ଦ୍ବିତୀୟ ସୁପର ଓଭରରେ ଆଫଗାନିସ୍ତାନକୁ ହରାଇ ଶୃଙ୍ଖଳା ମୂଳପୋଛ କଲା ଭାରତ

ବେଙ୍ଗାଲୁରୁ: ବୁଧବାର ରାତିରେ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍ରେ ଭାରତ ବିରଳ ଦ୍ବିତୀୟ ସୁପର ଓଭରରେ ବିଜୟୀ ହେବା ସହ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ରୋହିତ ଶର୍ମା (୧୨୧*) ଓ ରିଙ୍କୁ ସିଂହ (୬୯*)ଙ୍କ ରେକର୍ଡ ଭାଗୀଦାରି (୧୯୦*)ବଳରେ ଭାରତ ୨୧୨/୪ ସ୍କୋର କରିଥିଲା। ପ୍ରଥମ ଦୁଇ ମ୍ୟାଚ୍ରେ ଖାତା ଖୋଲିପାରି ନଥିବା ରୋହିତ ଶେଷ ମ୍ୟାଚ୍ରେ ପଞ୍ଚମ ଶତକ ଅର୍ଜନ କରି ଶ୍ରେଷ୍ଠ […]

Samaya Live Picture
Published On

ବେଙ୍ଗାଲୁରୁ: ବୁଧବାର ରାତିରେ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍ରେ ଭାରତ ବିରଳ ଦ୍ବିତୀୟ ସୁପର ଓଭରରେ ବିଜୟୀ ହେବା ସହ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ରୋହିତ ଶର୍ମା (୧୨୧*) ଓ ରିଙ୍କୁ ସିଂହ (୬୯*)ଙ୍କ ରେକର୍ଡ ଭାଗୀଦାରି (୧୯୦*)ବଳରେ ଭାରତ ୨୧୨/୪ ସ୍କୋର କରିଥିଲା। ପ୍ରଥମ ଦୁଇ ମ୍ୟାଚ୍ରେ ଖାତା ଖୋଲିପାରି ନଥିବା ରୋହିତ ଶେଷ ମ୍ୟାଚ୍ରେ ପଞ୍ଚମ ଶତକ ଅର୍ଜନ କରି ଶ୍ରେଷ୍ଠ ପ୍ରଦର୍ଶନ ଦେବା ସହ ଏକମାତ୍ର ବ୍ୟାଟର୍ ଭାବେ ଏହି ସୀମିତ ଓଭର କ୍ରିକେଟ୍ରେ ୫ ଶତକ ଅର୍ଜନ କରିଛନ୍ତି। ଏହି ଦୌଡ଼ରେ ସେ ସୂର୍ଯ୍ୟକୁମାର ଯାଦବ (୪) ଓ ଗ୍ଲେନ୍ ମ୍ୟାକ୍ସୱେଲ୍ (୪)ଙ୍କୁ ପଛରେ ପକାଇଛନ୍ତି। ୨୨/୪ରୁ ରୋହିତ-ରିଙ୍କୁ ଯୋଡ଼ି ପଞ୍ଚମ ୱିକେଟ୍ରେ ୯୫ ବଲ୍ରୁ ୧୯୦* ରନ୍ ଭାଗୀଦାରି ଗଢି ଭାରତକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ଏହାକୁ ପିଛା କରି ରହମନୁଲ୍ଲା ଗୁରବାଜ୍ (୫୦), ଇବ୍ରାହିମ୍ ଜଦ୍ରାନ୍ (୫୦), ଗୁଲବଦିନ ନାଏବ (୫୫*) ଓ ମହମ୍ମଦ ନବି (୩୪) ବିସ୍ଫୋରକ ସଟ୍ ଖେଳି ନିର୍ଦ୍ଧାରିତ ଓଭର ସୁଦ୍ଧା ମ୍ୟାଚ୍କୁ ସମାନ ସ୍କୋରରେ ଶେଷ କରିଥିଲେ। ପରେ ସୁପର ଓଭରରେ ଉଭୟ ଦଳ ୧୬/୧-୧୬/୧ରେ ପୁଣି ସ୍କୋର ବରାବର ରଖିବାରୁ ମ୍ୟାଚ୍ ଦ୍ବିତୀୟ ସୁପର ଓଭରରେ ଫଏସଲା ହୋଇଥିଲା। ଭାରତର ୧୧/୨କୁ ପିଛା କରି ଆଫାଗାନିସ୍ତାନ ୩ ବଲ୍ ପୂର୍ବରୁ ୧/୨ରେ ଅଲଆଉଟ୍ ହୋଇଥିଲା। ରବି ବିଷ୍ଣୋଇ ଏହି ଦୁଇଟି ୱିକେଟ୍ ନେଇ ସୁପର ଓଭରର ହିରୋ ପାଲଟି ଯାଇଥିଲେ।

Tags: