ନେଦରଲାଣ୍ଡକୁ ହରାଇ ପାକିସ୍ତାନର ବିଜୟ ଅଭିଯାନ

ହାଇଦ୍ରାବାଦ: ଭାରତରେ ୭ ବର୍ଷ ପରେ କ୍ରିକେଟ୍ ଖେଳୁଥିବା ପାକିସ୍ତାନ ବିଜୟରୁ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି। ହାଇଦ୍ରାବାଦରେ ଶେଷ ହୋଇଥିବା ମ୍ୟାଚ୍ରେ ପାକିସ୍ତାନ ୮୧ ରନ୍ରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ଉପ୍ପଲର ରାଜୀବ ଗାନ୍ଧୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୨୮୭ ରନ୍ର ଲକ୍ଷ୍ୟକୁ ପିଛା କରି ନେଦରଲାଣ୍ଡ୍ସ ୨୦୫ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଭାରତରେ ପ୍ରଥମ ମ୍ୟାଚ୍ ଖେଳୁଥିବା ବିକ୍ରମଜିତ ସିଂହ (୫୨ ରନ୍) ଓ ବାସ୍ ଡି ଲିଡ୍ […]

Samaya Live Picture
Published On

ହାଇଦ୍ରାବାଦ: ଭାରତରେ ୭ ବର୍ଷ ପରେ କ୍ରିକେଟ୍ ଖେଳୁଥିବା ପାକିସ୍ତାନ ବିଜୟରୁ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି। ହାଇଦ୍ରାବାଦରେ ଶେଷ ହୋଇଥିବା ମ୍ୟାଚ୍ରେ ପାକିସ୍ତାନ ୮୧ ରନ୍ରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ଉପ୍ପଲର ରାଜୀବ ଗାନ୍ଧୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୨୮୭ ରନ୍ର ଲକ୍ଷ୍ୟକୁ ପିଛା କରି ନେଦରଲାଣ୍ଡ୍ସ ୨୦୫ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଭାରତରେ ପ୍ରଥମ ମ୍ୟାଚ୍ ଖେଳୁଥିବା ବିକ୍ରମଜିତ ସିଂହ (୫୨ ରନ୍) ଓ ବାସ୍ ଡି ଲିଡ୍ (୬୭ ରନ୍) ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। କିନ୍ତୁ ଅନ୍ୟମାନେ ପିଚ୍ରେ ଅଧିକ ସମୟ ରହିନପାରି ନିୟମିତ ଅନ୍ତରାଳରେ ଆଉଟ୍ ହୋଇଯାଇଥିଲେ। ପାକିସ୍ତାନର ଦ୍ରୁତ ବୋଲିଂ ବାହିନୀ ହାରିସ୍ ରୌଫ୍ (୩/୪୩), ହାସନ ଅଲ୍ଲୀ (୨/୩୩) ଓ ସାହିନ ଶାହ ଆଫ୍ରିଦି (୧/୩୭) ନେଦରଲାଣ୍ଡ୍ସର ବିପର୍ଯ୍ୟୟ ଘଟାଇଥିଲେ। ବିଜୟୀ ଦଳର ସାଉଦ ସକିଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ଏଥି ପୂର୍ବରୁ ନେଦରଲାଣ୍ଡ୍ସ ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। କିନ୍ତୁ ୨ ନମ୍ବର ମାନ୍ୟତାପ୍ରାପ୍ତ ଏହି ଦଳ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମହମ୍ମଦ ରିଜୱାନ ଓ ସାଉଦ ସକିଲ୍ ଚତୁର୍ଥ ୱିକେଟ୍ରେ ୧୨୦ ରନ୍ ଯୋଡ଼ି ଦଳକୁ ବିପଦରୁ ବାହାର କରିଥିଲେ। ଉଭୟ ୬୮ ରନ୍ ଲେଖାଏଁ କରି ଆଉଟ୍ ହୋଇଥିଲେ। ତଳଭାଗରେ ମହମ୍ମଦ ନୱାଜ ଓ ସଦାବ ଖାନ୍ ସପ୍ତମ ୱିକେଟ୍ରେ ୬୪ ରନ୍ ଯୋଡ଼ି ଦଳକୁ ୨୫୦ ପାର୍ କରାଇଥିଲେ। ବାସ୍ ଡି ଲିଡ୍ (୪/୬୨) ସବୁଠୁ ସଫଳ ବୋଲର ହୋଇଥିଲା ବେଳେ କଲିନ୍ ଆକରମନ ୨ ଓ ଆର୍ଯ୍ୟନ ଦତ୍ତ-ଲୋଗାନ୍ ଭାନ ବିକ୍ ୧-୧ ୱିକେଟ୍ ନେଇଥିଲେ।

Tags: