ଦୋହା ଡାଇମଣ୍ଡ ଲିଗରେ ବିଶ୍ବ ବିଜେତାଙ୍କୁ ପଛରେ ପକାଇ ଟାଇଟଲ୍ ଜିତିଲେ ନୀରଜ ଚୋପ୍ରା

ଦୋହା: ଭାରତୀୟ ଜାଭେଲିନ୍ ତାରକା ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ନୀରଜ ତାଙ୍କର ପ୍ରଥମ ପ୍ରୟାସରେ ୮୮.୬୭ ମିଟର ଜାଭେଲିନ୍ ଫିଙ୍ଗି ଟାଇଟଲ୍ ଦାବିଦାର ହୋଇଥିଲେ। ତାଙ୍କ ପଛକୁ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଜାକୋବ ୱାଡଲେଜ୍ ଦ୍ୱିତୀୟ ଓ ବିଶ୍ବ ବିଜେତା ଆଣ୍ଡରସନ ପିଟର୍ସ ତୃତୀୟ ସ୍ଥାନରେ ରହିଥିଲେ। ଦୋହାରେ ନୀରଜ ପ୍ରଥମ ପ୍ରୟାସରେ ଜାଭେଲିନ୍ ୮୮.୬୭ମିଟର ଫିଙ୍ଗିବା ପରେ ଦ୍ୱିତୀୟ ପ୍ରୟାସରେ ୮୬.୦୪ ମିଟର, ତୃତୀୟରେ ୮୫.୪୭ […]

Samaya Live Picture
Published On

ଦୋହା: ଭାରତୀୟ ଜାଭେଲିନ୍ ତାରକା ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ନୀରଜ ତାଙ୍କର ପ୍ରଥମ ପ୍ରୟାସରେ ୮୮.୬୭ ମିଟର ଜାଭେଲିନ୍ ଫିଙ୍ଗି ଟାଇଟଲ୍ ଦାବିଦାର ହୋଇଥିଲେ। ତାଙ୍କ ପଛକୁ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଜାକୋବ ୱାଡଲେଜ୍ ଦ୍ୱିତୀୟ ଓ ବିଶ୍ବ ବିଜେତା ଆଣ୍ଡରସନ ପିଟର୍ସ ତୃତୀୟ ସ୍ଥାନରେ ରହିଥିଲେ। ଦୋହାରେ ନୀରଜ ପ୍ରଥମ ପ୍ରୟାସରେ ଜାଭେଲିନ୍ ୮୮.୬୭ମିଟର ଫିଙ୍ଗିବା ପରେ ଦ୍ୱିତୀୟ ପ୍ରୟାସରେ ୮୬.୦୪ ମିଟର, ତୃତୀୟରେ ୮୫.୪୭ ମିଟର ଯାଏଁ ଫିଙ୍ଗିଥିଲେ। କିନ୍ତୁ ଚତୁର୍ଥ ପ୍ରୟାସରେ ସେ ଫାଉଲ୍ ହୋଇଯାଇଥିଲେ। ପଞ୍ଚମ ଥରରେ ୮୫.୩୭ ମିଟର ଓ ଷଷ୍ଠ ପ୍ରୟାସରେ ୮୬.୫୨ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗିଥିଲେ। ସର୍ବାଧିକ ଦୂରତା ୮୮.୬୭ ମିଟର ଯୋଗୁଁ ନୀରଜ ପ୍ରଥମ ସ୍ଥାନରେ ରହିଥିଲେ।

Tags: