ନେଦରଲାଣ୍ଡ୍ସକୁ ହରାଇ ସୁପର-୮ ଲକ୍ଷ୍ୟରେ ବାଂଲାଦେଶ

କିଙ୍ଗଷ୍ଟନ୍: ନେଦରଲାଣ୍ଡ୍ସକୁ ୨୫ ରନ୍ରେ ପରାସ୍ତ କରି ବାଂଲାଦେଶ ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ସୁପର୍-୮ ଆଶା ଉଜ୍ଜୀବିତ ରଖିଛି। ସକିବ୍ ଅଲ୍ ହାସନଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ବାଂଲାଦେଶ ୧୫୯ ରନ୍ କରିଥିବା ବେପଳେ ନେଦରଲାଣ୍ଡ୍ସ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୩୪ ରନ୍ରେ ସୀମିତ ହୋଇଯାଇଥିଲା। ବାଂଲାଦେଶ ୩ ମ୍ୟାଚ୍ରୁ ଦ୍ବିତୀୟ ବିଜୟ ପାଇଥିବା ବେନଳେ ଦକ୍ଷିଣ ଆଫ୍ରିକା (୬ ପଏଣ୍ଟ) ତଳକୁ ଗ୍ରୁପ୍ ‘ଡି’ରେ ଦ୍ବିତୀୟ ସ୍ଥାନରେ ରହିଛି। କିଙ୍ଗଷ୍ଟନ୍ର ସେଣ୍ଟ୍ ଭିନସେଣ୍ଟ୍ସ୍ଥିତ […]

Samaya Live Picture
Published On

କିଙ୍ଗଷ୍ଟନ୍: ନେଦରଲାଣ୍ଡ୍ସକୁ ୨୫ ରନ୍ରେ ପରାସ୍ତ କରି ବାଂଲାଦେଶ ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ସୁପର୍-୮ ଆଶା ଉଜ୍ଜୀବିତ ରଖିଛି। ସକିବ୍ ଅଲ୍ ହାସନଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ବାଂଲାଦେଶ ୧୫୯ ରନ୍ କରିଥିବା ବେପଳେ ନେଦରଲାଣ୍ଡ୍ସ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୩୪ ରନ୍ରେ ସୀମିତ ହୋଇଯାଇଥିଲା। ବାଂଲାଦେଶ ୩ ମ୍ୟାଚ୍ରୁ ଦ୍ବିତୀୟ ବିଜୟ ପାଇଥିବା ବେନଳେ ଦକ୍ଷିଣ ଆଫ୍ରିକା (୬ ପଏଣ୍ଟ) ତଳକୁ ଗ୍ରୁପ୍ ‘ଡି’ରେ ଦ୍ବିତୀୟ ସ୍ଥାନରେ ରହିଛି।
କିଙ୍ଗଷ୍ଟନ୍ର ସେଣ୍ଟ୍ ଭିନସେଣ୍ଟ୍ସ୍ଥିତ ଆର୍ଣ୍ଣୋସ ଭାଲେ ଗ୍ରାଉଣ୍ଡ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ନେଦରଲାଣ୍ଡ୍ସ ଅଧିନାୟକ ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ମ୍ୟାଚ୍ ଖେଳିଥିବା ଭାରତୀୟ ବଂଶୋଦ୍ଭବ ଅଫସ୍ପିନର୍ ଆର୍ଯ୍ୟନ ଦତ୍ତ ଲଗାତାର ଓଭରରେ ଅଧିନାୟକ ନଜମୁଲ ହୋସେନ୍ ସାଣ୍ଟୋ ଏବଂ ୱିକେଟରକ୍ଷକ ଲିଟନ୍ ଦାସଙ୍କ ୱିକେଟ୍ ଦଖଲ କରି ବାଂଲାଦେଶକୁ ଚାପରେ ପକାଇଥିଲେ। ଏହି ସମୟରେ କିନ୍ତୁ ତଂଜିମ ହାସନ୍ (୨୬ ବଲ୍ରୁ ୩୫ ରନ୍) ଏବଂ ସକିବ୍ ଅଲ୍ ହାସନ୍ (୪୬ ବଲ୍ରୁ ୬୪ ରନ୍) ତୃତୀୟ ୱିକେଟ୍ ପାଇଁ ୭.୨ ଓଭରରେ ୫୮ ରନ୍ ଯୋଡ଼ି ପାଳି ଗଢ଼ିଥିଲେ। ସକିବ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିବା ବେଳେ ନିମ୍ନକ୍ରମରେ ମହମ୍ମଦୁଲ୍ଲା (୨୧ ବଲ୍ରୁ ୨୫ ରନ୍) ଏବଂ ଜ୍ୟାକର୍ ଅଲୀ (୭ ବଲ୍ରୁ ୧୪ ରନ୍) ଉପଯୋଗୀ ପାଳି ଖେଳିବାରୁ ବାଂଲାଦେଶ ୧୫୯ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରି ଦେଇଥିଲା। ଆର୍ଯ୍ୟନ୍ ଦତ୍ତ ଓ ପଲ୍ ଭାନ ମିକିରନ୍ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇଥିଲେ।

Tags: