ନୀତୀଶ ରାଣା କେକେଆର୍ ଅଧିନାୟକ
ମୁମ୍ବାଇ: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ର ନିୟମିତ ଅଧିନାୟକ ଶ୍ରେୟସ ଆୟର ଚଳିତ ଆଇପିଏଲ୍ରେ ଖେଳିବା ସମ୍ଭାବନା ନାହିଁ। ତେଣୁ ତାଙ୍କ ସ୍ଥାନରେ ନୀତୀଶ ରାଣାଙ୍କୁ ଦଳର ନୂଆ ଅଧିନାୟକ ନିଯୁକ୍ତ କରାଯାଇଛି। ନୀତୀଶଙ୍କ ଆପିଏଲ୍ ଅଭିଜ୍ଞତା ରହିଥିଲା ବେଳେ ପୂର୍ବରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଦିଲ୍ଲୀର ନେତୃତ୍ବ ନେଇସାରିଛନ୍ତି। ଏଥିପାଇଁ କେକେଆର୍ ଦଳ ତାଙ୍କ ଉପରେ ଭରସା ଦେଖାଇଛି। ଧଳା ବଲ୍ରେ ନୀତିଶଙ୍କ ପ୍ରଦର୍ଶନ ଭଲ ରହୁଥିଲା ବେଳେ ନାଲି ବଲ୍ରେ ପ୍ରଭାବୀ […]
ମୁମ୍ବାଇ: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ର ନିୟମିତ ଅଧିନାୟକ ଶ୍ରେୟସ ଆୟର ଚଳିତ ଆଇପିଏଲ୍ରେ ଖେଳିବା ସମ୍ଭାବନା ନାହିଁ। ତେଣୁ ତାଙ୍କ ସ୍ଥାନରେ ନୀତୀଶ ରାଣାଙ୍କୁ ଦଳର ନୂଆ ଅଧିନାୟକ ନିଯୁକ୍ତ କରାଯାଇଛି। ନୀତୀଶଙ୍କ ଆପିଏଲ୍ ଅଭିଜ୍ଞତା ରହିଥିଲା ବେଳେ ପୂର୍ବରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଦିଲ୍ଲୀର ନେତୃତ୍ବ ନେଇସାରିଛନ୍ତି। ଏଥିପାଇଁ କେକେଆର୍ ଦଳ ତାଙ୍କ ଉପରେ ଭରସା ଦେଖାଇଛି। ଧଳା ବଲ୍ରେ ନୀତିଶଙ୍କ ପ୍ରଦର୍ଶନ ଭଲ ରହୁଥିଲା ବେଳେ ନାଲି ବଲ୍ରେ ପ୍ରଭାବୀ ହୋଇପାରିନାହାନ୍ତି। ଯେଉଁଥିପାଇଁ ତାଙ୍କୁ ଦିଲ୍ଲୀ ରଣଜୀ ଦଳରୁ ବାଦ୍ ଦିଆଯାଇଥିଲା। ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସେ ୧୨ ମ୍ୟାଚ୍ରେ ଦଳର ଅଧିନାୟକ ଥିଲା ବେଳେ ୮ ମ୍ୟାଚ୍ରେ ବିଜୟୀ ହୋଇଥିଲେ। ୨୦୧୮ ସଂସ୍କରଣରେ ତାଙ୍କୁ ପ୍ରଥମ ଥର କେକେଆର୍ରେ ସାମିଲ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା କେକେଆର୍ ପାଇଁ ସେ ୭୪ ମ୍ୟାଚ୍ ଖେଳିସାରିଥିଲା ବେଳେ ୧୭୪୪ ରନ୍ ସଂଗ୍ରହ କରିଛନ୍ତି। କେକେଆର୍ ଚଳିତ ସଂସ୍କରଣରେ ତାହାର ପ୍ରଥମ ମ୍ୟାଚ୍ ଏପ୍ରିଲ୍ ୧ ତାରିଖରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳିବ।




