ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତକୁ ହରାଇଲା ଦକ୍ଷିଣ ଆଫ୍ରିକା

କର୍ବେହା: ବରୁଣ ଚକ୍ରବର୍ତ୍ତୀ(୫/୧୭)ଙ୍କ ପ୍ରଥମ ପାଞ୍ଚ ୱିକେଟ୍ ସଫଳତା ସତ୍ତ୍ବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଭାରତ ୩ ୱିକେଟ୍‌ରେ ହାରି ଯାଇଛି। ବରୁଣଙ୍କ ସହ ଅନ୍ୟତମ ସ୍ପିନର ରବି ବିଷ୍ଣୋଇ (୧/୨୧) ଭଲ ବୋଲିଂ କରିଥିଲେ। ହେଲେ ବୋର୍ଡରେ ମାତ୍ର ୧୨୪ ରନ୍ ଥିବାରୁ ଭାରତ ଶେଷରେ ଗୋଟିଏ ଓଭର ପୂର୍ବରୁ ହାରିଯାଇଥିଲା। ୮୬ ରନ୍‌ରେ ୭ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟର୍ ତ୍ରିସ୍ତନ୍ ଷ୍ଟବ୍ସ (୪୭*) ଭାରତୀୟ […]

Samaya Live Picture
Published On

କର୍ବେହା: ବରୁଣ ଚକ୍ରବର୍ତ୍ତୀ(୫/୧୭)ଙ୍କ ପ୍ରଥମ ପାଞ୍ଚ ୱିକେଟ୍ ସଫଳତା ସତ୍ତ୍ବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଭାରତ ୩ ୱିକେଟ୍‌ରେ ହାରି ଯାଇଛି। ବରୁଣଙ୍କ ସହ ଅନ୍ୟତମ ସ୍ପିନର ରବି ବିଷ୍ଣୋଇ (୧/୨୧) ଭଲ ବୋଲିଂ କରିଥିଲେ। ହେଲେ ବୋର୍ଡରେ ମାତ୍ର ୧୨୪ ରନ୍ ଥିବାରୁ ଭାରତ ଶେଷରେ ଗୋଟିଏ ଓଭର ପୂର୍ବରୁ ହାରିଯାଇଥିଲା। ୮୬ ରନ୍‌ରେ ୭ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟର୍ ତ୍ରିସ୍ତନ୍ ଷ୍ଟବ୍ସ (୪୭*) ଭାରତୀୟ ଦ୍ରୁତ ବାଲରଙ୍କୁ ଠିକଣା ସମୟରେ ଆକ୍ରମଣ କରି ନିଜ ଦଳକୁ ବିଜୟୀ କରାଇଥିଲେ। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୪ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୧-୧ସ୍ତରକୁ ନେଇଆସିଛି। ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତକୁ ପ୍ରଥମ ବଲ୍‌ରେ ହିଁ ମସ୍ତବଡ଼ ଝଟ୍‌କା ଲାଗିଥିଲା। ସଞ୍ଜୁ ସାମସନ୍ ପ୍ରଥମ ବଲ୍‌ରେ ବ‌ୋଲ୍ଡ ହୋଇଥିଲେ। ଅନ୍ୟତମ ଓପନର ଅଭିଷେକ ଶର୍ମା ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୪ ରନ୍ ଲେଖାଏଁ କରି ଆଉଟ୍‌ ହୋଇଥିଲେ। ତିଳକ ବର୍ମା ପୁଣି ଥରେ ଭଲ ଆରମ୍ଭକୁ ବଡ଼ ସ୍କୋର୍‌ରେ ରୂପାନ୍ତର କରିବାରେ ବିଫଳ ହୋଇଥିଲେ। ୪୫ ରନ୍‌ରେ ୪ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ଭାରତୀୟ ପାଳିକୁ ଦୁଇ ଅଲରାଉଣ୍ଡର୍ ଅକ୍ଷର ପଟେଲ ଓ ହାର୍ଦିକ ପାଣ୍ଡ୍ୟା ସମ୍ଭାଳିଥିଲେ। ଉଭୟ ଷଷ୍ଠ ୱିକେଟ୍‌ରେ ଯୋଡ଼ିଥିବା ୪୨ ରନ୍ ଯୋଡ଼ିଥିଲେ। କିନ୍ତୁ ଅକ୍ଷରଙ୍କ ରନ୍‌ଆଉଟ୍ ସବୁକିଛି ବିଗାଡ଼ି ଦେଇଥିଲା। ହାର୍ଦିକ ୪୫ ବଲ୍‌ରୁ ୩୯* ରନ୍ କରିଥିଲେ।

Tags: