ନଦୀମଙ୍କୁ ମଧ୍ୟାହ୍ନଭୋଜନ ପାଇଁ ଖାଣ୍ଡ୍ରାସ୍ଥିତ ଘରକୁ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି ନୀରଜ

ନୂଆଦିଲ୍ଲୀ: ଅଲିମ୍ପିକ୍ ଓ ବିଶ୍ବ ଦୌଡ଼କୁଦ ଚାମ୍ପିଅନ୍ ନୀରଜ ଚୋପ୍ରା ତାଙ୍କର ପାକିସ୍ତାନୀ ପ୍ରତିଦ୍ବନ୍ଦ୍ବୀ ତଥା ବିଶ୍ବ ଦୌଡ଼କୁଦର ରୌପ୍ୟ ପଦକ ବିଜେତା ଅର୍ଶଦ ନଦୀମଙ୍କୁ ନିଜ ଖାଣ୍ଡ୍ରା ବାସଭବନକୁ ମଧ୍ୟାହ୍ନଭୋଜନ ପାଇଁ ନିମନ୍ତ୍ରଣ ଦେଇଛନ୍ତି। ବିଶ୍ବ ଚାମ୍ପିଅନ୍ସିପ୍ରେ ସ୍ବର୍ଣ୍ଣ ଏବଂ ଜୁରିକ ଡାଏମଣ୍ଡ ଲିଗ୍ରେ ରୌପ୍ୟ ପଦକ ଜିତିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବା ସମୟରେ ସେ ଏହି ସୂଚନା ଦେଇଛନ୍ତି। କେବଳ ନଦୀମ ନୁହଁନ୍ତ ଯେକୌଣସି ଜାଭଲିନ୍ ଫିଙ୍ଗାଳି ଭାରତକୁ ଆସିବେ, […]

Samaya Live Picture
Published On

ନୂଆଦିଲ୍ଲୀ: ଅଲିମ୍ପିକ୍ ଓ ବିଶ୍ବ ଦୌଡ଼କୁଦ ଚାମ୍ପିଅନ୍ ନୀରଜ ଚୋପ୍ରା ତାଙ୍କର ପାକିସ୍ତାନୀ ପ୍ରତିଦ୍ବନ୍ଦ୍ବୀ ତଥା ବିଶ୍ବ ଦୌଡ଼କୁଦର ରୌପ୍ୟ ପଦକ ବିଜେତା ଅର୍ଶଦ ନଦୀମଙ୍କୁ ନିଜ ଖାଣ୍ଡ୍ରା ବାସଭବନକୁ ମଧ୍ୟାହ୍ନଭୋଜନ ପାଇଁ ନିମନ୍ତ୍ରଣ ଦେଇଛନ୍ତି। ବିଶ୍ବ ଚାମ୍ପିଅନ୍ସିପ୍ରେ ସ୍ବର୍ଣ୍ଣ ଏବଂ ଜୁରିକ ଡାଏମଣ୍ଡ ଲିଗ୍ରେ ରୌପ୍ୟ ପଦକ ଜିତିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବା ସମୟରେ ସେ ଏହି ସୂଚନା ଦେଇଛନ୍ତି। କେବଳ ନଦୀମ ନୁହଁନ୍ତ ଯେକୌଣସି ଜାଭଲିନ୍ ଫିଙ୍ଗାଳି ଭାରତକୁ ଆସିବେ, ତାଙ୍କୁ ସେ ପାନିପତ୍ସ୍ଥିତ ଖାଣ୍ଡ୍ରାସ୍ଥିତ ଘରକୁ ବୁଲି ଆସିବା ପାଇଁ ନିମନ୍ତ୍ରଣ ଦେବେ ବୋଲି ନୀରଜ କହିଛନ୍ତି। ନୀରଜ ଓ ନଦୀମଙ୍କ ମଧ୍ୟରେ ବନ୍ଧୁତା ୨୦୧୬ରୁ ରହିଆସିଛି। ଗୌହାଟୀରେ ହୋଇଥିବା ଦକ୍ଷୀଣ ଏସୀୟ କ୍ରୀଡ଼ାରେ ଦୁହେଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେହିପରି ଜାକର୍ତ୍ତାରେ ହୋଇଥିବା ୨୦୧୮ ଏସୀୟ କ୍ରୀଡ଼ାରେ ନୀରଜ ସ୍ବର୍ଣ୍ଣ ଓ ନଦୀମ କାଂସ୍ୟ ପଦକ ପାଇଥିଲେ। ଉଭୟ ପରସ୍ପରକୁ ସମ୍ମାନ ଜଣାଇ ନିଜନିଜର ଜାତୀୟ ପତାକା ଦ୍ବାରା ନିଜକୁ ଘୋଡ଼ାଇଥିଲା ବେଳେ ହାତ ମିଳାଉଥିବା ଫଟୋ ଏବେ ଚାରିଆଡ଼େ ଭାଇରାଲ ହେବାରେ ଲାଗିଛି। ବିଶ୍ବ ଦୌଡ଼କୁଦରେ ଅର୍ଶଦଙ୍କ ପ୍ରଦର୍ଶନକୁ ମଧ୍ୟ ନୀରଜ ପ୍ରଶଂସା କରିବା ସହିତ ତାଙ୍କ ଦେଶ ପାଇଁ ଏହା ବଡ଼ ସଫଳତା ଥିଲା ବୋଲି ପ୍ରତିକ୍ରିୟା ଦେଇଥିଲେ।

Tags: