ଧୋନି ଯେପର୍ଯ୍ୟନ୍ତ ଚାହିଁବେ ସିଏସ୍‌କେରେ ଖେଳିପାରିବେ: ବିଶ୍ବନାଥନ୍‌

ଚେନ୍ନାଇ: କିଂବଦନ୍ତି କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଆଇପିଏଲ୍‌ ଭବିଷ୍ୟତ ଉପରେ ସଙ୍କେତ ଦେଇଛନ୍ତି ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାଶୀ ବିଶ୍ବନାଥନ। ଧୋନିଙ୍କ ବୟସ ୪୦ ଅତିକ୍ରମ କରିସାରିଥିଲେ ମଧ୍ୟ କ୍ରିକେଟ୍‌ ପାଇଁ ତାଙ୍କର ଯେଉଁଭଳି ନିଶା ରହିଛି ତାହା ଚଳିତ ବର୍ଷର ଆଇପିଏଲ୍‌ ସହିତ ଜଡ଼ିତ ଘଟଣାଗୁଡ଼ିକରୁ ଜଣାପଡୁଛି। ନୂଆ ନିୟମ ଅଧୀନରେ ସିଏସ୍‌କେ ତାଙ୍କୁ ଅଣଆନ୍ତର୍ଜାତିକ ଖେଳାଳି ଭାବେ ମାତ୍ର ୪ କୋଟି ଟଙ୍କାରେ ଦଳରେ ରଖିଛି। ହେଲେ […]

Samaya Live Picture
Published On

ଚେନ୍ନାଇ: କିଂବଦନ୍ତି କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଆଇପିଏଲ୍‌ ଭବିଷ୍ୟତ ଉପରେ ସଙ୍କେତ ଦେଇଛନ୍ତି ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାଶୀ ବିଶ୍ବନାଥନ। ଧୋନିଙ୍କ ବୟସ ୪୦ ଅତିକ୍ରମ କରିସାରିଥିଲେ ମଧ୍ୟ କ୍ରିକେଟ୍‌ ପାଇଁ ତାଙ୍କର ଯେଉଁଭଳି ନିଶା ରହିଛି ତାହା ଚଳିତ ବର୍ଷର ଆଇପିଏଲ୍‌ ସହିତ ଜଡ଼ିତ ଘଟଣାଗୁଡ଼ିକରୁ ଜଣାପଡୁଛି। ନୂଆ ନିୟମ ଅଧୀନରେ ସିଏସ୍‌କେ ତାଙ୍କୁ ଅଣଆନ୍ତର୍ଜାତିକ ଖେଳାଳି ଭାବେ ମାତ୍ର ୪ କୋଟି ଟଙ୍କାରେ ଦଳରେ ରଖିଛି। ହେଲେ ଆସନ୍ତା ଋତୁ ତାଙ୍କର ଶେଷ ଆବିର୍ଭାବ ହେବ କି ନାହିଁ ତାହା ସ୍ପଷ୍ଟ ହୋଇପାରୁନି। ସିଏସ୍‌କେ ସିଇଓ ବିଶ୍ବନାଥନଙ୍କ ଅନୁସାରେ, ସବୁକିଛି ତାଙ୍କ ଉପରେ ନିର୍ଭର କରୁଛି। କେବଳ ଶେଷ ମୁହୂର୍ତ୍ତରେ ଆମେ ସବୁକିଛି ଜାଣିପାରିବା। ତଥାପି ସିଏସ୍‌କେ ପାଇଁ ଥିବା ତାଙ୍କର ଭଲପାଇବା ଓ ପ୍ରଶଂସକଙ୍କ ତାଙ୍କ ପ୍ରତି ଭଲପାଇବାକୁ ଦେଖି ଚେନ୍ନାଇରେ ସେ ବିଦାୟୀ ମ୍ୟାଚ୍‌ ଖେଳିବେ ବୋଲି ସ୍ପଷ୍ଟ କରିସାରିଛନ୍ତି। ତଥାପି ଯେପର୍ଯ୍ୟନ୍ତ ଧୋନି ଚାହିବେ ଦଳରେ ଖେଳିପାରିବେ ବୋଲି ବିଶ୍ବନାଥନ୍‌ କହିଛନ୍ତି।

Tags: