ଦ୍ବିତୀୟ ଟେଷ୍ଟରେ ଶ୍ରୀଲଙ୍କାକୁ ହରାଇ ଶୃଙ୍ଖଳା ମୂଳପୋଛ କଲା ପାକିସ୍ତାନ

କଲମ୍ବୋ: ବାମହାତୀ ସ୍ପିନର ନୋମାନ ଅଲୀଙ୍କ କ୍ୟାରିୟର ଶ୍ରେଷ୍ଠ ବୋଲିଂ (୭/୭୦) ସହିତ ଦ୍ବିତୀୟ ଟେଷ୍ଟରେ ପାକିସ୍ତାନ ଏଠାରେ ଶ୍ରୀଲଙ୍କାକୁ ଏକ ପାଳି ଓ ୨୨୨ ରନ୍ରେ ପରାସ୍ତ କରିଛି। ଏଥି ସହିତ ବାବର ଆଜମଙ୍କ ଦଳ ମଧ୍ୟ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାକୁ ମୂଳପୋଛ ଭାବେ ଜିତି ନେଇଛି। ପାକିସ୍ତାନ ପ୍ରଥମ ପାଳିରେ ୫୭୬/୫ (ଘୋଷିତ)ର ବିଶାଳ ସ୍କୋର୍ କରିଥିବାବେଳେ ଶ୍ରୀଲଙ୍କା ଉଭୟ ପାଳିରେ ୧୬୬ ଓ ୧୮୮ ରନ୍ କରି ସମ୍ପୂର୍ଣ୍ଣ ଆତ୍ମସମର୍ପଣ […]

Samaya Live Picture
Published On

କଲମ୍ବୋ: ବାମହାତୀ ସ୍ପିନର ନୋମାନ ଅଲୀଙ୍କ କ୍ୟାରିୟର ଶ୍ରେଷ୍ଠ ବୋଲିଂ (୭/୭୦) ସହିତ ଦ୍ବିତୀୟ ଟେଷ୍ଟରେ ପାକିସ୍ତାନ ଏଠାରେ ଶ୍ରୀଲଙ୍କାକୁ ଏକ ପାଳି ଓ ୨୨୨ ରନ୍ରେ ପରାସ୍ତ କରିଛି। ଏଥି ସହିତ ବାବର ଆଜମଙ୍କ ଦଳ ମଧ୍ୟ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାକୁ ମୂଳପୋଛ ଭାବେ ଜିତି ନେଇଛି। ପାକିସ୍ତାନ ପ୍ରଥମ ପାଳିରେ ୫୭୬/୫ (ଘୋଷିତ)ର ବିଶାଳ ସ୍କୋର୍ କରିଥିବାବେଳେ ଶ୍ରୀଲଙ୍କା ଉଭୟ ପାଳିରେ ୧୬୬ ଓ ୧୮୮ ରନ୍ କରି ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। ଆକର୍ଷଣୀୟ ଦ୍ବିଶତକ ଅର୍ଜନ କରିଥିବାରୁ ଅବଦୁଲ୍ଲା ସଫିକ (୨୦୧ ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଏବଂ ଉଭୟ ଟେଷ୍ଟରୁ ୨୨୧ ରନ୍ ଓ ୩ ୱିକେଟ୍ ସଂଗ୍ରହ କରିଥିବା ଆଘା ସଲମାନ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ପାକିସ୍ତାନ ୫୬୩/୫ରୁ ଖେଳି ୨ ଓଭର ପରେ ପାଳିକୁ ୫୭୬/୫ରେ ଘୋଷଣା କରି ଦେଇଥିଲା। ମହମ୍ମଦ ରିଜୱାନ (୫୦*) ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ଆଘା ସଲମାନ ପୂର୍ବଦିନ ଭଳି ୧୩୨* ରନ୍ରେ ଅପରାଜିତ ରହିଥିଲେ। ଶ୍ରୀଲଙ୍କା ପଶ୍ଚାତଧାବନ କରିବା ମାତ୍ରେ ୩୬ ବର୍ଷୀୟ ଭେଟେରାନ୍ ବାମହାତୀ ସ୍ପିନର୍ ନୋମାନ ଅଲୀ ଶ୍ରୀଲଙ୍କାର ପ୍ରଥମ ୭ ୱିକେଟ୍ ଦଖଲ କରିଥିଲେ। ଶେଷ ୬ ବଲ୍ ଭିତରେ ନସିମ୍ ସାହା ଶେଷ ୩ ୱିକେଟ୍ ପୋଛି ନେବାରୁ ଶ୍ରୀଲଙ୍କା ଅଲଆଉଟ୍ ହୋଇଥିଲା। ନୋମାନ ଚତୁର୍ଥ ଥର ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ।

Tags: