ନଭେମ୍ବର ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ ମହମ୍ମଦ ସାମି
ନୂଆଦିଲ୍ଲୀ: ନଭେମ୍ବର ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଆଇସିସି ପକ୍ଷରୁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଆଶାୟୀଙ୍କ ମଧ୍ୟରେ ସାମିଲ କରିଛି। ଏହି ଦୌଡ଼ରେ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ ମଧ୍ୟ ସ୍ଥାନିତ ହୋଇଛନ୍ତି। ଦିନିକିଆ ବିଶ୍ବକପ୍ରେ ସାମି ସର୍ବାଧିକ ୱିକେଟ୍ (୨୪) ହାସଲକାରୀ ହୋଇଥିଲା ବେଳେ ନଭେମ୍ବରରେ ୧୨.୦୬ ହାରରେ ୧୫ ୱିକେଟ୍ ଆକ୍ତିଆର କରିଥିଲେ। ମ୍ୟାକ୍ସୱେଲ୍ ଏହି ମାସରେ ୧୫୨.୨୩ ହାରରେ ୨୦୪ ରନ୍ର ବିସ୍ଫୋରକ କ୍ରିକେଟ୍ ଖେଳିଥିଲେ। […]
ନୂଆଦିଲ୍ଲୀ: ନଭେମ୍ବର ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଆଇସିସି ପକ୍ଷରୁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଆଶାୟୀଙ୍କ ମଧ୍ୟରେ ସାମିଲ କରିଛି। ଏହି ଦୌଡ଼ରେ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ ମଧ୍ୟ ସ୍ଥାନିତ ହୋଇଛନ୍ତି। ଦିନିକିଆ ବିଶ୍ବକପ୍ରେ ସାମି ସର୍ବାଧିକ ୱିକେଟ୍ (୨୪) ହାସଲକାରୀ ହୋଇଥିଲା ବେଳେ ନଭେମ୍ବରରେ ୧୨.୦୬ ହାରରେ ୧୫ ୱିକେଟ୍ ଆକ୍ତିଆର କରିଥିଲେ। ମ୍ୟାକ୍ସୱେଲ୍ ଏହି ମାସରେ ୧୫୨.୨୩ ହାରରେ ୨୦୪ ରନ୍ର ବିସ୍ଫୋରକ କ୍ରିକେଟ୍ ଖେଳିଥିଲେ। ବିଶ୍ବକପ୍ ପ୍ରଦର୍ଶନ ପରେ ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ରେ ସେ ୨୦୭.୧୪ ହାରରେ ୧୧୬ ରନ୍ ମାରିଥିଲେ। ମାତ୍ର ୪୮ ବଲ୍ରୁ ୧୦୪* ରନ୍ର ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ। ସେହିପରି ହେଡ୍ ଦୀର୍ଘ ଦିନଧରି ଆହତ ରହିବା ପରେ ବିଶ୍ବକପ୍ରେ ଦମ୍ଦାର ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରିଥିଲେ। ନଭେମ୍ବରରେ ସେ ୫ ଦିନିକିଆରୁ ୪୪ ହାରରେ ୨୨୦ ରନ୍ ସଂଗ୍ରହ କରିଥିଲେ। ଯାହାମଧ୍ୟରେ ଗୋଟିଏ ଶତକ ଓ ଅର୍ଦ୍ଧଶତକ ସାମିଲ ଥିଲା। ବିଶେଷକରି ଦିନିକିଆ ବିଶ୍ବକପ୍ ଫାଇନାଲ୍ରେ ହେଡ୍ ଅଷ୍ଟ୍ରେଲିଆକୁ ଷଷ୍ଠ ଟ୍ରଫି ଧରାଇବାରେ ବଡ଼ ଭୂମିକା ନର୍ବାହ କରିଥିଲେ। ଭାରତ ବିପକ୍ଷରେ ସେ ୧୨୦ ବଲ୍ରୁ ୧୩୭ ରନ୍ ସଂଗ୍ରହ କରିଥିଲେ।




