ଦ୍ରୋଣାଚାର୍ଯ୍ୟ ପୁରସ୍କାର ଫେରାଇଦେବାକୁ ମହବୀର ସିଂହ ଫୋଗତଙ୍କ ଧମକ
ନୂଆଦିଲ୍ଲୀ: ଯନ୍ତରମନ୍ତରରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛନ୍ତି ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ କୁସ୍ତି ପ୍ରଶିକ୍ଷକ ମହାବୀର ସିଂହ ଫୋଗତ। ଯଦି କୁସ୍ତିଯୋଦ୍ଧାଙ୍କ ଦାବି ପୂରଣ ନହୁଏ ଏବଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ଗିରଫ ନହୁଅନ୍ତି, ତାହେଲେ ସେ ତାଙ୍କର ପୁରସ୍କାରକୁ ଫେରାଇ ଦେବେ ବୋଲି ଶୁକ୍ରବାର ଧମକ ଦେଇଛନ୍ତି। ତିନି ବର୍ଷ ତଳେ ବିଜେପିରେ ଯୋଗଦେଇଥିବା ମହାବୀର ସିଂହ କହିଛନ୍ତି ଯେ, ଏସଂପର୍କରେ ପାର୍ଟି ସ୍ତରରେ କିମ୍ବା ସରକାରଙ୍କ ସହ ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନାହିଁ। […]
ନୂଆଦିଲ୍ଲୀ: ଯନ୍ତରମନ୍ତରରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛନ୍ତି ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ କୁସ୍ତି ପ୍ରଶିକ୍ଷକ ମହାବୀର ସିଂହ ଫୋଗତ। ଯଦି କୁସ୍ତିଯୋଦ୍ଧାଙ୍କ ଦାବି ପୂରଣ ନହୁଏ ଏବଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ଗିରଫ ନହୁଅନ୍ତି, ତାହେଲେ ସେ ତାଙ୍କର ପୁରସ୍କାରକୁ ଫେରାଇ ଦେବେ ବୋଲି ଶୁକ୍ରବାର ଧମକ ଦେଇଛନ୍ତି। ତିନି ବର୍ଷ ତଳେ ବିଜେପିରେ ଯୋଗଦେଇଥିବା ମହାବୀର ସିଂହ କହିଛନ୍ତି ଯେ, ଏସଂପର୍କରେ ପାର୍ଟି ସ୍ତରରେ କିମ୍ବା ସରକାରଙ୍କ ସହ ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନାହିଁ। କିନ୍ତୁ ଯେଉଁଭଳି ଅଭିଯୋଗ ଆସିଛି, ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା କଥା ଓ ତାଙ୍କୁ ଗିରଫ କରାଯିବା ଉଚିତ୍। ମହାବୀର ସିଂହ ଫୋଗତ ହେଉଛନ୍ତି କୁସ୍ତିଯୋଦ୍ଧା ଗୀତା ଓ ବବିତା ଫୋଗତଙ୍କ ବାପା।




