬) ଅନ୍ୟ ୱିକେଟ୍ଗୁଡ଼ିକୁ ବାଣ୍ଟି ନେଇଥିଲେ।
ଏଥି ପୂର୍ବରୁ ନେଦରଲାଣ୍ଡ୍ସ ଟସ୍ ଜିତି ଫିଲ୍ଡିଂ କରିଥିଲା। ପ୍ରଥମ ତିନି ଓଭର ମେଡେନ୍ ଯିବାରୁ ନିଷ୍ପତ୍ତି ଠିକ୍ ଲାଗୁଥିଲା। କିନ୍ତୁ ଚତୁର୍ଥ ଓଭର ପ୍ରଥମ ବଲ୍ରୁ ଚୌକା ମାରି ୱିଲ୍ ୟଙ୍ଗ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ପ୍ରଥମ ୱକେଟ୍ରେ ଡେଭନ କନୱେଙ୍କୁ ସାଥୀ କରି ୬୭ ରନ୍ ଭାଗୀଦାରି କରିବା ପରେ ଦ୍ବିତୀୟ ୱିକେଟ୍ରେ ରାଚିନ ରବୀନ୍ଦ୍ରଙ୍କ ସହ ୭୭ ରନ୍ ଉଠାଇ ୟଙ୍ଗ (୭୦) ଆଉଟ୍ ହୋଇଥିଲେ। ପ୍ରଥମ ମ୍ୟାଚ୍ର ଶତକ ହାସଲକାରୀ କନୱେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲା ବେଳେ ରାଚିନ ୫୧ କରିଥିଲେ। ଅଧିନାୟକ ଟମ ଲାଥମ (୫୩) ଶେଷ ପର୍ଯ୍ୟନ୍ତ ଗୋଟିଏ ପଟରୁ ପାଳି ସମ୍ଭାଳିବା ସହ ମିଚେଲ୍ ସାଣ୍ଟନରଙ୍କ ଦ୍ରୁତ ରନ୍ (୧୭ ବଲ୍ରୁ ୩୬ ରନ୍) ଯୋଗୁଁ ଦଳ ତ୍ରିଶତକ ଅତିକ୍ରମ କରିପାରିଥିଲା।

Tags: