ଦ୍ବିତୀୟ ଟେଷ୍ଟ୍ ଜିତି ବାଂଲାଦେଶ ବପକ୍ଷ ଶୃଙ୍ଖଳା ମୂଳପୋଛ କଲା ଶ୍ରୀଲଙ୍କା

ଚଟ୍ଟଗ୍ରାମ: ଦ୍ବିତୀୟ ଟେଷ୍ଟ୍ରେ ଘରୋଇ ବାଂଲାଦେଶକୁ ୧୯୨ ରନ୍ରେ ପରାସ୍ତ କରି ଶ୍ରୀଲଙ୍କା ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ମୂଳପୋଛ କରିଛି। ଶେଷ ଦିନରେ ବାଂଲାଦେଶ ମାତ୍ର ୫୦ ରନ୍ ଯୋଡ଼ି ଅବଶିଷ୍ଟ ୩ ୱିକେଟ୍ ହରାଇଥିଲା। ମେହିଦି ହାସନ ମିରାଜ ୮୧ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ତାଇଜୁଲ୍ ଇସଲାମ ୧୪, ହାସନ ମହମୁଦ ୬ ଓ ଖଲିଦ ଅହମଦ ୨ ରନ୍ କରି ଶେଷ ଦିନରେ ଆଉଟ୍ ହୋଇଥିଲେ। ଲାହିରୁ […]

Samaya Live Picture
Published On

ଚଟ୍ଟଗ୍ରାମ: ଦ୍ବିତୀୟ ଟେଷ୍ଟ୍ରେ ଘରୋଇ ବାଂଲାଦେଶକୁ ୧୯୨ ରନ୍ରେ ପରାସ୍ତ କରି ଶ୍ରୀଲଙ୍କା ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ମୂଳପୋଛ କରିଛି। ଶେଷ ଦିନରେ ବାଂଲାଦେଶ ମାତ୍ର ୫୦ ରନ୍ ଯୋଡ଼ି ଅବଶିଷ୍ଟ ୩ ୱିକେଟ୍ ହରାଇଥିଲା। ମେହିଦି ହାସନ ମିରାଜ ୮୧ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ତାଇଜୁଲ୍ ଇସଲାମ ୧୪, ହାସନ ମହମୁଦ ୬ ଓ ଖଲିଦ ଅହମଦ ୨ ରନ୍ କରି ଶେଷ ଦିନରେ ଆଉଟ୍ ହୋଇଥିଲେ। ଲାହିରୁ କୁମାରା ୪ ଓ କାମିନ୍ଦୁ ମେଣ୍ଡିସ୍ ୩ ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍ରେ ଶ୍ରୀଲଙ୍କା ପ୍ରଥମ ପାଳିରେ ୫୩୧ ରନ୍ର ବିଶାଳ ସ୍କୋର କରିଥିଲା ବେଳେ ବାଂଲାଦେଶ ପ୍ରଥମ ପାଳିରେ ୧୭୮ ରନ୍ରେ ଅଲଆଉଟ୍ ହୋଇଥିଲା। କିନ୍ତୁ ଶ୍ରୀଲଙ୍କା ଫଲୋ ଅନ୍ ନଦେଇ ଦ୍ବିତୀୟ ପାଳି ଖେଳିବା ସହ ୧୫୭/୭ରେ ପାଳି ଘୋଷଣା କରିଥିଲା। ୫୧୧ ରନ୍ର ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୩୧୮ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। କାମିନ୍ଦୁ ମେଣ୍ଡିସ୍ ମ୍ୟାଚ୍ (୯୨* ରନ୍, ୩ ୱିକେଟ୍) ଓ ଶୃଙ୍ଖଳାର (୩୬୭ ରନ୍, ୩ ୱିକେଟ୍) ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Tags: