ଧୋନିଙ୍କ ମାଇଲ୍ଖୁଣ୍ଟ; ୫୦୦୦ ଆଇପିଏଲ୍ ରନ୍ କ୍ଲବ୍ରେ ସାମିଲ ହେଲେ
ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସୋମବାର ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ଆଇପିଏଲ୍ରେ ସପ୍ତମ ଖେଳାଳି ଭାବେ ସେ ୫୦୦୦ ରନ୍ କ୍ଲବ୍ରେ ସାମିଲ ହୋଇଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍ରେ ସେ ୩ ବଲ୍ରୁ ୧୨ ରନ୍ କରିଥିଲା ବେଳେ ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ। ଆଇପିଏଲ୍ରେ ଧୋନି ୨୩୬ ମ୍ୟାଚ୍ ଖେଳି ୫୦୦୪ ରନ୍ କରିଛନ୍ତି। ଅଗ୍ରଣୀ ରନ୍ ସ୍କୋର୍ ତାଲିକାରେ ମଧ୍ୟ ଧୋନି ସପ୍ତମ ସ୍ଥାନରେ ରହିଛନ୍ତି। ବିରାଟ […]
ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସୋମବାର ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ଆଇପିଏଲ୍ରେ ସପ୍ତମ ଖେଳାଳି ଭାବେ ସେ ୫୦୦୦ ରନ୍ କ୍ଲବ୍ରେ ସାମିଲ ହୋଇଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍ରେ ସେ ୩ ବଲ୍ରୁ ୧୨ ରନ୍ କରିଥିଲା ବେଳେ ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ। ଆଇପିଏଲ୍ରେ ଧୋନି ୨୩୬ ମ୍ୟାଚ୍ ଖେଳି ୫୦୦୪ ରନ୍ କରିଛନ୍ତି। ଅଗ୍ରଣୀ ରନ୍ ସ୍କୋର୍ ତାଲିକାରେ ମଧ୍ୟ ଧୋନି ସପ୍ତମ ସ୍ଥାନରେ ରହିଛନ୍ତି। ବିରାଟ କୋହଲି (୬୭୦୬ ରନ୍, ୨୨୪ ମ୍ୟାଚ୍) ଆଗରେ ଥିଲା ବେଳେ ତାଙ୍କ ପଛକୁ ଶିଖର ଧାୱନ (୬୨୮୪ ରନ୍, ୨୦୭ ମ୍ୟାଚ୍), ଡେଭିଡ ୱାର୍ଣ୍ଣର (୫୯୩୭ ରନ୍, ୧୬୩ ମ୍ୟାଚ୍), ରୋହିତ ଶର୍ମା (୫୮୮୦ ରନ୍, ୨୨୮ ମ୍ୟାଚ୍), ସୁରେଶ ରାଇନା (୫୫୨୮ ରନ୍, ୨୦୬ ମ୍ୟାଚ୍) ଏବଂ ଏବି ଡି’ଭିଲିୟର୍ସ (୫୧୬୨ ରନ୍, ୧୮୪ ମ୍ୟାଚ୍) ରହିଛନ୍ତି।




