ଦ୍ବିତୀୟ ଟ୍ବେଣ୍ଟି-୨୦ରେ ନ୍ୟୁଜିଲାଣ୍ଡକୁ ହରାଇ ଶୃଙ୍ଖଳା ଜିତିଲା ଅଷ୍ଟ୍ରେଲିଆ
ଅକ୍ଲାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ଆଗୁଆ ୨-୦ରେ କବ୍ଜା କରିନେଇଛି। ପ୍ରଥମ ମ୍ୟାଚ୍କୁ ୬ ୱିକେଟ୍ ଜିତିଥିବା ଅଷ୍ଟ୍ରେଲିଆ ଦ୍ବିତୀୟ ମ୍ୟାଚ୍କୁ ୭୨ ରନ୍ରେ ଜିତି ନେଇଛି। ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ରବିବାର ଖୋଳଯିବ। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୧୯.୫ ଓଭରରେ ୧୭୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଟ୍ରାଭିସ ହେଡ୍ ୪୫, ପାଟ କମିନ୍ସ ୨୮ ଓ ଅଧିନାୟକ ମିଚେଲ ମାର୍ସ ୨୬ ରନ୍ […]
ଅକ୍ଲାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ଆଗୁଆ ୨-୦ରେ କବ୍ଜା କରିନେଇଛି। ପ୍ରଥମ ମ୍ୟାଚ୍କୁ ୬ ୱିକେଟ୍ ଜିତିଥିବା ଅଷ୍ଟ୍ରେଲିଆ ଦ୍ବିତୀୟ ମ୍ୟାଚ୍କୁ ୭୨ ରନ୍ରେ ଜିତି ନେଇଛି। ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ରବିବାର ଖୋଳଯିବ। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୧୯.୫ ଓଭରରେ ୧୭୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଟ୍ରାଭିସ ହେଡ୍ ୪୫, ପାଟ କମିନ୍ସ ୨୮ ଓ ଅଧିନାୟକ ମିଚେଲ ମାର୍ସ ୨୬ ରନ୍ କରିଥିଲେ। ଘରୋଇ ଦଳର ଲକି ଫର୍ଗୁସନ ୪/୧୨ ବୋଲିଂ ସଫଳତା ପାଇଥିଲେ। ଜବାବରେ ନ୍ୟୁଜିଲାଣ୍ଡ ୧୦୨ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଗ୍ଲେନ୍ ଫିଲିପ୍ସ ୪୨ ରନ୍ କରିଥିଲା ବେଳେ ଆଡ଼ାମ ଜାମ୍ପା ୪ ୱିକେଟ୍ ନେଇଥିଲେ। ଅଲ୍ରାଉଣ୍ଡ ପ୍ରଦର୍ଶନ ଲାଗି କମିନ୍ସ (୨୮ ରନ୍, ୧/୧୯) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।




