ନେଦରଲାଣ୍ଡ୍ସକୁ ହରାଇ ଚତୁର୍ଥ ବିଜୟ ପାଇଲା ଆଫଗାନିସ୍ତାନ

ଲକ୍ଷ୍ନୌ: ଆଫଗାନିସ୍ତାନ ଚଳିତ ବିଶ୍ବକପ୍ରେ ଚତୁର୍ଥ ବିଜୟ ପାଇ ସେମିଫାଇନାଲ୍ ଆଶାକୁ ଉଜ୍ଜୀବିତ ରଖିଛି। ଲକ୍ଷ୍ନୌରେ ଆଫଗାନିସ୍ତାନ ୭ ୱିକେଟ୍ରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ୍ସ ୧୭୯ ରନ୍ କରିଥିଲା ବେଳେ ଆଫଗାନିସ୍ତାନ ୩୧.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଛି। ଏହି ବିଜୟ ଫଳରେ ଆଫଗାନିସ୍ତାନ ୭ ମ୍ୟାଚ୍ରୁ ୪ ବିଜୟ ପାଇ ୮ ପଏଣ୍ଟ ସହ ଟେବୁଲ୍ର ପଞ୍ଚମ ସ୍ଥାନକୁ ଉଠିଛି। ସେମିଫାଇନାଲ୍ରେ ପହଞ୍ଚିବାକୁ ହେଲେ ଆଫଗାନିସ୍ତାନକୁ ପରବର୍ତ୍ତୀ ଦୁଇ […]

Samaya Live Picture
Published On

ଲକ୍ଷ୍ନୌ: ଆଫଗାନିସ୍ତାନ ଚଳିତ ବିଶ୍ବକପ୍ରେ ଚତୁର୍ଥ ବିଜୟ ପାଇ ସେମିଫାଇନାଲ୍ ଆଶାକୁ ଉଜ୍ଜୀବିତ ରଖିଛି। ଲକ୍ଷ୍ନୌରେ ଆଫଗାନିସ୍ତାନ ୭ ୱିକେଟ୍ରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ୍ସ ୧୭୯ ରନ୍ କରିଥିଲା ବେଳେ ଆଫଗାନିସ୍ତାନ ୩୧.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଛି। ଏହି ବିଜୟ ଫଳରେ ଆଫଗାନିସ୍ତାନ ୭ ମ୍ୟାଚ୍ରୁ ୪ ବିଜୟ ପାଇ ୮ ପଏଣ୍ଟ ସହ ଟେବୁଲ୍ର ପଞ୍ଚମ ସ୍ଥାନକୁ ଉଠିଛି। ସେମିଫାଇନାଲ୍ରେ ପହଞ୍ଚିବାକୁ ହେଲେ ଆଫଗାନିସ୍ତାନକୁ ପରବର୍ତ୍ତୀ ଦୁଇ ମ୍ୟାଚ୍ରେ ଉନ୍ନତ ରନ୍ନରେଟ୍ ସହ ବିଜୟ ପାଇବାକୁ ହେବ।
ଏହି ମ୍ୟାଚ୍ରେ ନେଦରଲାଣ୍ଡ୍ସ ଟସ୍ ଜିତି ବ୍ୟାଟିଂ କରିଥିଲା। ପ୍ରଥମ ଓଭରରୁ ୱେସଲି ବାରେସି (୧) ଆଉଟ୍ ହେବା ପରେ ମ୍ୟାକ୍ସ ଓ’ଡାଉଡ଼ (୪୨), କଲିନ ଆକରମନ (୨୯) ଓ ସିବ୍ରାଣ୍ଡ ଏଞ୍ଜେଲବ୍ରଚଟ୍ (୫୮) ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। କିନ୍ତୁ ଏହି ତିନିଜଣଙ୍କ ସହ ଜବରଦସ୍ତ ଲୟରେ ଥିବା ଅଧିନାୟକ ସ୍କଟ୍ ଏଡୱାର୍ଡ୍ସ ଖାତା ଖୋଲି ନପାରି ରନ୍ ଆଉଟ୍ ହୋଇଥିଲେ। ଏହାପରଠୁ ଅନ୍ୟ ବ୍ୟାଟର୍ମାନଙ୍କ ଆୟାରାମ ଗୟାରାମ ଲାଗି ରହିଥିଲା। ବାସ୍ତବରେ ନେଦରଲାଣ୍ଡ୍ସକୁ ୪ ରନ୍ଆଉଟ୍ ହିଁ ପରବର୍ତ୍ତୀ ସମୟରେ ମହଙ୍ଗା ପଡ଼ିଥିଲା। ବିଜୟ ଲକ୍ଷ୍ୟ ପିଛା କରୁଥିବା ବେଳେ ଆଫଗାନିସ୍ତାନ ମଧ୍ୟ ୫୫ ରନ୍ ମଧ୍ୟରେ ରହମାନୁଲ୍ଲା ଗୁରବାଜ (୧୦) ଓ ଇବ୍ରାହିମ୍ ଜଦ୍ରାନ (୨୦)ଙ୍କୁ ହରାଇଥିଲା। ଏହା ସତ୍ତ୍ବେ ରହମତ ଶାହ (୫୨) ଓ ହସମତୁଲ୍ଲା ସାହିଦି (୫୬*) ନିଜ ନିଜର ଅର୍ଦ୍ଧଶତକ ଅର୍ଜନ କରିବା ସହ ତୃତୀୟ ୱିକେଟ୍ରେ ୭୪ ରନ୍ ଭାଗୀଦାରି କରି ଦଳର ବିଜୟ ପଥ ପରିଷ୍କାର କରିଥିଲେ।

Tags: