ଦେଓଧର ଟ୍ରଫି ଫାଇନାଲରେ ପୂର୍ବାଞ୍ଚଳ

ପୁଡ଼ୁଚେରୀ: ରିୟାନ ପରାଗଙ୍କ ଆଉ ଏକ ବିସ୍ଫୋରକ ଶତକ ସାଙ୍ଗକୁ ମଣିଶଙ୍କର ମୁରାସିଂହଙ୍କ ଘାତକ ବୋଲିଂ ବଳରେ ପୂର୍ବାଞ୍ଚଳ ଚଳିତ ଦେଓଧର ଟ୍ରଫିର ଫାଇନାଲ୍ରେ ପ୍ରବେଶ କରିଛି। ଶେଷ ଲିଗ୍ ମ୍ୟାଚ୍ରେ ପୂର୍ବାଞ୍ଚଳ ୧୫୭ ରନ୍ରେ ପଶ୍ଚିମାଞ୍ଚଳକୁ ହରାଇ ଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିଲା। ଫାଇନାଲ୍ରେ ଏହି ଦଳ ଦକ୍ଷିଣାଞ୍ଚଳକୁ ଭେଟିବ। ମଙ୍ଗଳବାୀର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପୂର୍ବାଞ୍ଚଳ ୭ ୱିକେଟ୍ ହରାଇ ୩୧୯ ରନ୍ କରିଥିଲା। ଭଲ ଆରମ୍ଭ କରିଥିବା ପୂର୍ବାଞ୍ଚଳର ମଧ୍ୟ […]

Samaya Live Picture
Published On

ପୁଡ଼ୁଚେରୀ: ରିୟାନ ପରାଗଙ୍କ ଆଉ ଏକ ବିସ୍ଫୋରକ ଶତକ ସାଙ୍ଗକୁ ମଣିଶଙ୍କର ମୁରାସିଂହଙ୍କ ଘାତକ ବୋଲିଂ ବଳରେ ପୂର୍ବାଞ୍ଚଳ ଚଳିତ ଦେଓଧର ଟ୍ରଫିର ଫାଇନାଲ୍ରେ ପ୍ରବେଶ କରିଛି। ଶେଷ ଲିଗ୍ ମ୍ୟାଚ୍ରେ ପୂର୍ବାଞ୍ଚଳ ୧୫୭ ରନ୍ରେ ପଶ୍ଚିମାଞ୍ଚଳକୁ ହରାଇ ଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିଲା। ଫାଇନାଲ୍ରେ ଏହି ଦଳ ଦକ୍ଷିଣାଞ୍ଚଳକୁ ଭେଟିବ।
ମଙ୍ଗଳବାୀର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପୂର୍ବାଞ୍ଚଳ ୭ ୱିକେଟ୍ ହରାଇ ୩୧୯ ରନ୍ କରିଥିଲା। ଭଲ ଆରମ୍ଭ କରିଥିବା ପୂର୍ବାଞ୍ଚଳର ମଧ୍ୟ ଭାଗର ୩ ୱିକେଟ୍ ଝାଡ଼ି ସାମ୍ସ ମୁଲାନି ବଡ଼ ଝଟ୍କା ଦେଇଥିଲେ। ଫଳରେ ଦଳ ୧୫୭/୫ରେ ସଂଘର୍ଷ କରିଥିଲା। ଷଷ୍ଠ ୱିକେଟ୍ ପାଇଁ ପରାଗ ଓ କୁମାର କୁଶାଗ୍ରା ୧୦୬ ବଲ୍ରୁ ୧୫୦ ରନ୍ର ଭାଗୀଦାରି ଗଢ଼ି ସ୍ଥିତି ମଜବୁତ କରିଥିଲେ। କୁଶାଗ୍ରା ୫୩ (୪୮ ବଲ୍, ୪ ଛକା) ରନ୍ରେ ଆଉଟ୍ ହୋଇଥିଲା ବେଳେ ପରାଗ (୧୦୨*, ୬୮ ବଲ୍, ୬ ଚୌକା, ୫ ଛକା) ନିଜର ଶତକ ଅର୍ଜନ କରି ଅପରାଜିତ ରହିଥିଲେ। ଉତ୍କର୍ଷ ସିଂହ ୫୦ ଓ ବିରାଟ ସିଂହ ୪୨ ଓ ଅଭିମନ୍ୟୁ ଈଶ୍ବରନ୍ ୩୮ ରନ୍ର ଉପଯୋଗୀ ପାଳି ଖେଳିଥିଲେ। ଜବାବରେ ମୁରାସିଂହ (୭-୧-୨୮-୫) ଓ ଉତ୍କର୍ଷ ସିଂହ (୫-୧-୧୬-୩) ଘାତକ ବୋଲିଂକୁ ସାମ୍ନା କରିନପାରି ପଶ୍ଚିମାଞ୍ଚଳ ୩୪ ଓଭରରେ ୧୬୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଓପନର୍ ହର୍ଭିକ ଦେଶାଇ (୯୨ ରନ୍) କେବଳ ଲଢ଼ି ଥିଲା ବେଳେ ଅନ୍ୟ କୌଣସି ବ୍ୟାଟର୍ ୧୮ ରନ୍ ଡେଇଁବାକୁ ସକ୍ଷମ ହୋଇନଥିଲେ। ପଶ୍ଚିମାଞ୍ଚଳ ପାଳିରେ ଦ୍ବିତୀୟ ସର୍ବାଧିକ ରନ୍ ଅତିରିକ୍ତ (୨୦)ରୁ ମିଳିଥିଲା ଏବଂ ୫ ଜଣ ବ୍ୟାଟର୍ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲେ।

Tags: