ଦ୍ବିତୀୟ ଥର ହ୍ୟାଟ୍ରିକ ୱିକେଟ୍ ନେଲେ ବାଂଲାଦେଶର ଫରିହା ତ୍ରିଷ୍ଣା
ଢାକା: ଅନ୍ତର୍ଜାତୀୟ ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍ ମ୍ୟାଚ୍ରେ ଦ୍ବିତୀୟ ଥର ପାଇଁ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ବାଂଲାଦେଶର ଫରିହା ତ୍ରିଷ୍ଣା। ମୀରପୁରରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ତ୍ରିଷ୍ଣା ଶେଷ ଓଭରର ଶେଷ ୩ ବଲ୍ରେ ଏଲିସ୍ ପେରୀ, ସୋଫି ମଲିନକ୍ସ ଓ ବେଥ୍ ମୁନିଙ୍କୁ ଆଉଟ୍ କରି ଏହି ଗୌରବ ଅର୍ଜନ କରିଥିଲେ। କିନ୍ତୁ ଅଷ୍ଟ୍ରେଲିଆ ଏହି ମ୍ୟାଚ୍କୁ ୫୮ ରନ୍ରେ ଜିତିଯାଇଥିବାରୁ ତ୍ରିଷ୍ଣା ଏହାକୁ ସ୍ମରଣୀୟ କରିପାରିନାହାନ୍ତି। ଗତବର୍ଷ ଏସିଆ କପ୍ ପଦାର୍ପଣରେ ମାଲେସିଆ […]
ଢାକା: ଅନ୍ତର୍ଜାତୀୟ ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍ ମ୍ୟାଚ୍ରେ ଦ୍ବିତୀୟ ଥର ପାଇଁ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ବାଂଲାଦେଶର ଫରିହା ତ୍ରିଷ୍ଣା। ମୀରପୁରରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ତ୍ରିଷ୍ଣା ଶେଷ ଓଭରର ଶେଷ ୩ ବଲ୍ରେ ଏଲିସ୍ ପେରୀ, ସୋଫି ମଲିନକ୍ସ ଓ ବେଥ୍ ମୁନିଙ୍କୁ ଆଉଟ୍ କରି ଏହି ଗୌରବ ଅର୍ଜନ କରିଥିଲେ। କିନ୍ତୁ ଅଷ୍ଟ୍ରେଲିଆ ଏହି ମ୍ୟାଚ୍କୁ ୫୮ ରନ୍ରେ ଜିତିଯାଇଥିବାରୁ ତ୍ରିଷ୍ଣା ଏହାକୁ ସ୍ମରଣୀୟ କରିପାରିନାହାନ୍ତି। ଗତବର୍ଷ ଏସିଆ କପ୍ ପଦାର୍ପଣରେ ମାଲେସିଆ ବିପକ୍ଷରେ ସେ ପ୍ରଥମ ଥର ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ମହିଳା କ୍ରିକେଟ୍ରେ ଦୁଇ ଥର ହ୍ୟାଟ୍ରିକ୍ ଅର୍ଜନ କରିବାରେ ସେ ତୃତୀୟ ଖେଳାଳି ହୋଇଛନ୍ତି। ଉଗାଣ୍ଡାର କୋନସି ଆୱେକୋ ଓ ହଂକଂର କ୍ୟାରି ଚାନ୍ ପ୍ରଥମ ଦୁଇ ଖେଳାଳି ଭାବେ ହ୍ୟାଟ୍ରିକ୍ ୱିକେଟ୍ ପାଇଥିଲେ।




