ନେଟ୍ସକୁ ଫେରିଲେ କେଏଲ୍ ରାହୁଲ, ଶ୍ରେୟସ ଆୟର

ମୁମ୍ବାଇ: ଭାରତୀୟ କ୍ରିକେଟ୍ର ଚାରି ପ୍ରତିଭାବାନ ଯୁବ ତାରକା ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା, ପ୍ରସିଦ୍ଧ କ୍ରିଷ୍ଣା ଏବଂ ନିର୍ଭରଯୋଗ୍ୟ ବ୍ୟାଟର୍ ଶ୍ରେୟସ୍ ଆୟର, କେଏଲ୍ ରାହୁଲଙ୍କ ଫିଟନେସ୍ ଓ ସ୍ବାସ୍ଥ୍ୟାବସ୍ଥା ନେଇ ବିସିସିଆଇ ବିସ୍ତୃତ ସୂଚନା ଦେଇଛି। ପିଠି ଯନ୍ତ୍ରଣା ପାଇଁ ଗତ ୧୦ ମାସ ହେବ କ୍ରିକେଟ୍ରୁ ଦୂରେଇ ରହିବା ସହ ଏସିଆ କପ୍, ଟ୍ବେଣ୍ଟି-୨୦ ବିଶ୍ବକପ୍ ୨୦୨୨ ଓ ବର୍ଡର ଗାଭାସ୍କର ଟ୍ରଫି ଭଳି ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତା ଖେଳିପାରି ନଥିବା ବୁମ୍ରା […]

Samaya Live Picture
Published On

ମୁମ୍ବାଇ: ଭାରତୀୟ କ୍ରିକେଟ୍ର ଚାରି ପ୍ରତିଭାବାନ ଯୁବ ତାରକା ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା, ପ୍ରସିଦ୍ଧ କ୍ରିଷ୍ଣା ଏବଂ ନିର୍ଭରଯୋଗ୍ୟ ବ୍ୟାଟର୍ ଶ୍ରେୟସ୍ ଆୟର, କେଏଲ୍ ରାହୁଲଙ୍କ ଫିଟନେସ୍ ଓ ସ୍ବାସ୍ଥ୍ୟାବସ୍ଥା ନେଇ ବିସିସିଆଇ ବିସ୍ତୃତ ସୂଚନା ଦେଇଛି। ପିଠି ଯନ୍ତ୍ରଣା ପାଇଁ ଗତ ୧୦ ମାସ ହେବ କ୍ରିକେଟ୍ରୁ ଦୂରେଇ ରହିବା ସହ ଏସିଆ କପ୍, ଟ୍ବେଣ୍ଟି-୨୦ ବିଶ୍ବକପ୍ ୨୦୨୨ ଓ ବର୍ଡର ଗାଭାସ୍କର ଟ୍ରଫି ଭଳି ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତା ଖେଳିପାରି ନଥିବା ବୁମ୍ରା ଏବଂ ଶେଷଥର ପାଇଁ ୨୦୨୨ ମସିହା ଅଗଷ୍ଟ ମାସର ଜିମ୍ବାୱେ ବିପକ୍ଷ ଏକଦିବସୀୟ ମ୍ୟାଚ୍ ପରଠାରୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନଥିବା ପ୍ରସିଦ୍ଧ କ୍ରିଷ୍ଣା ନିଜ ନିଜ ଥଇଥାନ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଅଛନ୍ତି। ନେଟ୍ସରେ ସେମାନେ ପୂର୍ଣ୍ଣ ଦକ୍ଷତାର ସହ ବୋଲିଂ କରୁଛନ୍ତି। ଏହା ପରେ ସେମାନେ କିଛି ଅଭ୍ୟାସ ମ୍ୟାଚ୍ ଖେଳିବେ। ଅଭ୍ୟାସ ମ୍ୟାଚ୍ ପରେ ଡାକ୍ତରମାନେ ସେମାନଙ୍କ ଫିଟ୍ନେସ୍ର ଅନ୍ତିମ ଆକଳନ କରିବେ ବୋଲି ଶୁକ୍ରବାର ଟ୍ବିଟ୍ କରି ଜଣାଇଛି ବିସିସିଆଇ। ଅନ୍ୟପକ୍ଷରେ ଚଳିତବର୍ଷର ଆଇପିଏଲ୍ ବେଳେ ଆହତ ହୋଇଥିବା ରାହୁଲ ନେଟ୍ସରେ ବ୍ୟାଟିଂ କରିବା ଆରମ୍ଭ କରିଛନ୍ତି। ଆୟରଙ୍କ ସହ ଶକ୍ତିବୃଦ୍ଧି ଓ ସୁସ୍ଥତା ଡ୍ରିଲ୍ କରୁଛନ୍ତି। ଡାକ୍ତରୀଦଳ ଉଭୟଙ୍କ ଅଗ୍ରଗତିରେ ସନ୍ତୁଷ୍ଟ ଅଛି। ଆଗାମୀ ସମୟରେ ସେମାନଙ୍କୁ ଆହୁରି ଅଧିକ ସମୟ ପର୍ଯ୍ୟନ୍ତ କୌଶଳ, ଶକ୍ତି ଓ ସ୍ଥିରତା ନେଇ ଅଭ୍ୟାସ କରିବାକୁ କୁହାଯିବ ବୋଲି କହିଛି ବିସିସିଆଇ।

Tags: