ଧୋନିଙ୍କ ଷ୍ଟାଇଲରେ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଲେ କେଦାର ଯାଦବ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍ କେଦାର ଯାଦବ ଅନ୍ତର୍ଜାତୀୟ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ନେଇଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ସାମାଜିକ ଗଣମାଧ୍ୟମରେ ହୃଦୟସ୍ପର୍ଶୀ ଭିଡିଓ ବାର୍ତ୍ତା ପୋଷ୍ଟ୍ କରି ସେ ଅବସର ଘୋଷଣା କରିଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ନିଜ କ୍ରିକେଟ୍ ଜୀବନର କିଛି ମୂହୁର୍ତ୍ତର ଫଟୋକୁ ସ୍ଲାଇଡ୍ସୋ’ ଜରିଆରେ ପୋଷ୍ଟ କରିବା ସହ ଏହାର ପ୍ରଚ୍ଛଦପଟରେ କିଶୋର କୁମାରଙ୍କ ଗୋଟିଏ ଗୀତ ବଜାଇଛନ୍ତି। ସେ ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି, ‘‘ମୋ କ୍ୟାରିୟର୍ରେ ତୁମମାନଙ୍କ ଭଲପାଇବା ଓ ସହଯୋଗ […]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍ କେଦାର ଯାଦବ ଅନ୍ତର୍ଜାତୀୟ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ନେଇଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ସାମାଜିକ ଗଣମାଧ୍ୟମରେ ହୃଦୟସ୍ପର୍ଶୀ ଭିଡିଓ ବାର୍ତ୍ତା ପୋଷ୍ଟ୍ କରି ସେ ଅବସର ଘୋଷଣା କରିଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ନିଜ କ୍ରିକେଟ୍ ଜୀବନର କିଛି ମୂହୁର୍ତ୍ତର ଫଟୋକୁ ସ୍ଲାଇଡ୍ସୋ’ ଜରିଆରେ ପୋଷ୍ଟ କରିବା ସହ ଏହାର ପ୍ରଚ୍ଛଦପଟରେ କିଶୋର କୁମାରଙ୍କ ଗୋଟିଏ ଗୀତ ବଜାଇଛନ୍ତି। ସେ ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି, ‘‘ମୋ କ୍ୟାରିୟର୍ରେ ତୁମମାନଙ୍କ ଭଲପାଇବା ଓ ସହଯୋଗ ପାଇଁ ଧନ୍ୟବାଦ। ଅପରାହ୍ଣ ୩ଟାରେ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ମୋ ଅବସରକୁ ଗ୍ରହଣ କର’’। କେଦାରଙ୍କ ଏହି ଭାଷା ଅବିକଳ ୨୦୨୦ ଅଗଷ୍ଟ ୧୫ରେ ଧୋନିଙ୍କ ଆଶ୍ଚର୍ଯ୍ୟଜନକ ଅବସର ଘୋଷଣା ପରି ଥିଲା। କେଦାର ଭାରତ ପକ୍ଷରୁ ୨୦୧୪ରୁ ୨୦୨୦ ମଧ୍ୟରେ ୭୩ ଦିନିକିଆ ଓ ୯ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ସେ ୪୨.୦୯ ହାରାହାରି ଓ ୧୦୧.୦୬ ଷ୍ଟ୍ରାଇକ୍ରେଟ୍ରେ ୧୩୮୯ ରନ୍ କରିଛନ୍ତି। ଏଥିରେ ୨ ଶତକ ଓ ୬ ଅର୍ଦ୍ଧଶତକ ରହିଛି। ଏହା ବ୍ୟତୀତ ପାର୍ଟଟାଇମ୍ ସ୍ପିନ୍ ବୋଲିଂ କରି ସେ ୨୭ ଦିନିକିଆ ୱିକେଟ୍ ଅକ୍ତିଆର କରିଛନ୍ତି। ଟ୍ବେଣ୍ଟି-୨୦ରେ ସେ ମାତ୍ର ୬ ପାଳି ଖେଳି ଗୋଟିଏ ଅର୍ଦ୍ଧଶତକ ସହ ୧୨୨ ରନ୍ କରିଛନ୍ତି। ୩୯ ବର୍ଷୀୟ ଯାଦବ ୨୦୧୯ ଦିନିକିଆ ବିଶ୍ବକପ୍ ସେମିଫାଇନାଲିଷ୍ଟ ଭାରତୀୟ ଦଳର ସଦସ୍ୟ ଥିଲେ।




