ଦ୍ବିତୀୟ ଟେଷ୍ଟରେ ଯଶସ୍ବୀ ଜୟସ୍ବାଲଙ୍କ ଦ୍ବିଶତକ
ବିଶାଖାପାଟଣା: ଏଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ପ୍ରାରମ୍ଭିକ ବ୍ୟାଟର୍ ଯଶସ୍ବୀ ଜୟସ୍ବାଲ କ୍ୟାରିୟରର ଶ୍ରେଷ୍ଠ ପାଳି ଖେଳିଛନ୍ତି। ଦ୍ବିତୀୟ ଦିନରେ ଜୟସ୍ବାଲ୍ ପୁଣି ତାଙ୍କ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିବା ସହ ଦ୍ବିଶତକ ଅର୍ଜନ କରିଥିଲେ। ଦିନର ପ୍ରଥମ ଘଣ୍ଟାରେ ସେ ଏହି ସ୍କୋରରେ ପହଞ୍ଚିବା ସହ ୨୦୯ ରନ୍ କରି ଆଉଟ୍ ହୋଇଛନ୍ତି। ଖବର ଲେଖା ହେବା ବେଳକୁ ଭାରତ ୮ ୱିକେଟ୍ ବିନିମୟରେ ୩୮୯ ରନ୍ ସଂଗ୍ରହ […]
ବିଶାଖାପାଟଣା: ଏଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ପ୍ରାରମ୍ଭିକ ବ୍ୟାଟର୍ ଯଶସ୍ବୀ ଜୟସ୍ବାଲ କ୍ୟାରିୟରର ଶ୍ରେଷ୍ଠ ପାଳି ଖେଳିଛନ୍ତି। ଦ୍ବିତୀୟ ଦିନରେ ଜୟସ୍ବାଲ୍ ପୁଣି ତାଙ୍କ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିବା ସହ ଦ୍ବିଶତକ ଅର୍ଜନ କରିଥିଲେ। ଦିନର ପ୍ରଥମ ଘଣ୍ଟାରେ ସେ ଏହି ସ୍କୋରରେ ପହଞ୍ଚିବା ସହ ୨୦୯ ରନ୍ କରି ଆଉଟ୍ ହୋଇଛନ୍ତି। ଖବର ଲେଖା ହେବା ବେଳକୁ ଭାରତ ୮ ୱିକେଟ୍ ବିନିମୟରେ ୩୮୯ ରନ୍ ସଂଗ୍ରହ କରିଛି।
ପ୍ରଥମ ଦିନରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବାବେଳେ ଘରୋଇ ଦଳ ୩ଟି ପରିବର୍ତନ କରି ଖେଳିଥିଲା। କେଏଲ୍ ରାହୁଲ, ରବୀନ୍ଦ୍ର ଜାଡ଼େଜା ଓ ମହମ୍ମଦ ସିରାଜଙ୍କ ସ୍ଥାନରେ ରଜତ ପଟିଦାର, କୁଲଦୀପ ଯାଦବ ଓ ମୁକେଶ କୁମାର ଖେଳିଛନ୍ତି। ରଜତ ପଟିଦାର ଟେଷ୍ଟ୍ ପଦାର୍ପଣ କରିଥିଲେ। ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ମଧ୍ୟ ରୋହିତ ନିଜେ ଅଧିକ ସମୟ ଖେଳିପାରି ନଥିଲେ। ଇଂଲଣ୍ଡ ପାଇଁ ପଦାର୍ପଣ କରିଥିବା ଅଫସ୍ପିନର୍ ସୋଏବ ବଶିର ପ୍ରାଇଜ୍ ୱିକେଟ୍ ଭାବେ ରୋହିତ (୧୪ ରନ୍, ୪୧ ବଲ୍)ଙ୍କୁ ଓଲି ପୋପ୍ଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ଏହା ପରେ ଶୁବମନ ଗିଲ୍ (୪୬ ବଲ୍ରୁ ୩୪ ରନ୍), ଶ୍ରେୟସ ଆୟର (୫୯ ବଲ୍ରୁ ୨୭ ରନ୍), ରଜତ ପଟିଦାର (୭୨ ବଲ୍ରୁ ୩୨ ରନ୍), ଅକ୍ଷର ପଟେଲ (୫୧ ବଲ୍ରୁ ୨୭ ରନ୍), ଶ୍ରୀକର ଭରତ (୨୩ ବଲ୍ରୁ ୧୭ ରନ୍) ନିଜ ନିଜ ପାଳିକୁ ଆଗକୁ ବଢ଼ାାଇପାରି ନାହାନ୍ତି। ବାମହାତୀ ଯୁବ ତାରକା ଯଶସ୍ବୀ ଜୟସ୍ବାଲ କିନ୍ତୁ ଆକର୍ଷଣୀୟ ପାଳି ଖେଳି ଦ୍ବିଶତକ ଅର୍ଜନ କରିଥିଲେ। ଗତବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟ୍ ଶତକ (୧୭୧) ହାସଲ କରିଥିବା ଜୟସ୍ବାଲ ଏହାକୁ ଅତିକ୍ରମ କରି ଟେଷ୍ଟ୍ ଜୀବନର ଶ୍ରେଷ୍ଠ ପାଳି ଖେଳିଛନ୍ତି। ୨୯୦ ବଲ୍ ସମ୍ମୁଖୀନ ହୋଇ ୧୯ ଚୌକା, ୭ ଛକା ସହ ୨୦୯ ରନ୍ରେ ସେ ଆଉଟ୍ ହୋଇଥିଲେ।




